ପାକିସ୍ତାନ ସୀମାରେ ଲାଗିବ ୨୦୦୦ ସିସିଟିଭି କ୍ୟାମେରା
Advertisement

ପାକିସ୍ତାନ ସୀମାରେ ଲାଗିବ ୨୦୦୦ ସିସିଟିଭି କ୍ୟାମେରା

CCTV cameras in Pakistan border: ମିଳିଥିବା ସୂଚନା ମୁତାବକ ସର୍ବାଧିକ ଫିରୋଜେପୁରରେ ୧୩୦, ତାରନ୍ ରେ ୧୨୩, ଅମୃତସରରେ ୧୧୯ଟି ସିସିଟିଭି କ୍ୟାମେରା ଲଗାଯିବ ।

ପାକିସ୍ତାନ ସୀମାରେ ଲାଗିବ ୨୦୦୦ ସିସିଟିଭି କ୍ୟାମେରା

CCTV cameras in Pakistan border: ପଞ୍ଜାବ ପୋଲିସ ଭାରତ-ପାକିସ୍ଥାନ ସୀମାରେ ଥିବା ବିଭିନ୍ନ ଅଞ୍ଚଳର ୫୮୪ଟି ଯାଗାରେ ଫେସ୍ ଡିଟେକସନ ସଫ୍ଟୱେୟାର ଏବଂ ଅଟୋମେଟିକ୍ ନମ୍ବର ପ୍ଲେଟ୍ ସ୍ୱୀକୃତି (ANPR)କ୍ୟାମେରା ସହିତ ୨ ହଜାରରୁ ଅଧିକ ସିସିଟିଭି କ୍ୟାମେରା ଲଗାଇବାକୁ ଯାଉଛି । ଡ୍ରୋନ୍ ମାଧ୍ୟମରେ ଡ୍ରଗ୍ସ ଏବଂ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣକୁ ଯାଞ୍ଚ କରିବା ପାଇଁ ପଞ୍ଜାବ ପୋଲିସ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି । ସୀମାନ୍ତରେ ଯାନ ବାହାନ ଚଳାଚଳ ଉପରେ ନଜର ରଖିବା ପାଇଁ ଏକ ଉଚ୍ଚକୋଟୀର ପ୍ରକଳ୍ପ ଅଧୀନରେ ଓପନ ଟେଣ୍ଡର ମାଧ୍ୟମରେ ସିସିଟିଭି କ୍ୟାମେରା କ୍ରୟ କରାଯାଉଛି।

ପଞ୍ଜାବ ପୋଲିସ ପକ୍ଷରୁ କୁହାଯାଇଛି ଯେ, ସୀମାଠାରୁ ଅଳ୍ପ ଦୂରରେ ଏହି କ୍ୟାମେରା ଗୁଡିକୁ ଲଗାଯିବ। ଭାରତ-ପାକିସ୍ଥାନ ସୀମାରେ ୧,୮୮୨ ବୁଲେଟ୍ କ୍ୟାମେରା, ୩୩୩ ANPR କ୍ୟାମେରା ଏବଂ ୧୫୨ PTZ (ପ୍ୟାନ୍-ଟିଲ୍ଟ-ଜୁମ୍) କ୍ୟାମେରା ଲଗାଯିବ । ତେବେ ପାଞ୍ଚଟି ଜିଲ୍ଲାରେ ଲଗାଇବାକୁ ଥିବା ସିସିଟିଭି ସଂଖ୍ୟା ୨୩୬୭ ବୋଲି ଜଣାପଡିଛି । ମିଳିଥିବା ସୂଚନା ମୁତାବକ ସର୍ବାଧିକ ଫିରୋଜେପୁରରେ ୧୩୦, ତାରନ୍ ରେ ୧୨୩, ଅମୃତସରରେ ୧୧୯ଟି ସିସିଟିଭି କ୍ୟାମେରା ଲଗାଯିବ । ସିସିଟିଭି କ୍ୟାମେରା ସହିତ ବ୍ୟବହୃତ ହେବାକୁ ଥିବା ଫେସ୍ ସ୍କାନିଂ ସଫ୍ଟୱେର୍ ମଧ୍ୟ ଫେସ୍ ପ୍ରାଇଭେସୀ ମାସ୍କିଂରୁ ଫେସ୍ ଇମେଜ୍ ଦେଖାଇବାରେ ସକ୍ଷମ ହେବ ।

