Heatwave 2024 India: ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କଲେ ମୋଦି ସରକାର
Advertisement
Article Detail0/zeeodisha/odisha2201213

Heatwave 2024 India: ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କଲେ ମୋଦି ସରକାର

 IMD Forecast on Heatwave in India: ଚଳିତ ବର୍ଷ ସ୍ୱାଭାବିକ ଠାରୁ ଅଧିକ ଅଧିକ ଗରମ ଅନୁଭୂତ ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।

Heatwave 2024 India: ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କଲେ ମୋଦି ସରକାର

Modi Govt Action Plan to Counter Heatwave: ଦେଶର ବିଭିନ୍ନ ସ୍ଥାନରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଚଳିତ ମାସରୁ ଏପରି ଗରମ ଅନୁଭବ ହେବାରେ ଲାଗିଲାଣି ଯେପରି ମେ-ଜୁନ୍ ଆସିଗଲାଣି। ଏବେ ଠାରୁ  ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଯିବା ପରେ ସ୍ଥିତି ବଦଳିବା ନେଇ ପୂର୍ବାନୁମାନ କରାଯାଇଛି। ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗୁରୁବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଯେଉଁ ବୈଠକରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ହୋଇଥିବା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ। କେନ୍ଦ୍ର, ରାଜ୍ୟ ତଥା ଜିଲ୍ଲା ସ୍ତରରେ ସମସ୍ତ ସରକାରୀ କଳ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ କହିଥିଲେ। ଗୁରୁବାର ଅନୁଷ୍ଠିତ ହୋଇଥିବା ବୈଠକରେ ଅପ୍ରେଲ-ଜୁନ୍ ମାସରେ ଦେଶର ଅଧିକାଂଶ ସ୍ଥାନରେ ସର୍ବାଧିକ ତାପମାତ୍ରା ଅନୁଭୂତ ହେବାର ସମ୍ଭାବନା ରହିଥିବା ନେଇ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା।

ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ବୈଠକରେ କେଉଁ ନିଷ୍ପତ୍ତି ନିଆଯାଇଛି?
ଏହି ବୈଠକରେ ଅତ୍ୟାବଶ୍ୟକୀୟ ଔଷଧ, ତରଳ ପଦାର୍ଥ, ବରଫ ପ୍ୟାକ୍, ଓଆରଏସ ଏବଂ ପାନୀୟ ଜଳର ଉପଲବ୍ଧତା ସମ୍ପର୍କରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରସ୍ତୁତିର ସମୀକ୍ଷା କରାଯାଇଥିଲା। ଟେଲିଭିଜନ୍, ରେଡିଓ ଏବଂ ସୋସିଆଲ୍ ମିଡିଆ ଭଳି ସମସ୍ତ ପ୍ଲାଟଫର୍ମ ମାଧ୍ୟମରେ ବିଶେଷ ଭାବରେ ଆଞ୍ଚଳିକ ଭାଷାରେ ଆବଶ୍ୟକୀୟ ସୂଚନା, ଶିକ୍ଷା ଏବଂ ଯୋଗାଯୋଗ ସଚେତନତା ସାମଗ୍ରୀର ଠିକ୍ ସମୟରେ ବିସ୍ତାର ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

ଏନେଇ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ଚଳିତ ବର୍ଷ ସ୍ୱାଭାବିକ ଠାରୁ ଅଧିକ ଅଧିକ ଗରମ ଅନୁଭୂତ ହେବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ  ସାଧାରଣ ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ। ଏ ସମ୍ପର୍କରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଦ୍ୱାରା ଜାରି ହୋଇଥିବା ଉପଦେଶକୁ ଆଞ୍ଚଳିକ ଭାଷାରେ ଅନୁବାଦ କରିବା ସହ ଏହାକୁ ବ୍ୟାପକ ଭାବରେ ସମସ୍ତ ସ୍ତରରେ ବିତରଣ କରାଯିବା ଆବଶ୍ୟକ।

ସମନ୍ୱୟ ରଖି କାମ କରିବା ଆବଶ୍ୟକ
ପ୍ରଧାନମନ୍ତ୍ରୀ ମୋଦି ସରକାରଙ୍କ ଆଭିମୁଖ୍ୟ ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ବିଭିନ୍ନ ମନ୍ତ୍ରଣାଳୟ ସମେତ କେନ୍ଦ୍ର, ରାଜ୍ୟ ତଥା ଜିଲ୍ଲା ସ୍ତରରେ ସମସ୍ତ ସରକାରୀ କଳ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଆବଶ୍ୟକ। ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଡାକ୍ତରଖାନାରେ ପର୍ଯ୍ୟାପ୍ତ ପରିମାଣରେ ପ୍ରସ୍ତୁତି କରିବା ସହିତ ଜଙ୍ଗଲରେ ହେଉଥିବା ଅଗ୍ନିକାଣ୍ଡକୁ ଶୀଘ୍ର ଚିହ୍ନଟ ଏବଂ ଲିଭାଇବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବ, ଗୃହ ସଚିବ, ଭାରତୀୟ ପାଣିପାଗ ବିଭାଗ ଏବଂ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଅଧିକାରୀ ଅଂଶଗ୍ରହଣ କରିଥିଲେ। ଭାରତ ପାଣିପାଗ ବିଭାଗ ନିକଟରେ କହିଛି ଯେ ଅପ୍ରେଲ ମାସରୁ ଜୁନ୍ ମଧ୍ୟରେ ଦେଶରେ ଅତ୍ୟଧିକ ଗରମ ଅନୁଭବ ହେବାର ସମ୍ଭାବନା ରହିଛି। କେନ୍ଦ୍ରୀୟ ଏବଂ ପଶ୍ଚିମ ଉପଦ୍ୱୀପରେ ଏହାର ସର୍ବାଧିକ ପ୍ରଭାବ ପଡିବାର ସମ୍ଭାବନା ରହିଛି।