Manish Kashyap: ମାଆଙ୍କୁ ଦେଖି ମନୀଷଙ୍କ ଆଖିରେ ଲୁହ, କୋର୍ଟରେ ହାଜର ପରେ ଗଲେ ବେଟିଆ ଜେଲ୍
Advertisement

Manish Kashyap: ମାଆଙ୍କୁ ଦେଖି ମନୀଷଙ୍କ ଆଖିରେ ଲୁହ, କୋର୍ଟରେ ହାଜର ପରେ ଗଲେ ବେଟିଆ ଜେଲ୍

Manish Kashyap: ମନୀଷଙ୍କ ଝଲକ ପାଇବା ପାଇଁ ପରିବାର ସହ ସମର୍ଥକମାନେ କୋର୍ଟ ବାହାରେ ଅପେକ୍ଷା କରିଥିଲେ । ଦୀର୍ଘ ଦିନ ପରେ ମନୀଷ ନିଜ ଲୋକଙ୍କୁ ପାଖରେ ପାଇ ବେଶ୍ ଭାବପ୍ରବଣ ହୋଇପଡିଥିଲେ ।

Manish Kashyap: ମାଆଙ୍କୁ ଦେଖି ମନୀଷଙ୍କ ଆଖିରେ ଲୁହ, କୋର୍ଟରେ ହାଜର ପରେ ଗଲେ ବେଟିଆ ଜେଲ୍

Manish Kashyap: ନିଜର ନିଆରା ଅନ୍ଦାଜରେ ଖବର ପରିବେଷଣ (News present) ପାଇଁ ଭାଇରାଲ୍ ହୋଇଥିବା ତଥା ଜଣାଶୁଣା ୟୁଟ୍ୟୁବର୍ ମନୀଷ କାଶ୍ୟପ (youtuber Manish Kashyap) ଆଜି କୋର୍ଟରେ ହାଜର ହୋଇଥିଲେ। ଏକ ନକଲି ଭିଡିଓ ମାମଲାରେ ଗିରଫ ହୋଇ ଗତ କିଛି ମାସ ହେବ ମନୀଷଙ୍କୁ ତାମିଲନାଡୁର ମଦୁରାଇ (Madurai, Tamil Nadu) ଜେଲରେ ରଖାଯାଇଥିଲା । ମନୀଷଙ୍କ ଶୁଣାଣି ସମୟରେ ମନୀଷଙ୍କ ପରିବାରରୁ ମାଆ, ଭାଇଙ୍କ ସମେତ ଅନେକ ପ୍ରଶଂସକଙ୍କ ଭିଡ଼ କୋର୍ଟ ବାହାରେ ଦେଖିବାକୁ ମିଳିଥିଲା । ଅନେକ ଦିନ ପରେ ନିଜ ଲୋକଙ୍କୁ ପାଖରେ ଦେଖିବା ପରେ ମନୀଷ ବେଶ୍ କିଛି ସମୟ ଭାବପ୍ରବଣ (Emotional) ହୋଇପଡିଥିଲେ । ସେ ନିଜ ମାଆଙ୍କୁ ଆଲିଙ୍ଗନ କରିଥିବା ଦେଖିବାକୁ ମିଳିଥିଲା । ଏଥିସହ ସେ ମାଆଙ୍କୁ କହିଥିଲେ ଯେ, ନ୍ୟାୟ ପାଇବା ପରେ ମୁଁ ଖୁବ ଶୀଘ୍ର ଫେରିବି ।

ତାମିଲନାଡୁର ବିହାରୀଙ୍କ ସହ ହିଂସା ମାମଲାରେ ପ୍ରଭାବିତ କରିବା ପରି ଖବର ପ୍ରସାରଣ, ନକଲି ଭିଡିଓ ତିଆରି କରିବା ତଥା ମିଥ୍ୟା ଖବର (Fake news) ପରିବେଷଣ କରିବା ଅଭିଯୋଗ କାରଣରୁ ପ୍ରସିଦ୍ଧ ୟୁଟ୍ୟୁବର୍ ମନୀଷ କାଶ୍ୟପଙ୍କୁ ଗିରଫ କରାଯାଇ ମଦୁରାଇ ଜେଲରେ ରଖାଯାଇଥିଲା । ଆଜି ତଥା ସୋମବାର ଦିନ କୋର୍ଟଙ୍କ ନିର୍ଦ୍ଦେଶରେ ତାମିଲନାଡୁ ପୋଲିସ ମନୀଷ କାଶ୍ୟପଙ୍କୁ ବେଟିଆ କୋର୍ଟରେ (bettiah court) ହାଜର କରିଥିଲା । କୋର୍ଟରେ ହାଜର ସମୟରେ ମନୀଷ କାଶ୍ୟପଙ୍କ ପ୍ରଶଂସକଙ୍କମାନେ କୋର୍ଟ ବାହାରେ ଖୁବ ଭିଡ଼ କରିଥିଲେ । ପରିବାର ସଦସ୍ୟମାନେ ମଧ୍ୟ ମନୀଷଙ୍କୁ ଦେଖା କରିବାକୁ ଆସିଥିଲେ । ପୂର୍ବରୁ ଏସପି କାର୍ଯ୍ୟାଳୟରେ ପରିବାର ସଦସ୍ୟ (Family member)ଙ୍କୁ ମନୀଷଙ୍କ ସହିତ ସାକ୍ଷାତ କରିବାକୁ ଅନୁମତି ଦିଆଯାଇନଥିଲା । ତେଣୁ ପରିବାର ସଦସ୍ୟ ମନୀଷଙ୍କୁ କୋର୍ଟ ପରିସରରେ ଭେଟିବାକୁ ଆସିଥିଲେ । ମନୀଷଙ୍କ କିଛି ବନ୍ଧୁ ମଧ୍ୟ ଦୀର୍ଘ ଦିନ ପରେ ମନୀଷଙ୍କୁ ଦେଖି ଅନେକ ଭାବ ପ୍ରବଣ ହୋଇପଡିଥିବା ଦେଖିବାକୁ ମିଳିଥିଲା । ସେମାନଙ୍କ କହିବା କଥା ଏହା ଯେ, ସତ୍ୟର ନିଶ୍ଚିତ ଭାବରେ ଜିତ୍ ହେବ ।

