Mumbai Fraud Case: ଆଜିର ବିଜ୍ଞାନ ଯୁଗରେ ମାନବ ସମାଜ ଯେତେ ସଭ୍ୟ, ବିକଶିତ, ସୁଶିକ୍ଷିତ ହେଲେ ମଧ୍ୟ ଅନ୍ଧବିଶ୍ୱାସର ମାୟା ଜାଲରୁ ବାହାରି ପାରିନାହିଁ। ଶିକ୍ଷିତ ବ୍ୟକ୍ତି ମଧ୍ୟ ଏହି ଜାଲରେ ଫସି ରହିଥିବାର ଦେଖାଯାଏ। ଶିକ୍ଷିତ ହୋଇ ମଧ୍ୟ ଅନେକ ଲୋକ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଏପରି କିଛି କାଣ୍ଡ କାରନାମା ଯାହା ଚର୍ଚ୍ଚାର ବିଷୟ ପାଲଟିଥାଏ। ସଦ୍ୟ ମୁମ୍ବାଇ ପୱାଇ ଅଞ୍ଚଳରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି। ଯେଉଁଠି ଜଣେ ମହିଳା ନିଜ ବ୍ୟବସାୟୀ ସ୍ୱାମୀଙ୍କୁ ବଶୀଭୂତ କରିବା ପାଇଁ ଜଣେ ଜ୍ୟୋତିଷଙ୍କୁ ୫୯ ଲକ୍ଷ ଟଙ୍କା ଦେଇଥିଲେ। ବର୍ତ୍ତମାନ ବ୍ୟବସାୟୀ ଜଣଙ୍କ ତାଙ୍କ ପତ୍ନୀଙ୍କ ପୂର୍ବତନ ପ୍ରେମିକା ତଥା ଜ୍ୟୋତିଷଙ୍କ ବିରୋଧରେ ଅସାଧୁ ଉପାୟରେ ଟଙ୍କା ଠକେଇ କରିଥିବାର ଅଭିଯୋଗ ଆଣିଛନ୍ତି।


COMMERCIAL BREAK
SCROLL TO CONTINUE READING

ରିପୋର୍ଟ ଅନୁଯାୟୀ ଜ୍ୟୋତିଷ ଏବଂ ପୂର୍ବତନ ପ୍ରେମିକା ଏକାଠି ହୋଇ ଜଣେ ବ୍ୟବସାୟୀଙ୍କ ପତ୍ନୀଙ୍କୁ ପ୍ରଲୋଭନ ଦେଇଥିଲେ ଯେ ସେମାନେ 'କଳା ଯାଦୁ' କରି ତାଙ୍କ ସ୍ୱାମୀଙ୍କୁ ବଶୀଭୂତ କରିଦେବେ। ଏହାର ପ୍ରତିବଦଳରେ ସେମାନେ ସେହି ବ୍ୟବସାୟୀଙ୍କ ପତ୍ନୀଙ୍କ ପାଖରୁ ୨୪ ଲକ୍ଷ ଟଙ୍କା ମୂଲ୍ୟର ସୁନା ଗହଣା ଏବଂ ନଗଦ ୩୫ ଲକ୍ଷ ଟଙ୍କା ନେଇଥିଲେ। ମୁମ୍ବାଇ ପୱାଇ ପୋଲିସ କହିଛି ଯେ ଶନିବାର ଜ୍ୟୋତିଷ ବାଦଲ ଶର୍ମା ଏବଂ ପୂର୍ବତନ ପ୍ରେମିକା ପରେଶ ଗଡାଙ୍କ ବିରୋଧରେ ଠକେଇ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତ ବ୍ୟବସାୟୀଙ୍କ ପତ୍ନୀଙ୍କ ଠାରୁ ଯେଉଁ ଟଙ୍କା ଲୁଟି ନେଇଥିଲେ ତାହାକୁ ବ୍ୟବସାୟୀ ଜଣଙ୍କ ତାଙ୍କ କର୍ମଚାରୀଙ୍କୁ ଦିୱାଲୀ ବୋନସ ଦେବା ପାଇଁ ରଖିଥିଲେ। ଏହି ଠକେଇ ଅକ୍ଟୋବର ୧୩-୧୮ ମଧ୍ୟରେ ହୋଇଥିଲା।


Also Read: ସତ୍ୟନାରାୟଣ ପୂଜାରେ ମନୋସ୍କାମନା ପୂରଣ ହେଲାନି ବୋଲି ପୂଜାରୀଙ୍କ କାନ ଛିଣ୍ଡାଇଦେଲେ ଜଜମାନ


