Mo bus: କଟକ ଅତିରିକ୍ତ ଜିଲ୍ଲାପାଳଙ୍କ ଗାଡ଼ି ଓ ମୋ ବସ ଦୁର୍ଘଟଣା ମାମଲାରେ ସିସିଟିଭି ଫୁଟେଜ୍ ଆଣିଲା ନୂଆ ମୋଡ଼
Advertisement

Mo bus: କଟକ ଅତିରିକ୍ତ ଜିଲ୍ଲାପାଳଙ୍କ ଗାଡ଼ି ଓ ମୋ ବସ ଦୁର୍ଘଟଣା ମାମଲାରେ ସିସିଟିଭି ଫୁଟେଜ୍ ଆଣିଲା ନୂଆ ମୋଡ଼

Mo bus: ରାଜଭବନ ଛକ ନିକଟରେ କଟକ ଅତିରିକ୍ତ ଜିଲ୍ଲାପାଳଙ୍କ ଗାଡି଼ ଓ ମୋ ବସ ଦୁର୍ଘଟଣା ସମୟର ସିସିଟିଭି ଫୁଟେଜ ଜାରି କରିଛି କ୍ରୁଟ୍‌ । ଏହି ଦୁର୍ଘଟଣାରେ ମୋ ବସ୍ ଚାଳକଙ୍କର କୌଣସି ତ୍ରୁଟି ନଥିବା କ୍ରୁଟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସ୍ପଷ୍ଟୀକରଣ କରାଯାଇଛି। ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରିବା ପରେ ମୋ ବସ୍ ଚାଳକ ନିର୍ଦ୍ଧାରିତ ବେଗ ଓ ସଠିକ୍ ଭାବରେ ଗାଡି଼ ଚଲାଉଥିବା ଜଣାପଡିଛି ।

ସୌ(ସୋସିଆଲ ମିଡିଆ)

Mo bus: ରାଜଧାନୀ ରାଜଭବନ ଛକ ନିକଟରେ କଟକ ଅତିରିକ୍ତ ଜିଲ୍ଲାପାଳଙ୍କ ଗାଡି଼ ଓ ମୋ ବସ (Mo bus) ମଧ୍ୟରେ ଦୁର୍ଘଟଣା ସମୟର ସିସିଟିଭି ଫୁଟେଜ ଜାରି କରିଛି କ୍ରୁଟ୍‌ (Capital Region Urban Transport) । ଏହି ଦୁର୍ଘଟଣାରେ ମୋ ବସ୍ ଚାଳକଙ୍କର କୌଣସି ତ୍ରୁଟି ନଥିବା କ୍ରୁଟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସ୍ପଷ୍ଟୀକରଣ କରାଯାଇଛି। ସିସିଟିଭି ଫୁଟେଜ (CCTV footage) ଆଧାରରେ ତଦନ୍ତ କରିବା ପରେ ମୋ ବସ୍ ଚାଳକ ନିର୍ଦ୍ଧାରିତ ବେଗ ଓ ସଠିକ୍ ଭାବରେ ଗାଡି଼ ଚଲାଉଥିବା ଜଣାପଡିଛି । ତେଣୁ ଏଥିରେ ମୋ ବସ ଡ୍ରାଇଭରଙ୍କ କୌଣସି ତ୍ରୁଟି ନଥିବା କ୍ରୁଟ୍‌ ପକ୍ଷରୁ କୁହାଯାଇଛି । ସୂଚନା ଅନୁସାରେ, ଗତକାଲି ଦିନ ୧୨:୩୦ ମିନିଟି୍ ରେ ରାଜଭବନ ମାଷ୍ଟର କ୍ୟାଣ୍ଟିନରୁ ସମ୍‌ ହସ୍ପିଟାଲ ଅଭିମୁଖେ ଯାଉଥିବା ୨୩ନଂ ମୋ ବସ (Mo bus) ସହ କଟକ ଅତିରିକ୍ତ ଜିଲ୍ଲାପାଳଙ୍କ ଗାଡି଼ ମଧ୍ୟରେ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ଉଭୟ ଗାଡି଼ କ୍ଷତିଗ୍ରସ୍ତ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମୋ ବସର (Mo bus) ଚାଳକ ଅତି ବେପରୁଆ ଭାବେ ଗାଡି ଚଲାଉଥିବା ନେଇ ଅତିରିକ୍ତ ଜିଲ୍ଲାପାଳ (Cuttack Additional Collector) ଅଭିଯୋଗ କରିଥିଲେ।