ଦୀର୍ଘ ଦିନ ପରେ ଜନ୍ମଦାତ୍ରୀ ମାଆ ଏବଂ ଭାଇଙ୍କୁ ଭେଟିବା ପରେ ମନୀଷ କାଶ୍ୟପଙ୍କୁ ଖୁବ୍ ଭାବପ୍ରବଣ ଅବସ୍ଥାରେ ଦେଖିବାକୁ ମିଳିଥିଲା । କୋର୍ଟ ପରିସରରେ ସେ ନିଜ ମାଆ ଓ ଭାଈ (Mother and brother)ଙ୍କ ସହ ସାକ୍ଷାତ କରିବା ସହ କୁଣ୍ଡାଇ ପକେଇଥିଲେ । ଖୁବ୍ ଅଳ୍ପ ସମୟର ଭେଟଘାଟ ମଧ୍ୟରେ ମନୀଷ କହିଥିଲେ ଯେ, ନ୍ୟାୟ ପାଇବା ପରେ ସେ ଖୁବ ଶୀଘ୍ର ଘର (Home)କୁ ଫେରିବେ । ବେଟିୟା କୋର୍ଟରେ ହାଜର ହେବା ପରେ ମନୀଷ କାଶ୍ୟପଙ୍କୁ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ (Chief Judicial Magistrate)ଙ୍କ ଠାରୁ ରିମାଣ୍ଡରେ ନିଆଯାଇଥିଲା। ଏହା ପରେ ମନୀଷଙ୍କୁ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ମଞ୍ଜୁର ଆଲାମଙ୍କ କୋର୍ଟରେ ହାଜର କରାଯାଇଥିଲା। ମନୀଷଙ୍କୁ ଏକାଥରକେ ଦୁଇଟି ମାମଲା ପାଇଁ ରିମାଣ୍ଡରେ ନିଆଯାଇଛି। ସେହି ମାମଲା ଗୁଡିକ ମଧ୍ୟରେ ରହିଛି ବ୍ୟାଙ୍କ ଡକାୟତି (Bank robbery) ଓ ଅନ୍ୟ ମାମଲାଟି ହେଉଛି ନିର୍ବାଚନ ସମୟରେ ଖାନପାଟିଆ ବିଧାୟକ (MLA) ଉମାକାନ୍ତ ସିଂଙ୍କ ଉପରେ ଆକ୍ରମଣ ଅଭିଯୋଗ।

କୋର୍ଟରେ ହାଜର ପରେ ଜେଲକୁ ପଠାଇବାକୁ ଆଦେଶ 
କୋର୍ଟରେ ହାଜର ହେବା ପରେ ୟୁଟୁବର ମନୀଷ କାଶ୍ୟପଙ୍କୁ ବେଟିୟା ଜେଲକୁ ପଠାଇବାକୁ ନିର୍ଦ୍ଦେଶ (Order) ଦିଆଯାଇଛି। ବରିଷ୍ଠ ଓକିଲଙ୍କ କହିବା ଅନୁସାରେ କୋର୍ଟରେ ହାଜର ପାଇଁ ସୁବିଧା ହେବା ଅନୁଯାୟୀ ପ୍ରଶାସନ ପକ୍ଷରୁ ମନୀଷ କାଶ୍ୟପଙ୍କୁ ଅନ୍ୟ ଜେଲ ଗୁଡିକରେରେ ମଧ୍ୟ ପ୍ରଶାସନ ରଖିପାରିବ। ଏହା ମଧ୍ୟ ସୂଚନା ମିଳିଛି ଯେ, ଚମ୍ପରାନ ଅଞ୍ଚଳରେ ମନୀଷ କାଶ୍ୟପଙ୍କ ବିରୋଧରେ ଅଧିକାଂଶକ ମାମଲା ରହିଛି ।

Also Read- Income Tax: ଫେରସ୍ତକୁ ଅପେକ୍ଷା କରୁଥିବା ଲୋକଙ୍କ ପାଇଁ ବଡ଼ ଅପଡେଟ୍ ! ଜାଣି ରଖନ୍ତୁ ଏହି କଥା