Modern Shravan Kumar: କଳିଯୁଗର ଶ୍ରବଣ କୁମାର! ଏହି କାରଣ ପାଇଁ ପୁରୁଣା ସ୍କୁଟରରେ ମାଆଙ୍କୁ ବସାଇ କରାଉଛନ୍ତି ତୀର୍ଥଯାତ୍ରା
Advertisement
Article Detail0/zeeodisha/odisha1645080

Modern Shravan Kumar: କଳିଯୁଗର ଶ୍ରବଣ କୁମାର! ଏହି କାରଣ ପାଇଁ ପୁରୁଣା ସ୍କୁଟରରେ ମାଆଙ୍କୁ ବସାଇ କରାଉଛନ୍ତି ତୀର୍ଥଯାତ୍ରା

Modern Shravan Kumar: ଆଧୁନିକ ଯୁଗର ଶ୍ରବଣ କୁମାର ପୁରୁଣା ସ୍କୁଟରରେ ମାଆଙ୍କୁ ବସାଇ କରାଉଛନ୍ତି ତୀର୍ଥଯାତ୍ରା । ନିଜ ଜୀବନର ସମସ୍ତ ସଞ୍ଚୟ ଅର୍ଥକୁ ସେ ମାଙ୍କ ତୀର୍ଥ ସ୍ଥାନ ବୁଲାଇବାରେ ଖର୍ଚ୍ଚ କରୁଛନ୍ତି ।

ସୌ(ସୋସିଆଲ ମିଡିଆ)

Modern Shravan Kumar: ପ୍ରାୟତଃ ସମସ୍ତ ଛୋଟବେଳେ ଶ୍ରବଣ କୁମାରଙ୍କ (Shravan Kumar)  କାହାଣୀ ନିଶ୍ଚୟ ଶୁଣିଥିବେ । ଶ୍ରବଣ କୁମାର ନିଜର ପିତା ମାତାଙ୍କୁ ଟୋକେଇ ଭାର ସାହାଯ୍ୟରେ ସେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଉଥିଲେ । କିନ୍ତୁ ଆଜି ଆମେ ଆପଣଙ୍କୁ ଆଧୁନିକ ଯୁଗର ଶ୍ରବଣ କୁମାରଙ୍କ କାହାଣୀ କହିବୁ । ଯିଏ ନିଜର ମାଆଙ୍କୁ ପୁରୁଣା ସ୍କୁଟରରେ ବସାଇ ତୀର୍ଥ (Pilgrimage) କରାଉଛନ୍ତି । ନିଜ ଜୀବନର ସମସ୍ତ ସଞ୍ଚୟ ଅର୍ଥକୁ ସେ ମାଙ୍କ ତୀର୍ଥ ସ୍ଥାନ ବୁଲାଇବାରେ ଖର୍ଚ୍ଚ କରୁଛନ୍ତି ।

