Bengaluru Cafe Blast: ଧରା ପଡ଼ିଲା ବେଙ୍ଗାଲୁରୁ କାଫେ ବିସ୍ଫୋରଣ ମାମଲାର ମୁଖ୍ୟ ଷଡଯନ୍ତ୍ରକାରୀ
Advertisement

Bengaluru Cafe Blast: ଧରା ପଡ଼ିଲା ବେଙ୍ଗାଲୁରୁ କାଫେ ବିସ୍ଫୋରଣ ମାମଲାର ମୁଖ୍ୟ ଷଡଯନ୍ତ୍ରକାରୀ

Bengaluru Cafe Blast Case: ବେଙ୍ଗାଲୁରୁ କାଫେ ବିସ୍ଫୋରଣ ଘଟଣାରେ ଦେଶର ୩ ରାଜ୍ୟର ୧୮ ସ୍ଥାନରେ ଚଢାଉ କରିବା ପରେ ମୁଖ୍ୟ ଷଡଯନ୍ତ୍ରକାରୀକୁ ଗିରଫ କରିଛି ଏନଆଇଏ।

Bengaluru Cafe Blast: ଧରା ପଡ଼ିଲା ବେଙ୍ଗାଲୁରୁ କାଫେ ବିସ୍ଫୋରଣ ମାମଲାର ମୁଖ୍ୟ ଷଡଯନ୍ତ୍ରକାରୀ

Bengaluru Cafe Blast Key Conspirator Arrested: ବହୁଚର୍ଚ୍ଚିତ ବେଙ୍ଗାଲୁରୁ କାଫେ ବିସ୍ଫୋରଣ ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଗିରଫ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)। ଚଳିତ ମାସ ୧ ତାରିଖରେ ବେଙ୍ଗାଲୁରୁ ସହରରେ ଅବସ୍ଥିତ ରମେଶ୍ୱରମ୍ କାଫେ ଠାରେ ହୋଇଥିବା ବିସ୍ଫୋରଣରେ ଦୋହଲି ଯାଇଥିଲା ସମଗ୍ର ଦେଶ। ବେଙ୍ଗାଲୁରୁ କାଫେ ବିସ୍ଫୋରଣ ମାମଲାର ମୁଖ୍ୟ ଷଡଯନ୍ତ୍ରକାରୀଙ୍କୁ ଗୁରୁବାର (ମାର୍ଚ୍ଚ ୨୮) ମାଡ଼ି ବସିଛି ଏନଆଇଏ। 

ବେଙ୍ଗାଲୁରୁ କାଫେ ବିସ୍ଫୋରଣ ମାମଲାରେ ଏନଆଇଏ ପକ୍ଷରୁ ଦେଶର ୩ ରାଜ୍ୟର ୧୮ ସ୍ଥାନରେ ଚଢାଉ କରାଯାଇଥିଲା। ଏହି ଚଢାଉ କର୍ଣ୍ଣାଟକର ୧୨, ତାମିଲନାଡୁର ୫ ଏବଂ ଉତ୍ତର ପ୍ରଦେଶର ଗୋଟିଏ ସ୍ଥାନରେ ଚଢାଉ କରାଯାଇଥିଲା। ବ୍ୟାପକ ଚଢାଉ କରିବା ପରେ ଯାଇ ଏହି ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀକୁ ଗିରଫ କରିଛି ଜାତୀୟ ଅନୁସନ୍ଧାନ ଏଜେନ୍ସି। ଗତ ମାର୍ଚ୍ଚ ୧ ତାରିଖରେ ରମେଶ୍ୱରମ୍ କାଫେ ଠାରେ ହୋଇଥିବା ବିସ୍ଫୋରଣରେ ବହୁ ଗ୍ରାହକ ଏବଂ ହୋଟେଲ କର୍ମଚାରୀ ଆହତ ହୋଇଥିଲେ। ବିସ୍ଫୋରଣ କାରଣରୁ ବେଙ୍ଗାଲୁରୁ ସହରରେ ଅବସ୍ଥିତ ଏହି ଲୋକପ୍ରିୟ କାଫେ ଠାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା।

