Advertisement
Photo Details/zeeodisha/odisha1715464
photoDetails0hindi

Morning Tips: ଯଦି ଜୀବନରେ ସଫଳତା ପାଇବାକୁ ଚାହୁଁଛନ୍ତି , ତେବେ ପ୍ରାତଃ ସମୟରୁ କରନ୍ତୁ ଏହି ୫ କାମ, ଦୂର ହେବ ଦାରିଦ୍ରତା!

Good Luck Tips for Morning in Odia: ବ୍ରହ୍ମ ମୁହୂର୍ତ୍ତକୁ (Brahmamuhurta) ସବୁଠାରୁ ଶୁଭ ସମୟ ବୋଲି କୁହାଯାଏ । ବ୍ରହ୍ମ ମୁହୂର୍ତ୍ତରେ ନିଦରୁ ଉଠିବା ଦ୍ୱାରା ମଣିଷକୁ ଅନେକ ଅସାଧାରଣ ଜିନିଷ ପ୍ରାପ୍ତ ହୋଇଥାଏ। ଏହି ସମୟରେ ନିଦରୁ ଉଠିବା ମଣିଷକୁ ଐଶ୍ୱରୀୟ କୃପା ଏବଂ ଶୁଭ ସଂକେତ ମାନ ମିଳିଥାଏ। ହିନ୍ଦୁ ,ଜ୍ୟୋତିଷ ଶାସ୍ତ୍ର ଏବଂ ବାସ୍ତୁ ଶାସ୍ତ୍ରରେ ବ୍ରହ୍ମ ମୂହୁର୍ତ୍ତରେ ମଣିଷ ଯେଉଁ କାମ କରିବ । ସେହି କାର୍ଯ୍ୟ ଗୁଡିକରେ ଅଭୂତ ପୂର୍ବ ସଫଳତା ମିଳିଥାଏ ବୋଲି କୁହାଯାଇଛି । ଏବଂ ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ ।

1/5

ସକାଳୁ କରନ୍ତୁ ଏହି ସବୁ କାମ:

ଗୋମାତାକୁ ହିନ୍ଦୁ ଧର୍ମରେ ମାଆର ମାନ୍ୟତା ଦିଆଯାଇଛି (Cow Worship Benefit)। ଗୋମାତାର ପ୍ରତ୍ୟକ ଜିନିଷ ଯେପରିକି,କ୍ଷୀର, ପରିସ୍ରା, ଗୋବର ଓ ଘିଅ  ଅତ୍ୟନ୍ତ ପବିତ୍ର । ପୁରାଣ ଅନୁଯାୟୀ ଗୋମାତାଙ୍କ ଦେହରେ ୩୩ କୋଟି ଦେବତା ବସବାସ କରନ୍ତି । ତେଣୁ, ସକାଳୁ ଉଠିବା ପରେ ଆପଣ ଗୋ ମାତାଙ୍କ ସେବା କରନ୍ତୁ । ଏହା କରିବା ଦ୍ବାରା ଆପଣଙ୍କ ଘରେ ଆର୍ଥିକ ସମସ୍ୟା ଦୂର ହେବା ସହ ସୁଖ ସମୃଦ୍ଧି ମଧ୍ୟ ବୃଦ୍ଧି ପାଇବ । 

2/5

ପ୍ରତିଦିନ ସକାଳେ ଗାଧୋଇବା ପରେ ଆପଣ ଗୋମାତଙ୍କୁ ପୂଜା କରନ୍ତୁ । ଏହା କରିବା ଦ୍ବାରା ଆପଣ ସମସ୍ତ ଦେବତାଙ୍କର ଆର୍ଶିବାଦ ପ୍ରାପ୍ତ କରିବେ। ଏବଂ ସମସ୍ତ କାର୍ଯ୍ୟରେ ସଫଳତା ପାଇବେ। 

 

3/5

ଖାସ୍ କରି ବୁଧବାର ଦିନ ଗୋ-ମାତାଙ୍କୁ ସତେଜ ଘାସ ଖାଇବାକୁ ଦିଅନ୍ତୁ । ଏହି କାମ ସକାଳୁ କରିବା ଦ୍ବାରା ଆପଣଙ୍କ ଅଧା ରହିଥିବା କାମ ପୂରଣ ହେବ । ଏବଂ ଆପଣଙ୍କ ରାଶିରେ ବୁଧ ଶକ୍ତିଶାଳୀ ରହିବେ। ଏହା ସହ ଆପଣ ନିରୋଗ ମଧ୍ୟ ରହିବେ।

4/5

ଗୋମାତାଙ୍କ ପିଠିର ଉପର ଭାଗକୁ ଆଉଁଷିବା ଦ୍ବାରା ଆପଣଙ୍କ ଜୀବନରୁ ବଡ଼ ବଡ଼ ସଙ୍କଟ ଟଳି ଯାଇଥାଏ।  

 

5/5

ଯଦି ଆପଣଙ୍କ ରାଶିରେ କୌଣସି ଗ୍ରହ ଦୁର୍ବଳ ଅଛନ୍ତି, ଆଉ ଅଶୁଭ ଫଳ ପ୍ରଦାନ କରୁଛନ୍ତି । ତେବେ ଆପଣ କଳା ଗାଇକୁ ପୂଜା କରନ୍ତୁ । ଏହା କରିବା ଦ୍ବାରା ସମସ୍ତ ଗ୍ରହ ଶାନ୍ତି ହେବେ। ଏବଂ ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିବେ। ଏବଂ ଏହା କରିବା ଦ୍ବାରା ଆପଣ ନିଜ ଶତ୍ରୃମାନଙ୍କ ଠାରୁ ବି ବିଜୟ ହାସଲ କରିପାରିବେ । 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)