Cyclone Update: ବାତ୍ୟା ମୁକାବିଲା ନେଇ କଟକ ମହାନଗର ନିଗମର ଜରୁରୀ ବୈଠକ
Advertisement
Article Detail0/zeeodisha/odisha2483308

Cyclone Update: ବାତ୍ୟା ମୁକାବିଲା ନେଇ କଟକ ମହାନଗର ନିଗମର ଜରୁରୀ ବୈଠକ

Cyclone Update: ଏହି ବୈଠକରେ ସମସ୍ତ ୱାର୍ଡର କର୍ପୋରେଟର, ସିଏମ୍ ସି ସମେତ ବିଭିନ୍ନ ସରକାରୀ ବିଭାଗର ଅଧିକାରୀମାନେ ସାମିଲ ହୋଇଥିଲେ ।ପ୍ରସ୍ତୁତି ନେଇ ତଥ୍ୟ ରଖିଲେ  CMC ମେୟର ଶ୍ରୀଯୁକ୍ତ ସୁବାସ ସିଂ ଓ କମିଶନର ଅନାମ ଚରଣ ପାତ୍ର। କଟକର ତଳିଆ ଅଞ୍ଚଳ ତଥା ଜଳବନ୍ଦୀ ସମ୍ଭାବନା ଥିବା ପଏଣ୍ଟ ଗୁଡ଼ିକୁ ଚିହ୍ନଟ କରି ତାଲିକା ପ୍ରସ୍ତୁତ କରିବା ପାଇଁ ସମସ୍ତ ୱାର୍ଡର କର୍ପୋରେଟରମାନଙ୍କୁ କୁହାଯାଇଛି। ସେହିଭଳି ୮୧ ଟି ବାତ୍ୟା ଆଶ୍ରୟସ୍ଥଳକୁ ପ୍ରସ୍ତୁତ ରଖାଯାଇଛି। 

Cyclone Update: ବାତ୍ୟା ମୁକାବିଲା  ନେଇ କଟକ ମହାନଗର ନିଗମର ଜରୁରୀ ବୈଠକ

Cyclone Update: କଟକ ମହାନଗର ନିଗମ ତାର ବାତ୍ୟା ସୁରକ୍ଷା ବ୍ୟବସ୍ଥା  ପାଇଁ ଏକ ପ୍ରସ୍ତୁତି ବୈଠକ ଆୟୋଜନ କରିଥିଲା। ଏହି ବୈଠକରେ ସମସ୍ତ ୱାର୍ଡର କର୍ପୋରେଟର, ସିଏମ୍ ସି ସମେତ ବିଭିନ୍ନ ସରକାରୀ ବିଭାଗର ଅଧିକାରୀମାନେ ସାମିଲ ହୋଇଥିଲେ ।ପ୍ରସ୍ତୁତି ନେଇ ତଥ୍ୟ ରଖିଲେ  CMC ମେୟର ଶ୍ରୀଯୁକ୍ତ ସୁବାସ ସିଂ ଓ କମିଶନର ଅନାମ ଚରଣ ପାତ୍ର। କଟକର ତଳିଆ ଅଞ୍ଚଳ ତଥା ଜଳବନ୍ଦୀ ସମ୍ଭାବନା ଥିବା ପଏଣ୍ଟ ଗୁଡ଼ିକୁ ଚିହ୍ନଟ କରି ତାଲିକା ପ୍ରସ୍ତୁତ କରିବା ପାଇଁ ସମସ୍ତ ୱାର୍ଡ ର କର୍ପୋରେଟରମାନଙ୍କୁ କୁହାଯାଇଛି। ସେହିଭଳି ୮୧ ଟି ବାତ୍ୟା ଆଶ୍ରୟସ୍ଥଳକୁ ପ୍ରସ୍ତୁତ ରଖାଯାଇଛି। 

କଟକ ମହାନଗର ଅଞ୍ଚଳରେ ବିଭାଗୀୟ ଯନ୍ତ୍ରୀମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସି ଏମ୍ ସି ପକ୍ଷରୁ  ୨୮୩ ଟି ପମ୍ପ ସେଟ୍ ମହଜୁଦ ରଖା ଯାଇଛି। ଏହା ସହ ଅଧିକ ୧୦୦ ଟି ମଟର ମଧ୍ୟ ରଖାଯାଇଛି। ଆଜି ସନ୍ଧ୍ୟା ସୁଦ୍ଧା ବିଭିନ୍ନ ସ୍ଥାନରେ ପମ୍ପ ସେଟ୍ ଓ ଏହାର ତେଲ ଗୁଡ଼ିକୁ ପହଞ୍ଚାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଭେଟିନାରୀ ପକ୍ଷରୁ ୧୪ ଟି R R P ଟିମ୍ ରଖାଯାଇଛି। ମୁଖ୍ୟାଳୟ ସହ ୪ ଟି ଫାୟାର ଷ୍ଟେସନ ରେ ,୧୦ଟି ଟିମ୍ ପ୍ରସ୍ତୁତ ଅଛନ୍ତି। ଗଛ ସଫା କରିବା ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ପ୍ରସ୍ତୁତ ରଖାଯାଇଛି।ବିଦ୍ୟୁତ୍ ବିଭାଗ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଅପରପକ୍ଷରେ ବିଭିନ୍ନ ୱାର୍ଡ ର କର୍ପୋରେଟର ମାନେ ନିଜ ନିଜର ଅଭିଯୋଗ ମଧ୍ୟ ଉପସ୍ଥାପନ କରିଥିଲେ।