ଏହି ଘଟଣାରେ ଚିହ୍ନଟ ହୋଇଥିବା ଅନ୍ୟ ୨ ଜଣ ଅଭିଯୁକ୍ତଙ୍କୁ ଆନୁଷଙ୍ଗୀକ ସହାୟତା ପ୍ରଦାନ କରିଥିବା ମୁଜାମିଲ ଶରିଫଙ୍କୁ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଟିମ୍ ଦେଶର ୧୮ ସ୍ଥାନରେ ଚଢାଉ କରିବା ପରେ ଗିରଫ କରିଥିଲା। ଗତ ମାର୍ଚ୍ଚ ୩ ତାରିଖରେ ବେଙ୍ଗାଲୁରୁ କାଫେ ବିସ୍ଫୋରଣ ଘଟଣାରେ ମାମଲା ଦାୟର କରିଥିଲା ଏନଆଇଏ। ପୂର୍ବରୁ ଏହି ବିସ୍ଫୋରଣ ଘଟାଇଥିବା ମୁଖ୍ୟ ଅଭିଯୁକ୍ତ ମୁସାଭିର ଶାଜିବ ହୁସେନ୍‌ଙ୍କୁ ଚିହ୍ନଟ କରିଥିଲା। ଏହା ବ୍ୟତୀତ ଅନ୍ୟ ଏକ ଷଡଯନ୍ତ୍ରକାରୀ ଅବଦୁଲ ମାଥିନ ତାହଙ୍କୁ ମଧ୍ୟ ଚିହ୍ନଟ କରିଥିଲା। ଉଭୟେ ବିସ୍ଫୋରଣ ମାମଲାରେ ଅନ୍ୟ ୨ ଷଡ଼ଯନ୍ତ୍ରକାରୀ ବୋଲି କୁହାଯାଉଛି। ସେହି ୨ ଜଣେ ବ୍ୟକ୍ତି ଫେରାର ହୋଇଯାଇଛନ୍ତି। ଅବଦୁଲ ମାଥିନ ତାହ ଗତ ୨୦୨୦ ବର୍ଷରୁ ନିଖୋଜ ହୋଇଯାଇଛି। ମୁସାଭିର ଶାଜିବ ହୁସେନ୍ କାଫେ ଠାରେ ଏକ ବ୍ୟାଗ୍ ଛାଡିଥିଲେ। ଯେଉଁଥିରେ ବିସ୍ଫୋରକ ରହିଥିଲା। 

ଏହା ପୂର୍ବରୁ ଏନଆଇଏ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବାରେ ଲୋକଙ୍କ ସାହାଯ୍ୟ ଲୋଡିଥିଲା। ବେଙ୍ଗାଲୁରୁ ପୋଲିସ କେନ୍ଦ୍ରୀୟ ଅପରାଧ ଶାଖା ମଧ୍ୟ ଏହି ମାମଲାରେ ଆତଙ୍କବାଦ ବିରୋଧି ଏଜେନ୍ସି ଲାଗି ଆବଶ୍ୟକୀୟ ସହଯୋଗ ଯୋଗାଇ ଦେଉଛି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ଏକାଧିକ ଭିଡିଓ ଏବଂ ଫଟୋ ସେୟାର କରାଯାଇଥିଲା। ଯାହା ଦ୍ୱାରା ଅଭିଯୁକ୍ତକୁ ଚିହ୍ନଟ କରାଯାଇ ପାରିବ। ଗୁରୁବାର ସମସ୍ତ ୩ ଅଭିଯୁକ୍ତଙ୍କ ଘରେ ଏବଂ ଅନ୍ୟ ସନ୍ଦିଗ୍ଧଙ୍କ ଆବାସିକ ଘର ଏବଂ ଦୋକାନରେ ଚଢାଉ କରାଯାଇଥିଲା। ଚଢାଉ ସମୟରେ ନଗଦ ଟଙ୍କା ସହିତ ବିଭିନ୍ନ ଡିଜିଟାଲ ଉପକରଣ ଜବତ କରାଯାଇଥିଲା।

ଗତ ମାର୍ଚ୍ଚ ୧୩ ତାରିଖରେ ଏନଆଇଏ ମୁଖ୍ୟ ସନ୍ଦିଗ୍ଧଙ୍କ ସହଯୋଗୀ ବୋଲି ସନ୍ଦେହ ହେଉଥିବା ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଥିଲା। ବର୍ଦ୍ଧିତ ସୁରକ୍ଷା ବ୍ୟବସ୍ଥା ସହିତ ବିସ୍ଫୋରଣର ୮ ଦିନ ପରେ ମାର୍ଚ୍ଚ ୯ ତାରିଖରେ ରମେଶ୍ୱରମ୍ କାଫେ ପୁନର୍ବାର କାର୍ଯ୍ୟ କରିବା ଆରମ୍ଭ କରିଥିଲା। ଏହାର ପ୍ରବେଶ ପଥରେ ମେଟାଲ ଡିଟେକ୍ଟର ସ୍ଥାପନ କରାଯାଇଛି। ଯାହା ଦ୍ୱାରା ଏଠାକୁ ଆସୁଥିବା ଗ୍ରାହକଙ୍କ ସହ କାଫେ କର୍ମଚାରୀଙ୍କ ସୁରକ୍ଷା ନିଶ୍ଚିତ କରାଯାଇ ପାରିବ।