ପୋଲିସ ଜେରା ବେଳେ ବ୍ୟବସାୟୀଙ୍କ ପତ୍ନୀ କହିଥିଲେ ଯେ ସେ ଅକ୍ଟୋବରରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ଜରିଆରେ ଏକ ବିଜ୍ଞାପନ ଦେଖିଥିଲେ। ଯେଉଁଥିରେ ସ୍ୱାମୀଙ୍କୁ ବଶୀଭୂତ କରିବା ବିଷୟରେ ଲେଖାଯାଇଥିଲା। କାରଣ ମହିଳାଙ୍କ ସ୍ୱାମୀ କେବଳ ତାଙ୍କ ଭାଇ ଏବଂ ପରିବାର କଥା ଶୁଣୁଥିଲେ ଏବଂ ତାଙ୍କ ସହ ଲଢେଇ କରୁଥିଲେ। ତେଣୁ ସେ ସେହି ଜ୍ୟୋତିଷଙ୍କ ସହ ଯୋଗାଯୋଗ କରିଥିଲେ।


Also Read: Chhatisgarh: ପାରସ ପଥର ପାଇଁ ଗୁଣିଆକୁ ହତ୍ୟା, ୧୦ ଗିରଫ


ଏହି କାର୍ଯ୍ୟରେ ପରେଶ ଗେଡା, ବାଦଲ ଶର୍ମାଙ୍କୁ ସାହାଯ୍ୟ କରିଥିଲେ। ମହିଳା ଜଣକ ଦାବି କରିଛନ୍ତି ଯେ ବାଦଲ ତାଙ୍କୁ କହିଥିଲେ ଯେ ସେ ତାଙ୍କ ସ୍ୱାମୀଙ୍କୁ ବଶୀଭୂତ କରିବା ପାଇଁ କଳା ଯାଦୁ କରିବେ। ଏହା ପରେ ଅଭିଯୁକ୍ତ ପୂଜା ନାମରେ ତାଙ୍କ ଠାରୁ ୫୯ ଲକ୍ଷ ଟଙ୍କା ନେଇଥିଲେ।


Also Read: Mumbai: ସୁନା ଦୋକାନରୁ ଅଭିନବ ଉପାୟରେ ହେଉଥିଲା ଚୋର, ଏପରି ହେଲା ପର୍ଦ୍ଦାଫାଶ


ଯେତେବେଳେ ବ୍ୟବସାୟୀ ଜଣଙ୍କ ଦୀପାବଳି ଅବସରରେ ନିଜ କର୍ମଚାରୀଙ୍କୁ ବୋନସ ବଣ୍ଟନ କରିବା ପାଇଁ ଆଲମାରୀରୁ ଟଙ୍କା ଉଠାଇବା ଆରମ୍ଭ କଲେ, ସେତେବେଳେ ୩୫ ଲକ୍ଷ ଟଙ୍କା ଗାଏବ ଥିବାର ଦେଖିବାକୁ ମିଳିଥିଲା। ବ୍ୟବସାୟୀ କହିଛନ୍ତି ଯେ ପ୍ରଥମେ ମୋ ପତ୍ନୀ ମୋତେ କିଛି କହି ନଥିଲା। ହେଲେ ପରେ ଯେତେବେଳେ ମୁଁ ଏବଂ ମୋ ଭାଇ ତାଙ୍କୁ  ବିଶ୍ୱାସରେ ନେଇଗଲେ ସେତେବେଳେ ସେ ସବୁକିଛି କହି ଦେଇଥିଲେ। ବ୍ୟବସାୟୀଙ୍କ ପତ୍ନୀ ଏହା ମଧ୍ୟ କହିଛନ୍ତି ଯେ ସେ ସେମାନଙ୍କୁ ସୁନା ଅଳଙ୍କାର ମଧ୍ୟ ଦେଇଛନ୍ତି। ପଚରାଉଚରା ବେଳେ ଏହା ଜଣାପଡିଛି ଯେ ୧୩ ବର୍ଷ ପୂର୍ବେ ବ୍ୟବସାୟୀଙ୍କ ପତ୍ନୀ ଏବଂ ପରେଶ ଗେଡାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ସେତେବେଳେ ଏହି ସମସ୍ୟାର ସମାଧାନ ହୋଇଥିଲା। ହେଲେ ସମ୍ପର୍କ ବିଷୟରେ ଜଣାପଡ଼ିବା ପରେ ବ୍ୟବସାୟୀ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ବାରମ୍ବାର ଝଗଡା ହେଉଥିଲା।