Crime News: AC ଟ୍ରେନ ଶୌଚାଳୟରେ ଦୁଷ୍କର୍ମ ଉଦ୍ୟମ, ଜାଣନ୍ତୁ ପୂରା ଘଟଣା
Advertisement
Article Detail0/zeeodisha/odisha2419439

Crime News: AC ଟ୍ରେନ ଶୌଚାଳୟରେ ଦୁଷ୍କର୍ମ ଉଦ୍ୟମ, ଜାଣନ୍ତୁ ପୂରା ଘଟଣା

Crime News: ଏକ ଚକିତ କରିବା ପରି ମାମଲା ଲୋକଲୋଚନକୁ ଆସିଛି । ପାଣ୍ଟ୍ରୀ କର୍ମଚାରୀ ଚଳନ୍ତା ଟ୍ରେନରେ ଏକ ଲଜ୍ଜାଜନକ କାର୍ଯ୍ୟ କରିଛନ୍ତି । ବର୍ତ୍ତମାନ ପୋଲିସ ଅଭିଯୁକ୍ତ ଜଣକୁ ଗିରଫ କରିଛି। 

Crime News: AC ଟ୍ରେନ ଶୌଚାଳୟରେ ଦୁଷ୍କର୍ମ ଉଦ୍ୟମ, ଜାଣନ୍ତୁ ପୂରା ଘଟଣା

Crime News: ଚଳନ୍ତା ଟ୍ରେନରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଛି । ଅଭିଯୁକ୍ତ ଜଣକ ପାଣ୍ଟ୍ରୀ କର୍ମଚାରୀ ବୋଲି ସୂଚନା ମିଳିଛି । ଏହି ଘଟଣା ରାତି ୨ଟାରୁ ୩ଟା ମଧ୍ୟରେ କଟକ ଏବଂ ଯାଜପୁର ମଧ୍ୟରେ ଘଟିଥିବା ଜାତୀୟ ଗଣମାଧ୍ୟମ ନ୍ୟୁଜ ୨୪ ଖବର ପ୍ରକାଶ କରିଛି । ଉତ୍କଳ ଏକ୍ସପ୍ରେସରେ ଯାତ୍ରା କରୁଥିବା ସମୟରେ କିଛି ଯାତ୍ରୀଙ୍କୁ ଜଣେ ଭିନ୍ନକ୍ଷମ ମହିଳାଙ୍କ ଚିତ୍କାର ଶୁଣାଯାଇଥିଲା । ଏହା ପରେ ଯେତେବେଳେ କବାଟ ଖୋଲାଗଲା ସେହି ସମୟରେ କିଛି ଯାତ୍ରୀଙ୍କ ଆଖିରୁ ଲୁହ ଝରିଥିଲା । ଅଭିଯୁକ୍ତ କର୍ମଚାରୀଙ୍କ ସହ ମହିଳା ଶୈଚାଳୟ ଭିତରୁ ବାହାରିଥିଲେ । ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ, ସେ ଶୌଚାଳୟକୁ ଆସିଥିବା ସମୟରେ ଅଭିଯୁକ୍ତ ହଠାତ୍ ଭିତରକୁ ଆସି ଦୁଷ୍କର୍ମ ଉଦ୍ୟମ କରିଥିଲା । ଟ୍ରେନର ଯାତ୍ରୀମାନେ ଅଭିଯୁକ୍ତକୁ ଚକ୍ରଧର ରେଳ ଷ୍ଟେସନରେ GRP କୁ ହସ୍ତାନ୍ତର କରିଛନ୍ତି ।

ମିଳିଥିବା ସୂଚନା ମୁତାବକ, ମହିଳା ଜଣକ ଓଡ଼଼ିଶାରୁ ଉତ୍ତରପ୍ରଦେଶ ଯାଉଥିଲେ । ଅଭିଯୁକ୍ତ ଜଣକ ଶୌଚାଳୟରେ ପ୍ରବେଶ କରିବା ପୂର୍ବରୁ ମଦ୍ୟପାନ କରିଥିଲା। ବର୍ତ୍ତମାନ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ଜିଆରପି ପୋଲିସ । ପୀଡିତା ଜଣକ କହିଛନ୍ତି ଯେ, ସେ ନିଜ ସିଟରୁ ଉଠି ରାତିରେ ବାଥରୁମ ଭିତରକୁ ଯିବା ମାତ୍ରେ ହଠାତ୍ ଅଭିଯୁକ୍ତ ବାଥରୁମ ଭିତରକୁ ଧସେଇ ପଶି ଆସିଥିଲା । ତାପରେ ଜୋର ଜବରଦସ୍ତ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିଲା । କିନ୍ତୁ ମହିଳାଜଣକ ବାଥରୁମ ଭିତରେ ଥାଇ ବଡ ପାଟିରେ ଚିତ୍କାର କରିବାରୁ ଶବ୍ଦ ଶୁଣି ଅନ୍ୟ ଯାତ୍ରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅଭିଯୁକ୍ତ ଉକ୍ତ ମହିଳାଙ୍କ ସହ ଜବରଦସ୍ତି ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା ।

ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ କହିବାନୁସାରେ, ପ୍ରଥମେ ସେମାନେ ଜଣେ ମହିଳାଙ୍କ ଚିତ୍କାର ଶୁଣିବାକୁ ପାଇଥିଲେ । ତାପରେ କିଛି ଯାତ୍ରୀ ଦୌଡାଦୌଡି ହୋଇ ବାଥରୁମ ନିକଟରେ ପହଞ୍ଚିଥିଲେ । କିଛି ଯୁବକ କବାଟ ବାଡେଇବା ପରେ ଅଭିଯୁକ୍ତ ଜଣକ କବାଟ ଖୋଲିଥିଲା। ଅଭିଯୁକ୍ତ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରୁଥିବା ଜାଣି ଉପସ୍ଥିତ ଯାତ୍ରୀମାନେ ଅଭିଯୁକ୍ତକୁ ଉତ୍ତମ ମଧ୍ୟମ ଦେଇଥିଲେ । ପରେ ଅଭିଯୁକ୍ତ ରାମଜିତ ସିଂଙ୍କୁ ଚକ୍ରଧରପୁର ରେଳ ଷ୍ଟେସନରେ GRP କୁ ହସ୍ତାନ୍ତର କରାଯାଇଥିଲା।

ଆପଣଙ୍କୁ କହି ରଖିବାକୁ ଚାହୁଁ ଯେ, ଉତ୍କଳ ଏକ୍ସପ୍ରେସ 18477  ପୁରୀରୁ ଉତ୍ତରାଖଣ୍ଡର ଋଷିକେଶ ପର୍ଯ୍ୟନ୍ତ ଯାତାୟତ କରିଥାଏ । ମହିଳା ଜଣକ ତାଙ୍କ ନାବାଳକ ପୁଅଙ୍କ ସହ ଏସି -3 କୋଚରେ ଯାତ୍ରା କରୁଥିଲେ ।

Also Read- Video: ବରଗଛ ମୂଳେ କ'ଣ କରୁଛନ୍ତି ଯାତ୍ରା ଅଭିନେତା ପିୟୁଷ ତ୍ରିପାଠୀ, ଦେଖନ୍ତୁ