Marriage Surprize: ଅଧା ରହିଗଲା ବିବାହର ୩ ମାସିକ ପୂର୍ତ୍ତି ପାଳନ ।  ସଡ଼କ ଦୁର୍ଘଟଣାରେ ( Road Accident) ଚାଲିଗଲା ଯୁବ ଡାକ୍ତରଙ୍କ ଜୀବନ।  ସେ ଜାଣି ନଥିଲେ ସେ ନିଜ ସ୍ତ୍ରୀଙ୍କ ପାଖରେ ପହଞ୍ଚିବା ପୂର୍ବରୁ ଚାଲିଯିବ ଜୀବନ  (Newly Wed Doctor Dies) । ଅଧା ରହିଯିବ ସ୍ତ୍ରୀକୁ ଦେବାକୁ ଥିବା ସରପ୍ରାଇଜ୍ ।  ଭୁବନେଶ୍ବରରେ ଭୟଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି ଯୁବ ଡାକ୍ତର ମନୋଜ କୁମାର (Newly Wed Doctor Dies In Accident In Bhubaneswar) । ଭୁବନେଶ୍ବର (Bhubaneswar) ଫାୟାର ଷ୍ଟେସନ ଛକରେ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଡାକ୍ତର । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସପିଟାଲକୁ ପଠାଇଛି। ଏବଂ କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଜାରି ରଖିଛି ପୋଲିସ୍ । ତେବେ, ମନୋଜଙ୍କ ପତ୍ନୀ ମଧ୍ୟ ଜଣେ ଡାକ୍ତର । ସେ କଟକ ଏସ୍‌ସିବି ମେଡିକାଲରେ କାର୍ଯ୍ୟରତ। ତାଙ୍କ ନାଁ ଡାକ୍ତରାଣୀ ସୁଶ୍ରୀ ସଙ୍ଗୀତା । ମେ ୨୮ ରେ ଥିଲା ମନୋଜଙ୍କ ବିବାହର ତ୍ରୟମାସିକ ପୂର୍ତ୍ତି । ଏଥିପାଇଁ ସ୍ତ୍ରୀଙ୍କ କ୍ବାର୍ଟରରେ ସେଲିବ୍ରେସନର ଯୋଜନା କରାଯାଇଥିଲା। ସେଲିବ୍ରେସନରେ ପହଞ୍ଚିବା ଆଗରୁ ଦୁର୍ଘଟଣାରେ ପ୍ରାଣ ହରାଇ ଶବ ହୋଇ ଫେରିଲେ ଡାକ୍ତର ।   


COMMERCIAL BREAK
SCROLL TO CONTINUE READING


ସୂଚନା ଅନୁସାରେ, ବ୍ରହ୍ମପୁର ମେଡିକାଲ ‌ବ୍ୟାଙ୍କ କଲୋନିସ୍ଥିତ ଲେନ୍‌-୨ ବାସିନ୍ଦା ପ୍ରଦୀପ କୁମାର ଓଙ୍କାରଙ୍କ ପୁଅ ତଥା ଭୁବନେଶ୍ବରରେ ରହୁଥିବା ଡାକ୍ତର ମନୋଜ କୁମାର ଗତ ଫେବ୍ରୁଆରି ୨୮ ତାରିଖରେ କବିରାଜ ବେହେରାଙ୍କ ଝିଅ ଡାକ୍ତରାଣୀ ସୁଶ୍ରୀ ସଙ୍ଗୀତାଙ୍କୁ ବିବାହ କରିଥିଲେ। ରବିବାର (ମେ’ ୨୮ ତାରିଖ)ରେ ଉଭୟ ଡାକ୍ତର ଦମ୍ପତି ବିବାହର ତ୍ରୟମାସିକ ପୂର୍ତ୍ତି ପାଳନ କରିଥାନ୍ତେ। ଏଥିପାଇଁ ପୂର୍ବରୁ ପ୍ରସ୍ତୁତି ସରିଥିଲା। ସେଲିବ୍ରେସନ ପାଇଁ ଯୋଜନା କରିଥିଲେ ଡାକ୍ତର ଦମ୍ପତି। ଏଥିପାଇଁ କଟକରେ ରହୁଥିବା ପତ୍ନୀଙ୍କ କ୍ୱାର୍ଟର୍ସରେ ହୋଇଥିଲା ସବୁ ପ୍ରସ୍ତୁତି। ହେଲେ ଆଗୁଆ ପହଞ୍ଚି ପତ୍ନୀଙ୍କୁ ସରପ୍ରାଇଜ୍ ଦେବାକୁ ପ୍ଲାନ୍ କରି ରାତି ୧୨ଟା ୧୫ରେ ବାଇକରେ କ୍ୱାର୍ଟର୍ସରୁ ବାହାରିଥିଲେ ମନୋଜ। ହେଲେ ତାଙ୍କ ସରପ୍ରାଇଜ୍, ସରପ୍ରାଇଜ୍ ହୋଇ ରହିଗଲା।


ଏହାବି ପଢନ୍ତୁ : Morning Tips: ଯଦି ଜୀବନରେ ସଫଳତା ପାଇବାକୁ ଚାହୁଁଛନ୍ତି , ତେବେ ପ୍ରାତଃ ସମୟରୁ କରନ୍ତୁ ଏହି ୫ କାମ, ଦୂର ହେବ ଦାରିଦ୍ରତା!


ଏହାବି ପଢନ୍ତୁ :  Shukra Gochar 2023: ଏହି ଦିନ ରାଶି ପରିବର୍ତ୍ତନ କରିବେ ଶୁକ୍ର, ମାଲାମାଲ ହେବ ଏହି ୪ ରାଶି!


ଦଇବ ଏମିତି ଦାଉ ସାଧିବ ବୋଲି କେହି ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲେ। ବିଳମ୍ବିତ ରାତିରେ ପତ୍ନୀଙ୍କ ପାଖକୁ ଯାଉଥିବା ବେଳେ ଭୁବନେଶ୍ବର ଫାୟରଷ୍ଟେସନ ଛକରେ ତାଙ୍କୁ ଏକ ଟ୍ରକ୍ ଧକ୍କା ଦେଇଥିଲା । ଏହାଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସପିଟାଲରେ ଭର୍ତ୍ତୀ କରିଥିଲା। କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ  (Newly Wed Doctor Dies) । ଏବଂ ସେଠାରେ ତାଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି। ପରିବାର ଲୋକେ କ୍ୟାପିଟାଲ ହସପିଟାଲରେ ପହଞ୍ଚିଛନ୍ତି । କାନ୍ଦ ବୋବୋଳିରେ ଫାଟି ପଡୁଛି ପୁରା ଅଞ୍ଚଳ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ କ୍ୟାନସର ପ୍ରଫେସର ଥିଲେ ଡାକ୍ତର ମନୋଜ କୁମାର।