ସତ୍ୟନାରାୟଣ ପୂଜାରେ ମନୋସ୍କାମନା ପୂରଣ ହେଲାନି ବୋଲି ପୂଜାରୀଙ୍କ କାନ ଛିଣ୍ଡାଇଦେଲେ ଜଜମାନ
Advertisement

ସତ୍ୟନାରାୟଣ ପୂଜାରେ ମନୋସ୍କାମନା ପୂରଣ ହେଲାନି ବୋଲି ପୂଜାରୀଙ୍କ କାନ ଛିଣ୍ଡାଇଦେଲେ ଜଜମାନ

People Beaten Priest: ସତ୍ୟ ନାରାୟଣ ପୂଜା କରିବା ପରେ ମନୋସ୍କାମନ ପୂରଣ ନ ହେବାରୁ ପୂଜାରୀଙ୍କୁ ନିର୍ଘାତ ମାଡ ମାରିଛନ୍ତି ୩ ଲୋକ। 

ସତ୍ୟନାରାୟଣ ପୂଜାରେ ମନୋସ୍କାମନା ପୂରଣ ହେଲାନି ବୋଲି ପୂଜାରୀଙ୍କ କାନ ଛିଣ୍ଡାଇଦେଲେ ଜଜମାନ

Satyanarayan Puja: ଦେଶ ଆଜି ବିଂଶତମ ଯୁଗରେ ପାଦ ଥାପି ସାରିଛି। ଆମେ ସବୁ ଆଜି 5G ଯୁଗରେ ପାଦ ଥାପିବାକୁ ଯାଉଛି। ଯେଉଁଠି ଦ୍ରୁତ ବେଗରେ ଅଗ୍ରସର ହେବାକୁ ସମୟ ଆହ୍ୱାନ ଦେଉଛି। ସେହି ସମୟରେ ଅନ୍ଧବିଶ୍ୱାସର ବଶବର୍ତ୍ତି ହୋଇ ଅନେକ ଅଘଟଣ ସାମ୍ନାକୁ ଆସିବାରେ ଲାଗିଛି। ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଏଭଳି ଏକ ଅଘଟଣ ଘଟିଛି ଯାହା ମାନବିକତା ପ୍ରତି ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସତ୍ୟନାରାୟଣ ପୂଜାରେ ମନୋସ୍କାମନା ପୂରଣ ନ ହେବାରୁ ପୂଜକଙ୍କୁ ନିର୍ଦ୍ଧୁମ ପିଟିଛନ୍ତି ପୂଜା ଆୟୋଜକ। ସୋମବାର ଦିନ ପୋଲିସ ସୂଚନା ଦେଇଛି ଯେ ଇନ୍ଦୋର ଅଞ୍ଚଳର ପୂଜାପାଠ କରୁଥିବା ଜଣେ ପୁରୋହିତଙ୍କୁ ୩ ଜଣ ବ୍ୟକ୍ତି ମାଡ ମାରିଥିଲେ। କାରଣ ସେ ସତ୍ୟନାରାୟଣ ପୂଜା ସମୟରେ କରିଥିବା ରୀତିନୀତି ପାଇଁ ଭୁଲ ଫଳାଫଳ ପାଇଥିଲେ। ପୁରୋହିତଙ୍କ ନାମ କୁଞ୍ଜବିହାରୀ ଶର୍ମା ବୋଲି କୁହାଯାଉଛି। ସେ ରାଜସ୍ଥାନର କୋଟା ଜିଲ୍ଲାର ବୋଲି ଜଣାପଡ଼ିଛି। ଚନ୍ଦନଗର ପୋଲିସ ଷ୍ଟେସନ ଦାୟିତ୍ୱରେ ଥିବା ଅଭୟ ନେମା କହିଛନ୍ତି ଯେ ଉକ୍ତ ବ୍ୟକ୍ତିଙ୍କ ଦୁଇ ପୁଅ ପୁରୋହିତଙ୍କୁ ମାଡ଼ ମାରିବା ସହିତ ଘରୁ ବାହାରେ ଫିଙ୍ଗି ଦେଇଛନ୍ତି।

ସେ କହିଛନ୍ତି ସ୍କିମ ନମ୍ବର ୭୧ରେ ରହୁଥିବା ଲୋକେ ପୂଜକଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୋଲିସ ଷ୍ଟେସନକୁ ଆଣିଥିଲେ। ଲକ୍ଷ୍ମୀକାନ୍ତ ଶର୍ମାଙ୍କ ଘରେ ପୂଜା କରିବା ପାଇଁ ଜଣେ ୬୦ ବର୍ଷୀୟ ପୁରୋହିତଙ୍କୁ ଡକାଯାଇଥିଲା। ପୂଜା ସରିବା ପରେ ସେ ଘରକୁ ଯାଇଥିଲେ। କିନ୍ତୁ ବିଳମ୍ବିତ ରାତିରେ ଲକ୍ଷ୍ମୀକାନ୍ତ ଶର୍ମା, ତାଙ୍କ ଦୁଇ ପୁଅ ବିପୁଲ ଏବଂ ଅରୁଣ ପୁରୋହିତଙ୍କୁ ପିଟିଥିଲେ। ବିପୁଲ ମଧ୍ୟ ପୁରୋହିତଙ୍କ କାନକୁ କାମୁଡ଼ି ଛିଣ୍ଡାଇ ଦେଇଥିଲେ।

ସେପଟେ ଆକ୍ରମଣକାରୀ ଅଭିଯୋଗ କରିଛନ୍ତି ଯେ ପୂଜାପାଠ କରାଯିବା ପରେ ଅରୁଣ ଅଜବ ଧରଣର ବ୍ୟବହାର କରୁଥିଲେ। କାରଣ ଏହା ଭୁଲ ଉପାୟରେ କରାଯାଇଥିଲା। ଏହା ପରେ ପୁରୋହିତଙ୍କୁ ତାଙ୍କ ପଡ଼ୋଶୀ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏହି ମାମଲାରେ ପୋଲିସ ଲକ୍ଷ୍ମୀକାନ୍ତ ଶର୍ମା ଏବଂ ତାଙ୍କ ପୁଅଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ପଡୋଶୀ କହିଛନ୍ତି ଯେ ଅରୁଣ ବିବାହ କରୁନାହାଁନ୍ତି। ସେଥିପାଇଁ ଏହି ପୂଜାର ଆୟୋଜନ କରାଯାଇଥିଲା।