Mumbai Delhi Flight Ticket Cost: ବିଶ୍ୱର ଅନ୍ୟ ଦେଶ ତୁଳନାରେ ମୁମ୍ବାଇରୁ ଦିଲ୍ଲୀ ବିମାନ ଟିକେଟ୍ ମୂଲ୍ୟ ହେଲା ସର୍ବାଧିକ
Advertisement
Article Detail0/zeeodisha/odisha1736471

Mumbai Delhi Flight Ticket Cost: ବିଶ୍ୱର ଅନ୍ୟ ଦେଶ ତୁଳନାରେ ମୁମ୍ବାଇରୁ ଦିଲ୍ଲୀ ବିମାନ ଟିକେଟ୍ ମୂଲ୍ୟ ହେଲା ସର୍ବାଧିକ

Mumbai Delhi Flight Service: ଏନେଇ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଇନ୍ଧନ ମୂଲ୍ୟ ଏବଂ ମୁଦ୍ରାସ୍ଫୀତି କାରଣରୁ ବିମାନ ଟିକେଟ ମୂଲ୍ୟ ବୃଦ୍ଧି ପାଇଛି। ବିମାନ ଭଡ଼ା ପ୍ରାୟ ୪୧ ପ୍ରତିଶତ ବୃ୍ଦ୍ଧି ପାଇଥିବା କୁହାଯାଇଛି।

Mumbai Delhi Flight Ticket Cost: ବିଶ୍ୱର ଅନ୍ୟ ଦେଶ ତୁଳନାରେ ମୁମ୍ବାଇରୁ ଦିଲ୍ଲୀ ବିମାନ ଟିକେଟ୍ ମୂଲ୍ୟ ହେଲା ସର୍ବାଧିକ

Mumbai Delhi Flight Ticket Price: ଯଦି ଆପଣ ବିମାନ ଯୋଗେ ଦିଲ୍ଲୀ ଠାରୁ ମୁମ୍ବାଇ ଯାତ୍ରା କରନ୍ତି କିମ୍ବା ଏପରି କରିବାକୁ ଚିନ୍ତା କରୁଛନ୍ତି, ତାହେଲେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ଠାରୁ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ପର୍ଯ୍ୟନ୍ତ ୨୪ ଘଣ୍ଟା ଅଗ୍ରୀମ ବୁକିଂ ପାଇଁ ବର୍ତ୍ତମାନ ବିମାନ ଟିକେଟ ମୂଲ୍ୟ ୧୪,୦୦୦ ଟଙ୍କା ହୋଇଯାଇଛି। ସର୍ବଭାରତୀୟ ସ୍ତରରେ ଏହା ସବୁଠାରୁ ମହଙ୍ଗା ଘରୋଇ ବିମାନ ଟିକେଟ ବୋଲି କୁହାଯାଉଛି।

ଦିଲ୍ଲୀ-ମୁମ୍ବାଇ ବିମାନ ସେବା (Mumbai Delhi Flight Service) ଭାରତର ସବୁଠାରୁ ବ୍ୟସ୍ତବହୁଳ ଘରୋଇ ମାର୍ଗ (Busiest Air Routes in India) ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ଏଭଳି ପରିସ୍ଥିତିରେ ବିମାନ ଟିକେଟ ମୂଲ୍ୟରେ ବୃଦ୍ଧି (Domestic Flight Ticket Price Hike in India) ହେବା ବିମାନ ଯାତ୍ରୀଙ୍କ ପାଇଁ ଚିନ୍ତା ବଢାଇ ଦେଇଛି। 

ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଚଳିତ ବର୍ଷର ପ୍ରଥମ ତ୍ରୈମାସିକରେ ଭାରତ (India), ଇଣ୍ଡୋନେସିଆ (Indonesia), ସାଉଦି ଆରବ (Saudi Arabia), ଦକ୍ଷିଣ କୋରିଆ (South Korea) ଏବଂ ଜାପାନ (Japan) ସମେତ ଅନେକ ଦେଶରେ ଘରୋଇ ବିମାନ ଭଡା (Domestic Airfares Hike) ବୃଦ୍ଧି ପ୍ରକ୍ରିୟା ଆଗକୁ ଆଗକୁ ମାଡ଼ି ଚାଲିଛି।

ଆନ୍ତର୍ଜାତୀୟ ବିମାନବନ୍ଦର ପରିଷଦ ଏସିଆ-ପ୍ରଶାନ୍ତ କ୍ଷେତ୍ର (International Airports Council Asia-Pacific Region) ଦ୍ୱାରା କରାଯାଇଥିବା ଏହି ଅଧ୍ୟୟନରେ କୁହାଯାଇଛି ଯେ ବିମାନ ଟିକଟ ମୂଲ୍ୟରେ ସର୍ବାଧିକ ୪୧% ବୃଦ୍ଧି (Air Ticket Price Increase 2023) ଘଟିଛି। ଏହା ପରେ ସଂଯୁକ୍ତ ଆରବ ଅମିରାତରେ (United Arab Emirates) ୩୪%, ସିଙ୍ଗାପୁରରେ (Singapore) ୩୦% ଏବଂ ଅଷ୍ଟ୍ରେଲିଆରେ (Australia) ୨୩% ରହିଛି। ଏହି ଅଧ୍ୟୟନରେ ଦର୍ଶାଯାଇଛି ଯେ ଇନ୍ଧନ ମୂଲ୍ୟ (Fuel Price) ଏବଂ ମୁଦ୍ରାସ୍ଫୀତି (Inflation) ବିମାନ ଟିକେଟ ବୃଦ୍ଧି (Flight Ticket Hike) ହେବା ପଛରେ ଅନେକାଶରେ ଦାୟୀ।