Kuldhara Village Mystery: ଦେଶର ସବୁଠାରୁ ରହସ୍ୟମୟ ଗ୍ରାମ ମଧ୍ୟରେ ରାଜସ୍ଥାନର କୁଲଧରା ନାମ ସର୍ବାଗ୍ରେ ଆସିଥାଏ। ରାଜ୍ୟର ଜୈସାଲମେର୍ ଜିଲ୍ଲାରୁ ୧୪ କିମି ଦୂରରେ ଅବସ୍ଥିତ ଏହି ଗ୍ରାମ। ଗତ ୨୦୦ ବର୍ଷ ଧରି କୁଲଧରା ଗ୍ରାମ ନିଛାଟିଆ ଅବସ୍ଥାରେ ପଡ଼ି ରହିଥିଲା। ମରୁଭୂମି ଅଞ୍ଚଳରେ ଅବସ୍ଥିତ କୁଲଧରା ଗାଁ ବହୁତ ସୁନ୍ଦର। ହେଲେ ଏଠାରେ ରହୁଥିବା ସମସ୍ତ ଲୋକ ୨୦୦ ବର୍ଷ ପୂର୍ବେ ରାତିରାତି ନିଜ ଗାଁ ଛାଡିଥିଲେ ଏବଂ ଆଉ କେବେ ଗ୍ରାମକୁ ଫେରି ନଥିଲେ।


COMMERCIAL BREAK
SCROLL TO CONTINUE READING

ପ୍ରାୟ ୨୦୦ ବର୍ଷ ପୂର୍ବେ ପାଲିୱାଲ ବ୍ରାହ୍ମଣ କୁଲଧରା ଗ୍ରାମରେ ରହୁଥିଲେ ଏବଂ ଏହି ଗାଁ ଜୈସାଲମେର ସାମ୍ରାଜ୍ୟର ସବୁଠାରୁ ସମୃଦ୍ଧିଶାଳୀ ଗ୍ରାମ ଥିଲା। ଏହି ଗ୍ରାମରୁ ସର୍ବାଧିକ ରାଜସ୍ୱ ଆସୁଥିଲା। କାରଣ ଏଠାରେ ଅନେକ ପ୍ରକାର ପର୍ବ, ପାରମ୍ପାରିକ ନୃତ୍ୟ ଏବଂ ସଙ୍ଗୀତ ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ବର୍ତ୍ତମାନ ଏହି ଗ୍ରାମ ପ୍ରତ୍ନତାତ୍ତ୍ୱିକ ବିଭାଗ ତତ୍ତ୍ୱାବଧାନରେ ରହିଛି।


ଗଣମାଧ୍ୟମ ରିପୋର୍ଟ ଅନୁସାରେ ଗ୍ରାମର ଜଣେ ଝିଅ ବିବାହ କରିବାକୁ ଯାଉଥିଲା। ଯିଏ ବହୁତ ସୁନ୍ଦର ଥିଲା। ସେହି ସମୟରେ ଜୈସାଲମେର ରାଜ୍ୟର ଦିୱାନ ସଲିମ ସିଂ ସେହି ଝିଅକୁ ଦେଖିଥିଲେ ଏବଂ ତାଙ୍କର ସୌନ୍ଦର୍ଯ୍ୟ ଦେଖିବା ପରେ ସେ ସେହି ଝିଅକୁ ବିବାହ କରିବା ପାଇଁ ଏକ ପ୍ରସ୍ତାବ ପଠାଇଥିଲେ। ସଲିମ ସିଂହଙ୍କ ବାବଦରେ ଏହା କୁହାଯାଏ ଯେ ସେ ଜଣେ ଅତ୍ୟାଚାରୀ ବ୍ୟକ୍ତି ଥିଲେ ଏବଂ ତାଙ୍କର କ୍ରୁରତାର କାହାଣୀ ବହୁ ଦୂରରୁ ପ୍ରସିଦ୍ଧ ଥିଲା। ସେଥିପାଇଁ କୁଲଧରା ଗାଁ ଲୋକେ ସଲିମ ସିଂହଙ୍କ ସହ ଝିଅର ବାହାଘର କରିବାକୁ ମନା କରିଦେଇଥିଲେ।


ବିବାହ ପ୍ରସ୍ତାବ ଗ୍ରହଣ ନକରିବା ପରେ ସଲିମ ସିଂହ ଗ୍ରାମବାସୀଙ୍କୁ କିଛି ଦିନ ଚିନ୍ତା କରିବାକୁ ଦେଇଥିଲେ ହେଲେ ଏହା ପରେ ମଧ୍ୟ ଗ୍ରାମବାସୀ ପ୍ରସ୍ତୁତ ନଥିଲେ। ଗ୍ରାମବାସୀ ଜାଣିଥିଲେ ଯେ ଯଦି ସେମାନେ ସଲିମ ସିଂହ କଥା ନ ଶୁଣନ୍ତି ତାହେଲେ ସେମାନଙ୍କୁ ବହୁମୂଲ୍ୟ ଦେବାକୁ ହେବ ଏବଂ ସମଗ୍ର ଗ୍ରାମରେ ଲୋକଙ୍କ ସହ ଅତ୍ୟାଚାର କରାଯିବ। ଏହା ପରେ ଗାଁର ଲୋକେ ନିଜ ଝିଅ ଏବଂ ଗାଁର ସମ୍ମାନ ରକ୍ଷା କରିବା ପାଇଁ ସବୁଦିନ ପାଇଁ କୁଲଧରା ଗାଁ ଛାଡ଼ିବାକୁ ସ୍ଥିର କରିଥଲେ। ଏହା ପରେ ସମସ୍ତ ଗ୍ରାମବାସୀ ଏକତ୍ରୀତ ହୋଇ ନିଜର ସମସ୍ତ ଜିନିଷ, ଗାଈଗୋରୁ, ଶସ୍ୟ ଏବଂ ପୋଷାକ ସହିତ ରାତିରାତି ଗାଁ ଛାଡିଥିଲେ। ଏହା ପରେ ସେମାନେ ଆଉ କେହି ଫେରି ନଥିଲେ। 


ଜୈସାଲମେର ସାମ୍ରାଜ୍ୟର ଦିୱାନ ସଲିମ ସିଂହଙ୍କ ଘର ବର୍ତ୍ତମାନ ମଧ୍ୟ ବର୍ତ୍ତମାନ ରହିଛି ହେଲେ ଏହାକୁ ଦେଖିବାକୁ କେହି ଆଆନ୍ତି ନାହିଁ। ଏହା ସହିତ କୁଲଧରା ଗ୍ରାମରେ ନିର୍ମିତ ପଥର ଘର ଧୀରେ ଧୀରେ ଧ୍ୱଂସ ହୋଇଯାଇଛି।


Also Read: Shocking News: ଯେବେ ଗୋଟିଏ ତରୁଭୁଜ ପାଇଁ ହୋଇଥିଲା ଯୁଦ୍ଧ...