Shocking News: ଯେବେ ଗୋଟିଏ ତରୁଭୁଜ ପାଇଁ ହୋଇଥିଲା ଯୁଦ୍ଧ...
Advertisement
Article Detail0/zeeodisha/odisha1144997

Shocking News: ଯେବେ ଗୋଟିଏ ତରୁଭୁଜ ପାଇଁ ହୋଇଥିଲା ଯୁଦ୍ଧ...

ଦୁନିଆରେ ଏହା ହେଉଛି ପ୍ରଥମ ଯୁଦ୍ଧ ହୋଇଥିଲା ଯାହା ଅସ୍ତ୍ରଶସ୍ତ୍ର କିମ୍ବା ଅଶୋଧିତ ତୈଳ ପାଇଁ ନୁହେଁ ବରଂ ଫଳ ପାଇଁ ହୋଇଥିଲା।

Shocking News: ଯେବେ ଗୋଟିଏ ତରୁଭୁଜ ପାଇଁ ହୋଇଥିଲା ଯୁଦ୍ଧ...

ନୂଆଦିଲ୍ଲୀ: ଯଦି ଇତିହାସ ପୃଷ୍ଠାକୁ ଦେଖାଯାଏ ତାହେଲେ ପୃଥିବୀରେ ବିଭିନ୍ନ କାରଣକୁ ନେଇ ଅନେକ ଯୁଦ୍ଧ ହୋଇଛି। ଜମି, ତୈଳ କିମ୍ବା ଅସ୍ତ୍ରଶସ୍ତ୍ର ପାଇଁ ବିଭିନ୍ନ ସମୟରେ ବିଭିନ୍ନ ଦେଶ ମଧ୍ୟରେ ହୋଇସାରିଛି ଯୁଦ୍ଧ। ହେଲେ କେବେ ଶୁଣିଛନ୍ତି ଯେ କେବଳ ଗୋଟିଏ ତରୁଭୁଜ ପାଇଁ ହୋଇଥିଲା ଯୁଦ୍ଧ। ଏହି ଯୁଦ୍ଧରେ ପ୍ରାଣ ବଳି ଦେଇଥିଲେ ହଜାର ହଜାର ସୈନିକ। 

୧୬୪୪ ମସିହାରେ କେବଳ ଗୋଟିଏ ତରୁଭୁଜ ପାଇଁ ହୋଇଥିଲା ଯୁଦ୍ଧ। ଦୁନିଆରେ ଏହା ହେଉଛି ପ୍ରଥମ ଯୁଦ୍ଧ ହୋଇଥିଲା ଯାହା ଅସ୍ତ୍ରଶସ୍ତ୍ର କିମ୍ବା ଅଶୋଧିତ ତୈଳ ପାଇଁ ନୁହେଁ ବରଂ ଫଳ ପାଇଁ ହୋଇଥିଲା। ଏହି ଯୁଦ୍ଧ ଇତିହାସରେ "ମତେରି କି ରାଡ଼" ନାମରେ ରେକର୍ଡ କରାଯାଇଛି। ରାଜସ୍ଥାନର ଅନେକ ଅଞ୍ଚଳରେ ତରଭୁଜ ମତିରା ଭାବରେ ଜଣାଶୁଣା ଏବଂ ରାଡ ଅର୍ଥ ହେଉଛି ଯୁଦ୍ଧ। ଏଭଳି ଏକ ଅନନ୍ୟ ଯୁଦ୍ଧ ଆଜକୁ ପ୍ରାୟ ୩୭୮ ବର୍ଷ ପୂର୍ବେ ହୋଇଥିଲା। ତରଭୁଜ ପାଇଁ ହୋଇଥିବା ଏହି ଯୁଦ୍ଧ ବିଦେଶ ନୁହେଁ ବରଂ ସେମାନଙ୍କ ଦେଶର ଦୁଇ ସାମ୍ରାଜ୍ୟର ଲୋକଙ୍କ ମଧ୍ୟରେ ହୋଇଥିଲା। 

