ଜାତୀୟ ପତାକା ତିଆରି କରି ସ୍ବାବଲମ୍ବି ହେଉଛନ୍ତି ମହିଳା ଗୋଷ୍ଠି
Advertisement

ଜାତୀୟ ପତାକା ତିଆରି କରି ସ୍ବାବଲମ୍ବି ହେଉଛନ୍ତି ମହିଳା ଗୋଷ୍ଠି

ମିଶନଶକ୍ତି ଜରିଆରେ କାମାକ୍ଷାନଗର ବ୍ଲକ ଅଁଳାବେରେଣି ସିଲେଇ ଗୃପକୁ ମିଳିଛି ଏହି ଜାତିୟ ପତାକାକୁ ନିର୍ମାଣ କରିବା ପାଈଁ।୧୨୫୦୦ ଜାତିୟ ପତାକା ନିର୍ମାଣ ପାଇିଁ ଅନୁମତି ପାଇଥିବା ବେଳେ ଦିନରାତି ଏକ କରି ୨୫ଜଣ ମହିଳା ଲାଗିପଡିଛନ୍ତି ପତାକା ତିଆରିରେ।ପତାକା ତିଆରି କରି ଭଲ ଦୁଇ ପଇସା ରୋଜଗାରର ଆସା ରଖିଛନ୍ତି ମହିଳା ମାନେ।ପ୍ରତିଟି ପତାକାକୁ ୨୪ଟଙ୍କାରେ ବିକ୍ରି କରୁଥିବା କହିଛନ୍ତି ମହିଳାମାନେ।

ଜାତୀୟ ପତାକା ତିଆରି କରି ସ୍ବାବଲମ୍ବି ହେଉଛନ୍ତି ମହିଳା ଗୋଷ୍ଠି

କାମାକ୍ଷାନଗର:  ସ୍ୱାଧୀନ ଭାରତର ୭୫ ବର୍ଷକୁସ୍ମରଣ କରିବା ପାଇିଁ ପୂରା ଦେଶରେ''ଆଜାଦୀ କା ଅମୃତ ମହୋତ୍ସବ'' ପାଳନ କରାଯାଉଛି।ଏହି ଅବସରରେ ପ୍ରତ୍ୟେକ ନାଗରିକମାନଙ୍କୁ ଅଗଷ୍ଟ ୧୩ରୁ ୧୫ ପର୍ଯ୍ୟନ୍ତ ନିଜ ଘରେ ଜାତୀୟ ପତାକା ଉତ୍ତୋଳନ କରିବାକୁ ଉତ୍ସାହିତ କରିବା ପାଇଁ ''ହର ଘର ତ୍ରିରଙ୍ଗା'' ଅଭିଯାନ ଆରମ୍ଭ କରାଯାଇଛି।ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇିଁ କମ ମୂଲ୍ୟରେ ଜାତୀୟ ପତାକା ମଧ୍ୟ ବିକ୍ରି ହେଉଛି।ମିଶନଶକ୍ତି ମାଧ୍ୟମରେ କମ ସମୟରେ ୧୨୦୦୦(ବାର ହଜାରେ) ଜାତିୟ ପତାକା ତିଆରି କରୁଛନ୍ତି ମହିଳାମାନେ।

କିଛି ଦିନ ପରେ ଦେଶ ପାଳନ କରିବ ସ୍ବାଧିନତାର ୭୫ ବର୍ଷକୁ।ସବୁଠି ପ୍ରସ୍ତୁତି ଚାଲିଥିବା ବେଳେ ଏଥର ଜାତିୟ ପତାକା ପ୍ରତ୍ୟେକଙ୍କ ଘରେ ଉଡିବା ପାଇିଁ ସରକାର କହିଥିବା ବେଳେ ଏହି ଜାତିୟ ପତାକାକୁ ତିଆରି କରିବାରେ ଲାଗିପଡିଛନ୍ତି ଅଁଳାବେରେଣି ସିଲେଇ ଗୃପର ମହିଳା ମାନେ।ମହିଳାମାନଙ୍କୁ ସଶକ୍ତିକରଣ କରିବା ସହିତ ଆତ୍ମନିର୍ଭରଶୀଳ କରିବା ପାଇଁ ଏକ ବଡ଼ ଭୂମିକା ଗ୍ରହଣ କରିଛି ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଅଭିଯାନ। ଏହି ଅଭିଯାନରେ ମହିଳାମାନଙ୍କୁ ବିଭିନ୍ନ ପ୍ରକାର ସହାୟତା ପ୍ରଦାନ କରିବା ସହିତ ତାଲିମ ପ୍ରଦାନ କରୁଥିବା ବେଳେ କିଭଳି ସ୍ୱାବଲମ୍ବୀ ହୋଇପାରିବେ ସେଥିପ୍ରତି ଉଦ୍ୟମ ଚଳାଇଛି ଓଆରମାସ, ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତି ବିଭାଗ। 