ସୂଚନାଅନୁଯାୟୀ, କର୍ଣ୍ଣାଟକ ମହୀଶ୍ବର ବୋଗାଡ଼ି ବାସିନ୍ଦା ୪୨ ବର୍ଷିୟ ଦକ୍ଷିଣମୂର୍ତ୍ତୀ କ୍ରିଷ୍ଣା କୁମାରଙ୍କୁ (krishna kumar) ଆଧୁନିକ ଯୁଗର ଶ୍ରବଣ କୁମାର ବୋଲି କୁହାଯାଉଛି । ଦକ୍ଷିଣମୂର୍ତ୍ତୀ କ୍ରିଷ୍ଣା କୁମାର ମହୀଶ୍ବରର ଜଣେ ପୂର୍ବତନ କର୍ପୋରେଟ୍ ମ୍ୟାନେଜର ଥିଲେ । ୧୦ ଜଣିଆ ମିଳିତ ପରିବାରରେ କ୍ରିଷ୍ଣା କୁମାରଙ୍କ ମା’ ଘରର ସମସ୍ତ କାମ କରୁଥିଲେ । ଦିନେ କମ୍ପାନୀରୁ ଫେରିବା ପରେ କ୍ରିଷ୍ଣା କୁମାର କିଛି ଖାସ ମନ୍ଦିର ନାମ କହି ମାଆ ଚୁଡ଼ାରତ୍ନମ୍ମାଙ୍କୁ ପଚାରିଥିଲେ ଯେ, “ମାଆ ଆପଣ କେବେ ଏହି ସବୁ ମନ୍ଦିରକୁ ଭ୍ରମଣ କରିଛନ୍ତି କି? ସେ ସମୟରେ କ୍ରିଷ୍ଣା କୁମାରଙ୍କ ମାଆଙ୍କ ଆଖି ଲୁହରେ ଭରିଯାଇଥିଲା ।  ଏହାପରେ ସେ କହିଥିଲେ କି, ଆଜି ପର୍ଯ୍ୟନ୍ତ ମୁଁ ଘର ପାଖ ମନ୍ଦିରକୁ ମଧ୍ଯ ଯାଇପାରିନାହିଁ” । ବାସ ମାଆଙ୍କର ଏହି ପଦେ ଶୁଣିବା ପରେ ତାଙ୍କୁ ତୀର୍ଥ ଭ୍ରମଣ କରାଇବା ନେଇ ସଂକଳ୍ପ ନେଇଥିଲେ କ୍ରିଷ୍ଣା କୁମାର । ୨୦୧୮ ମସିହା ଜାନୁୟାରୀ ମାସରେ ସେ ମାଆଙ୍କୁ ବାପା ଦେଇଥିବା ଏକ ପୁରୁଣା ସ୍କୁଟରରେ ଧରି ତୀର୍ଥ ଭ୍ରମଣରେ ବାହାରିଥିଲେ । ଦିନକୁ ୧୦୦ରୁ ଦେଢ ଶହ କିଲୋମିଟର ଯାତ୍ରା କରି ସେ ତାଙ୍କ ମାଆଙ୍କୁ ଗୋଟିଏ ପରେ ଗୋଟିଏ ତୀର୍ଥ (pilgrimage) ସ୍ଥାନ ଭ୍ରମଣ କରାଇଥିଲେ । ଆପ ଜାଣି ଆଶ୍ଚର୍ଯ୍ୟ ହେବେ କି, ଏହି ତୀର୍ଥ ଭ୍ରମଣ ସମୟରେ କ୍ରିଷ୍ଣା କୁମାର ଓ ତାଙ୍କ ମାଆ କୌଣସି ହୋଟେଲେ ରହିନାହାନ୍ତି । ସେମାନେ ଧର୍ମସ୍ଥଳୀରେ ଥି୍ବା ମଠ ଓ ଆଶ୍ରମରେ ରାତ୍ରୀ ଯାପନ କରିବା ସହ ଦିନକୁ ଦୁଇ ଓଳି ନିରାମିଷ ଖାଦ୍ୟ ଖାଇଥାଆନ୍ତି । ଏହା ବ୍ୟତୀତ ସେମାନେ ଆଉ କୌଣସି ଖାଦ୍ୟ ଖାଆନ୍ତି ନାହିଁ । ବିଗତ ପାଞ୍ଚ ବର୍ଷ ଧରି ଆଧୁନିକ ଶ୍ରାବଣ କୁମାର ୭୩ ବର୍ଷିୟା ମାତାଙ୍କୁ ସ୍କୁଟରରେ ବିଶ୍ୱ ଭ୍ରମଣ କରାଉଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ କୃଷ୍ଣ କୁମାର ନେପାଳ, ଭୁଟାନ ଓ ମିଆଁମାର ସମେତ ଭାରତର ସମସ୍ତ ପ୍ରମୁଖ ଧାର୍ମିକ ସହରରେ ଥିବା ତୀର୍ଥସ୍ଥାନ ଗୁଡ଼ିକୁ ମାଆଙ୍କୁ ଭ୍ରମଣ କରାଇସାରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଦୁହେଁ ୬୬ ହଜାର କିଲୋମିଟର ଯାତ୍ରା କରିସାରିଛନ୍ତି। କୃଷ୍ଣ କୁମାର କହିଛନ୍ତି ଯେ, ତାଙ୍କର ଏହି ଯାତ୍ରାର କୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନାହିଁ । ଏହା କେବେ ଶେଷ ହେବ ତାହା ସେ ଜାଣିନାଆନ୍ତି ନାହିଁ, ଯଥାସମ୍ଭବ ସେ ମାଙ୍କୁ ଭ୍ରମଣ କରାଇବେ ।

ନିକଟରେ କୃଷ୍ଣ କୁମାର ୟୁପି ପ୍ରୟାଗରେ (prayagraj )ପହଞ୍ଚିଥିଲେ। ସେ ସଙ୍ଗାମରେ ମା’ଙ୍କୁ ସ୍ନାନ କରାଇବା ପରେ ବାନ୍ଧବା ସ୍ଥିତି ହନୁମାନଙ୍କ ଦର୍ଶନ କରାଇଥିଲେ । ଏହି ସମୟରେ ରାମକୃଷ୍ଣ ମିଶନ ଆଶ୍ରମରେ ରାତି ବିତାଇବା ପରେ ସେ ପରବର୍ତ୍ତୀ ଯାତ୍ରା ପାଇଁ ଚାଲିଗଲେ। କୃଷ୍ଣ କୁମାର କହିଛନ୍ତି ଯେ, ସେ ନିଜ ଉପାର୍ଜିତ ଟଙ୍କାରେ ହିଁ ମା’ଙ୍କୁ ତୀର୍ଥ ଭ୍ରମଣରେ ନେଉଛନ୍ତି।

ଏହା ମଧ୍ଯ ପଢନ୍ତୁ-IAS officer Anju Sharma: ୧୦ମ ଓ ଦ୍ୱାଦଶ ଶ୍ରେଣୀରେ ଫେଲ ହେବା ପରେ ଏହିପରି ବନିଥିଲେ IAS ଅଧିକାରୀ, ପଢନ୍ତୁ କାହାଣୀ