ସେତେବେଳେ ବିକାନେର ସାମ୍ରାଜ୍ୟର ସୀଲୱା ଗାଁ ଏବଂ ନାଗୌର ସାମ୍ରାଜ୍ୟର ଜାଖଣିଆ ଗ୍ରାମର ସୀମା ପରସ୍ପରକୁ ଲାଗିଥିଲା। ଏହି ଦୁଇ ଗ୍ରାମ ଉଭୟ ସାମ୍ରାଜ୍ୟର ଶେଷ ସୀମା ଥିଲା। ବୀକାନେର ସାମ୍ରାଜ୍ୟର ସୀମାରେ ଏକ ତରଭୁଜ ଗଛ ଲଗାଯାଇଥିଲା ଏବଂ ନାଗୌର ସାମ୍ରାଜ୍ୟ ସୀମାରେ ଏହାର ଆଉ ଏକ ଫଳ ରୋପଣ କରାଯାଇଥିଲା ଏବଂ ଏହି ଫଳ ଏହି ଯୁଦ୍ଧର କାରଣ ହୋଇଯାଇଥିଲା।

ସୀଲୱା ଗ୍ରାମର ଲୋକଙ୍କ କହିବା କଥା ଯେହେତୁ ଗଛ ତାଙ୍କ ସୀମାରେ ଲଗାଯାଇଥିଲା ତେଣୁ ଫଳ ଉପରେ ସେମାନଙ୍କର ଅଧିକାର ରହିଛି। ଅନ୍ୟପଟେ ନାଗୌର ସାମ୍ରାଜ୍ୟର ଅଧିବାସୀ କହିଥିଲେ ଯେ ଯଦି ଫଳ ସେମାନଙ୍କ ସୀମା ମଧ୍ୟରେ ଥାଏ ତାହେଲେ ତରଭୁଜ ଉପରେ ସେମାନଙ୍କ ହକ୍ ରହିଛି। ଏହି ଫଳ ଉପରେ କାହାର ଅଧିକାର ରହିଛି ତାହାକୁ ନେଇ ଉଭୟ ସାମ୍ରାଜ୍ୟ ମଧ୍ୟରେ ଆରମ୍ଭ ହୋଇଥିବା ଝଗଡା ଏକ ରକ୍ତାକ୍ତ ଯୁଦ୍ଧର ରୂପ ନେଇଥିଲା।

Also Read: ଯୁଦ୍ଧ ଉପରେ ବୟାନ ରଖି ବିବାଦରେ କଂଗ୍ରେସ ନେତା; ଜବାବ ରଖିଲା BJP

ଏହି ଯୁଦ୍ଧରେ ସିଂଘଭି ସୁଖମଲ ନାଗୌର ଏବଂ ରାମଚନ୍ଦ୍ର ମୁଖିଆ ବୀକାନେର ସୈନ୍ୟବାହିନୀର ନେତୃତ୍ୱ ନେଇଥିଲେ। ଯଦିଓ ଉଭୟ ସାମ୍ରାଜ୍ୟର ରାଜା ଏହି ଯୁଦ୍ଧ ବାବଦରେ ଅବଗତ ନଥିଲେ। ଯେତେବେଳେ ଏହି ଯୁଦ୍ଧ ହୋଇଥିଲା, ବୀକାନେର ଶାସକ ରାଜା କରଣ ସିଂଣ ଏକ ଅଭିଯାନରେ ଯାଇଥିବାବେଳେ ନାଗୌର ଶାସକ ରାଓ ଅମର ସିଂହ ନିଜେ ମୋଗଲ ସାମ୍ରାଜ୍ୟର ସେବାରେ ନିଯୁକ୍ତ ହୋଇଥିଲେ ଏବଂ ନିଜ ସାମ୍ରାଜ୍ୟର ଅସ୍ଥିତ୍ୱକୁ ନେଇ ନିଶ୍ଚିତ ଥିଲେ। 

ଯେତେବେଳେ ଉଭୟ ରାଜା ଏହି ଯୁଦ୍ଧ ବାବଦରେ ଜାଣିଲେ, ସେମାନେ ଏଥିରେ ହସ୍ତକ୍ଷେପ କରିବାକୁ ମୋଗଲ ସମ୍ରାଟଙ୍କୁ ନିବେଦନ କରିଥିଲେ। ହେଲେ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା। ବୀକାନେର ସାମ୍ରାଜ୍ୟ ହୁଏତ ଏହି ଯୁଦ୍ଧରେ ବିଜୟୀ ହୋଇଥାଇପାରେ, ହେଲେ କୁହାଯାଏ ଯେ ଉଭୟ ପାର୍ଶ୍ୱରୁ ହଜାର ହଜାର ସୈନିକ ନିହତ ହୋଇଥିଲେ।