ମିଶନଶକ୍ତି ଜରିଆରେ କାମାକ୍ଷାନଗର ବ୍ଲକ ଅଁଳାବେରେଣି ସିଲେଇ ଗୃପକୁ ମିଳିଛି ଏହି ଜାତିୟ ପତାକାକୁ ନିର୍ମାଣ କରିବା ପାଈଁ।୧୨୫୦୦ ଜାତିୟ ପତାକା ନିର୍ମାଣ ପାଇିଁ ଅନୁମତି ପାଇଥିବା ବେଳେ ଦିନରାତି ଏକ କରି ୨୫ଜଣ ମହିଳା ଲାଗିପଡିଛନ୍ତି ପତାକା ତିଆରିରେ।ପତାକା ତିଆରି କରି ଭଲ ଦୁଇ ପଇସା ରୋଜଗାରର ଆସା ରଖିଛନ୍ତି ମହିଳା ମାନେ।ପ୍ରତିଟି ପତାକାକୁ ୨୪ଟଙ୍କାରେ ବିକ୍ରି କରୁଥିବା କହିଛନ୍ତି ମହିଳାମାନେ।

ମିଶନ ଶକ୍ତି ମାଧ୍ୟରେ ରୋଜଗାରକ୍ଷମ ହୋଇ ମହିଳାମାନେ ସ୍ୱାବଲମ୍ବୀ ହେବାସହିତ ପରିବାରର ଅର୍ଥନୈତିକ ଅଭିବୃଦ୍ଧିରେ ସାମିଲ ହୋଇପାରିଛନ୍ତି।ପୂର୍ବରୁ ଏହି ମହିଳା ଗୋଷ୍ଠି କରୋନା ସମୟରେ ମାଷ୍କ ତିଆରି କରିବା ହେଉ କିମ୍ବା ବିଭିନ୍ନ ସ୍କୁଲକୁ ପୋଷାକ ବିତରଣ କରୁଥିଲେ।ବର୍ତ୍ତମାନ ସେମାନେ ଜାତିୟ ପତାକା ନିର୍ମାଣ କରୁଥିବାରୁ ବେଶ ଖୁସି ବ୍ୟକ୍ତ କରିବା ନିଜକୁ ଗର୍ଭ ଅନୁଭବ କରୁଥିବା କହିଛନ୍ତି।ସ୍କୁଲରେ ପଢିବା ବେଳେ ଜାତିୟ ପତାକା ଉଡଉଥିଲୁ,ଏବେ ତିଆରି କରୁଛୁ।ସରକାରଙ୍କ ମିଶନଶକ୍ତି ମାଧ୍ୟମରେ ପ୍ରତ୍ୟେକ ମହିଳାଙ୍କୁ ରୋଜଗାର ଯୋଗାଈବା ପାଇିଁ ନିୟମ ରହିଥିବା ବେଳେ ସେହି କ୍ରମରେ ଏହି ମହିଳା ଗୋଷ୍ଠିଙ୍କୁ ଜାତିୟ ପତାକା ନିର୍ମାଣ ପାଇିଁ ଅନୁମତି ଦିଆଯାଇଥିବା କହିଛନ୍ତି କାମାକ୍ଷାନଗର ବିଡିଓ।ଏହାଦ୍ବାରା ମହିଳାମାନେ ରୋଜଗାରକ୍ଷମ ହୋଇପାରିବେ।

କରୋନା ମହାମାରୀରେ ଅନେକ ଲୋକଙ୍କ ଚାକିରୀ ଚାଲିଯାଇଥିବା ବେଳେ ମିଶନ ଶକ୍ତି ମାଧ୍ୟମରେ ଅନେକ ମହିଳା ରୋଜଗାର କରିପାରିବା ସହ ଜାତିୟ ପତାକା ତିଆରି କରି ଏବେ ଏହି ଗାଁର ମହିଳା ମାନଙ୍କ ପାଇିଁ ଆଗକୁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିବ।