ହରଘର ତିରଙ୍ଗା କାର୍ଯ୍ୟକ୍ରମରେ ସାମିଲ ହେଲେ ଗୀତିକାର ସୂର୍ଯ୍ୟ ମହାପାତ୍ର: ଲେଖିଲେ ସୁନ୍ଦର କବିତା, ହେଉଛି ଭାଇରାଲ
Advertisement

ହରଘର ତିରଙ୍ଗା କାର୍ଯ୍ୟକ୍ରମରେ ସାମିଲ ହେଲେ ଗୀତିକାର ସୂର୍ଯ୍ୟ ମହାପାତ୍ର: ଲେଖିଲେ ସୁନ୍ଦର କବିତା, ହେଉଛି ଭାଇରାଲ

ବର୍ତ୍ତମାନ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସାରା ଦେଶରେ "ଆଜାଦି କା ଅମୃତ" ମହୋତ୍ସବ ଅବସରରେ ହରଘର ତିରଙ୍ଗା କାର୍ଯ୍ୟକ୍ରମ ଚାଲୁଛି।

ହରଘର ତିରଙ୍ଗା କାର୍ଯ୍ୟକ୍ରମରେ ସାମିଲ ହେଲେ ଗୀତିକାର ସୂର୍ଯ୍ୟ ମହାପାତ୍ର: ଲେଖିଲେ ସୁନ୍ଦର କବିତା, ହେଉଛି ଭାଇରାଲ

ଭୁବନେଶ୍ୱର: ନିଜର ସରଳ ସୁନ୍ଦର ଗୀତ ରଚନା ପାଇଁ ଲକ୍ଷ ଲକ୍ଷ ଓଡ଼ିଆ ଶ୍ରୋତାଙ୍କ ଭଲ ପାଇବା ସାଉଁଟି ଥିବା ଓଡ଼ିଶାର ଲୋକପ୍ରିୟ ଗୀତିକାର ସୂର୍ଯ୍ୟ ମହାପାତ୍ର (Surya Mohapatra) ନିଜକୁ ହର ଘର ତିରଙ୍ଗା  (Har Ghar Triranga) କାର୍ଯ୍ୟକ୍ରମରେ ସାମିଲ କରିଛନ୍ତି । ଏହି ଅବସର ରେ ଅପିଲ ମଧ୍ୟ କରିଛନ୍ତି ସମସ୍ତେ ପାଦ ଆଗକୁ ବଢ଼ାନ୍ତୁ , ସବୁ ଘରେ ତିରଙ୍ଗା ଉଡାନ୍ତୁ ।

ବର୍ତ୍ତମାନ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସାରା ଦେଶରେ "ଆଜାଦି କା ଅମୃତ" ମହୋତ୍ସବ ଅବସରରେ ହରଘର ତିରଙ୍ଗା କାର୍ଯ୍ୟକ୍ରମ ଚାଲୁଛି। ସେହି କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିବା ଗର୍ବର କଥା ବୋଲି ସେ କହିଛନ୍ତି । ବର୍ତ୍ତମାନ ଭାରତୀୟ ଡାକ ବିଭାଗରେ ବିମାନବନ୍ଦର ପୋଷ୍ଟ ଅଫିସରେ ଡାକପାଳ ଭାବେ ମଧ୍ୟ କାର୍ଯ୍ୟରତ। ଜଣେ ଭଲ ଗୀତିକାର ଭାବେ ଯେତିକି ପ୍ରଶଂସା ପାଇଛନ୍ତି ଜଣେ ଶୃଙ୍ଖଳିତ କର୍ମଚାରୀ ହିସବାରେ ବି ସେ ସମସ୍ତଙ୍କର ପ୍ରିୟ ଭାଜନ ହେଇ ପାରିଛନ୍ତି । 

ସେ ମଧ୍ୟ କହିଛନ୍ତି ଦେଶ ସେବା କରିବା ସମସ୍ତଙ୍କ ଭାଗ୍ୟରେ ନ ଥାଏ , ଜଣେ ଡାକ ବିଭାଗର କର୍ମଚାରୀ ହିସବାରେ ଏ ସୁଯୋଗ ମିଳିବା ମୋ ପାଇଁ ସୌଭାଗ୍ୟର କଥା । ସେଥିପାଇଁ ମୋ ବିଭାଗ କୁ ବି ମୁଁ ଧନ୍ୟବାଦ ଦଉଚି । ଡାକଘର ସାରା ଦେଶରେ କେବଳ ମାତ୍ର ଗୋଟିଏ ସଂସ୍ଥା ଯିଏ ଗାଁ କୁ ସହର ରେ ଯୋଡି ଥାଏ । ଆଉ ପ୍ରତି ଘର ସହ ଆମେ ପରିଚିତ । ବୋଧେ ସେଇଥିପାଇଁ ଭାରତ ସରକାରଙ୍କ ପକ୍ଷରୁ ଆମକୁ ଏ ଗୁରୁ ଦାଇତ୍ୱ ମିଳିଛି । ଏଥିସହ ସମସ୍ତଙ୍କୁ ଅପିଲ ମଧ୍ୟ କରିଛନ୍ତି ନିକଟସ୍ଥ ଡାକଘର କୁ ଯାଆନ୍ତୁ । ମାତ୍ର ୨୫ ଟଙ୍କାରେ ଗୋଟେ ତିରଙ୍ଗା କିଣି ନିଜ ଘରେ ସମ୍ମାନ ଓ ଗର୍ବର ସହ ଉତ୍ତୋଳନ କରନ୍ତୁ। 

ଏହା ସହିତ ନିଜ ସୋସିଆଲ ମିଡ଼ିଆରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପାଇଁ ଏକ ସୁନ୍ଦର କବିତାଟିଏ ମଧ୍ୟ ସେ ରଚନା କରିଛନ୍ତି। ଯାହାକି ବହୁତ ହୃଦୟସ୍ପର୍ଶୀ ହେଇଚି।
"ସିଏ ପବନରେ ଉଡେ ସିନା ଆକାଶକୁ ଛୁଏଁ
ସିଏ ସପନକୁ ଧରିବାର ସାହସ ବି ଦିଏ
ମୁକ୍ତ ବିହଙ୍ଗ ଟିଏ ତାର ତିନୋଟି ରଙ୍ଗ
ଜୀବନ ରେ ଭରିଦିଏ ସ୍ୱାଧୀନ ତରଙ୍ଗ
ଦେଶଦ୍ରୋହୀ ପାଇଁ ଭାରି ସେ ମହଙ୍ଗା
ଦେଶଭକ୍ତ ପାଇଁ ସିଏ ପବିତ୍ର ଗଙ୍ଗା
ମୋ ତ୍ରିରଙ୍ଗା ମୋ ତ୍ରିରଙ୍ଗା "