କ୍ୟାମେରାରୁ ସିସିଟିଭି ଫୁଟେଜ ପୋଲିସ ମୁଖ୍ୟାଳୟ ଦ୍ୱାରା ଯାଞ୍ଚ କରାଯିବା ସହିତ ଡାଟା ଷ୍ଟୋର ହୋଇ ରହିବ । ମନିଟରିଂ ସେଣ୍ଟରକୁ କ୍ୟାମେରା ଫିଡ୍ ଦିଆଯିବା ସହିତ 24×7 ଗତିବିଧି ଉପରେ ନଜର ରହିବ ବୋଲି ଜଣେ ଅଧିକାରୀ କହିଛନ୍ତି । ଉନ୍ନତମାନର କ୍ୟାମେରାରେ ଗହଳି ସ୍ଥାନରେ ମଧ୍ୟ ସହଜରେ ଅପରାଧିକ କାର୍ଯ୍ୟକଳାପ ଠାବ ହୋଇପାରିବ । ଗାଡି ଟ୍ରାକିଂ କରିବା ହେଉ କିମ୍ୱା ସନ୍ଦେହଜନକ ଜିନିଷକୁ ଚିହ୍ନଟ କରିବା ତାହା ଖୁବ୍ ସହଜ ହୋଇପାରିବ । ଡ୍ରୋନ୍ ମାଧ୍ୟମରେ ଚୋରା କାରବାରକୁ ରୋକିବା ପାଇଁ ଟେକ୍ନୋଲୋଜି ବ୍ୟବହାର କରିବାକୁ ପଞ୍ଜାବ ପୋଲିସର ଏହି ଉଦ୍ୟମକୁ ବେଶ୍ ପ୍ରଶଂସା କରାଯାଇଛି । ଏଥିରେ ସୀମା ସୁରକ୍ଷା ବାହିନୀ (ବିଏସ୍ଏଫ୍) ର କର୍ମଚାରୀ ମାନେ ମଧ୍ୟ ସହଯୋଗ କରିବେ ବୋଲି କୁହାଯାଉଛି । 

ସୂଚନାଯୋଗ୍ୟ, ପୂର୍ବରୁ ସୀମାବର୍ତ୍ତୀ ଅଞ୍ଚଳରେ ଡ୍ରୋନକୁ ନେଇ ସନ୍ଦେହଜନକ ସ୍ଥିତି ଉପୁଜିଥିଲା । ୨୦୨୩ ମସିହାରେ ଭାରତୀୟ ଯବାନମାନେ ୧୦୦ରୁ ଅଧିକ ଡ୍ରୋନ୍ ଜବତ କରିଥିଲେ । ଏହାପରେ ଏନେଇ ସୁରକ୍ଷା କଡାକଡି କରିବା ପାଇଁ ସିସିଟିଭି କ୍ୟାମେରା ଲଗାଇବା କଥା ଚିନ୍ତା କରାଯାଇଥିଲା । ମେ ୨୦୨୩ ରେ ମୁଖ୍ୟମନ୍ତ୍ରୀ ଭଗବନ୍ତ ୨୦ କୋଟି ଟଙ୍କା ମଞ୍ଜୁର କରିଥିଲେ ।

Also Read- କୁଆଡ଼େ ଗଲେ ପଶ୍ଚିମ ଓଡ଼ିଶାର କିଙ୍ଗ୍ ମେକର?

Also Read- ଅଯୋଧ୍ୟା ଯିବେ ଲାଲକୃଷ୍ଣ ଆଡଭାନୀ, ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ହେବେ ସାମିଲ