ଦୁର୍ଘଟଣାର ତଦନ୍ତ କରି ଏଥିରେ ମୋ ବସ ଡ୍ରାଇଭରଙ୍କ କୌଣସି ଭୁଲ ନଥିବା ନେଇ କ୍ରୁଟ (Capital Region Urban Transport) କର୍ତ୍ତୃପକ୍ଷ ପକ୍ଷରୁ କୁହାଯାଇଛି। ଏହି ସମ୍ପର୍କରେ ଏକ ପ୍ରେସ ବିଜ୍ଞପ୍ତି ଜାରି କରି କୁହାଯାଇଛି ଯେ, ଏହା ଏକ ଦୁର୍ଭାଗ୍ୟଜନକ ଘଟଣା ଅଟେ। ଏହି ଦୁର୍ଘଟଣାରେ ବସ୍‌ ଡ୍ରାଇଭର ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ଅଟନ୍ତି। ବସ୍‌ର ବେଗ ଠିକ ଥିବା ସହ ସେ ନିୟନ୍ତ୍ରଣରେ ଗାଡି଼ ଚଲାଉଥିଲେ। ଏ ନେଇ ଉପଯୁକ୍ତ ତଦନ୍ତ କରାଯାଇଛି। କ୍ରୁଟ ପକ୍ଷରୁ ଜାରି କରାଯାଇଥିବା ସିସିଟିଭି ଫୁଟେଜରୁ ଏହା ପ୍ରମାଣିତ ହେଉଛି ଯେ, ଚାଳକ ନିର୍ଦ୍ଧାରିତ ବେଗରେ ଗାଡି଼ ଚଳାଉ ଥିଲେ।  ଏହାସହ କ୍ରୁଟ (CRUT) କର୍ତ୍ତୃପକ୍ଷ କହିଛନ୍ତି ଯେ, ଡ୍ରାଇଭରଙ୍କ ଉପରେ ଲଗାଯାଉଥିବା ମିଥ୍ୟା ଅଭିଯୋଗ ଅତ୍ୟନ୍ତ ଦୁଃଖଦାୟକ ଅଟେ। ସେ ଦୁର୍ଘଟଣା ଏଡାଇବା ପାଇଁ ଉଦ୍ୟମ କରିଥିଲେ, ଯାହା ସିସିଟିଭି ଫୁଟେଜରୁ ସ୍ପଷ୍ଟ ହେଉଛି। ପୂର୍ବରୁ ଅନେକ ଥର ଦୁର୍ଘଟଣା ନେଇ ବିବାଦ ଘେରକୁ ଆସିଛି କ୍ରୁଟ୍‌। ତେବେ ସମସ୍ତ ଜନ ସାଧାରଣ ଓ ମୋ ବସ ଯାତ୍ରୀ ମାନଙ୍କ ସୁରକ୍ଷା ପାଇଁ କ୍ରୁଟ୍‌ (CRUT) ଉପଯୁକ୍ତ କାର୍ଯ୍ୟ କରି ଆସୁଛି ବୋଲି କର୍ତ୍ତୃପକ୍ଷ କହିଛନ୍ତି।

ଏହା ବି ପଢନ୍ତୁ-Bhubaneswar to Bangkok and Singapore: ଜୁନ ପହିଲାରୁ ଭୁବନେଶ୍ବରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ଉଡ଼ିବ ବିମାନ, ଆଜିଠୁ ଆରମ୍ଭ ହେଲା ଟିକେଟ ବୁକିଂ

ପ୍ରକାଶ ଥାଉ କି, ରବିବାର ଦିନ (Khordha) ଖୋର୍ଦ୍ଧା -ଜଟଣୀ ଓଭର ବ୍ରିଜ୍ ଉପରେ ମୋ’ବସ୍  (Mo Bus) ଓ ଟ୍ରକ୍ (truck )ମୁହାଁମୁହିଁ ଧକ୍କା ହୋଇଥିଲେ । ଏଥିରେ ୧୦ ଜଣ ଯାତ୍ରୀ ଆହତ ହୋଇଥିଲେ । ଆହତଙ୍କ ମଧ୍ୟରୁ କିଛି ଯାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା । ଦୁର୍ଘଟଣା ପରେ ଟ୍ରକ୍ କ୍ୟାବିନ୍‌ରେ ଚାପି ହୋଇ ରହିଯାଇଥିଲେ ଡ୍ରାଇଭର ।  ଦୁର୍ଘଟଣାସ୍ଥଳରେ ପୋଲିସ୍ ଓ ଅଗ୍ନିଶମ ବାହିନୀ ପହଞ୍ଚି ବସରେ (Mo Bus) ଫସିଥିବା ଯାତ୍ରୀଙ୍କୁ ଉଦ୍ଧାର ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ ।

ଏହା ବି ପଢନ୍ତୁ-Koraput: ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଇଚ୍ଛାପୁର ଠାରେ ଭୁଶୁଡି ପଡିଲା ବ୍ରିଟିଶ ଅମଳର ବ୍ରିଜ୍