Tomato Hackathon: ଟମାଟୋ ଦାମ୍ କମ୍ କରିପାରିବେ ସାଧାରଣ ଜନତା, ସରକାର ମାଗୁଛନ୍ତି ଆଇଡିଆ
Advertisement
Article Detail0/zeeodisha/odisha1762121

Tomato Hackathon: ଟମାଟୋ ଦାମ୍ କମ୍ କରିପାରିବେ ସାଧାରଣ ଜନତା, ସରକାର ମାଗୁଛନ୍ତି ଆଇଡିଆ

Tomato Price in India Today: ଦେଶରେ ଏବେ ଟମାଟୋ ଦର ଆକାଶ ଛୁଆଁ ହେବାରେ ଲାଗିଛି। ଟମାଟୋ ଦର ନିୟନ୍ତ୍ରଣ କରିବା ପାଇଁ ସରକାର ସମାଜର ବିଭିନ୍ନ ବର୍ଗର ଲୋକଙ୍କ ଠାରୁ ପରାମର୍ଶ ଲୋଡ଼ିଛନ୍ତି।

Tomato Hackathon: ଟମାଟୋ ଦାମ୍ କମ୍ କରିପାରିବେ ସାଧାରଣ ଜନତା, ସରକାର ମାଗୁଛନ୍ତି ଆଇଡିଆ

Tomato Grand Challenge Hackathon: ଦେଶରେ ଏବେ ଟମାଟୋ ମୂଲ୍ୟ ଆକାଶଛୁଆଁ ହେବାରେ ଲାଗିଛି। ଅନେକ ସହରରେ ଟମାଟୋ ମୂଲ୍ୟ କିଲୋଗ୍ରାମ ପିଛା ୧୦୦ ଟଙ୍କାରୁ ଅଧିକ ହୋଇଛି। ଟମାଟୋ ମୂଲ୍ୟ ବୃଦ୍ଧି ହେବାର କିଛି ଦିନ ପରେ କେନ୍ଦ୍ର ସରକାର ଜୁନ ୩୦ ତାରିଖ ଶୁକ୍ରବାର ଟମାଟୋ ଗ୍ରାଣ୍ଡ ଚ୍ୟାଲେଞ୍ଜ ହ୍ୟାକଥନ୍ ଘୋଷଣା କରିଛନ୍ତି। ଯେଉଁଠାରେ ଟମାଟୋ ମୂଲ୍ୟ ହ୍ରାସ କରିବା ପାଇଁ ଲୋକଙ୍କ ପାଖରୁ ଆଇଡ଼ିଆ ମଗାଯାଉଛି। ଟମାଟୋ ସଂରକ୍ଷଣ ଏବଂ ମୂଲ୍ୟ ନିର୍ଦ୍ଧାରଣରେ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଉଦ୍ୟେଗ ଜଗତ ପର୍ଯ୍ୟନ୍ତ ବିଚାର ମଗାଯାଉଛି।

ଗ୍ରାହକଙ୍କୁ ସୁଲଭ ମୂଲ୍ୟରେ ଟମାଟୋ ଉପଲବ୍ଧତା (Tomato Availability for Customers in India) ସୁନିଶ୍ଚିତ କରିବା ଏବଂ କୃଷକଙ୍କୁ ସେମାନଙ୍କ ଦ୍ୱାରା ଉତ୍ପାଦିତ ହୋଇଥିବା ଫସଲର ଉପଯୁକ୍ତ ମୂଲ୍ୟ ଦେବାରେ ସାହାଯ୍ୟ କରିବା ପାଇଁ ସରକାର ମତ ଲୋଡିଛନ୍ତି। ଦେଶର ଟମାଟୋ ଉତ୍ପାଦକ (Tomato Producer in India) କହିଛନ୍ତି ଯେ ବ୍ୟବସାୟୀ ଟମାଟୋ (Tomato Seller in India) କିଣିବାକୁ ଆଗ୍ରହ ଦେଖାଉ ନ ଥିବାରୁ ସେମାନେ ନିଜ ଉତ୍ପାଦକୁ ଦିଲ୍ଲୀ (Delhi), ଡେରାଡୁନ୍ (Dehradun), ସାହାରନପୁର (Saharanpur), ଚଣ୍ଡିଗଡ଼ (Chandigarh), ହରିଦ୍ୱାର (Haridwar) ଏବଂ ପଡୋଶୀ ରାଜ୍ୟର ଅନ୍ୟାନ୍ୟ ସହରରେ ବିକ୍ରୟ କରିବାକୁ ବାଧ୍ୟ ହେଉଛନ୍ତି।

ଟମାଟୋ ଗ୍ରାଣ୍ଡ ଚ୍ୟାଲେଞ୍ଜ ହ୍ୟାକଥନ୍ ରେ କିଏ କରିପାରିବେ ଅଂଶଗ୍ରହଣ?
ଶିକ୍ଷା ମନ୍ତ୍ରଣାଳୟର (Ministry of Education of India) ସହଯୋଗରେ ଉପଭୋକ୍ତା ବ୍ୟାପାର ବିଭାଗ (Consumer Affairs Department India) ଦ୍ୱାରା ଟମାଟୋ ଗ୍ରାଣ୍ଡ ଚ୍ୟାଲେଞ୍ଜ ହ୍ୟାକଥନ୍ (Tomato Grand Challenge Hackathon) ପ୍ରସ୍ତୁତ କରାଯାଇଛି। ଏ ସମ୍ପର୍କରେ ଉପଭୋକ୍ତା ବ୍ୟାପାର ବିଭାଗ ସଚିବ ରୋହିତ କୁମାର ସିଂହ ଘୋଷଣା କରିଛନ୍ତି। ଟମାଟୋ ହ୍ୟାକଥନ୍ ଠାରେ ଦୁଇ ପ୍ରକାରର ଏଣ୍ଟ୍ରି (Tomato Hackathon) ରହିବ। ପ୍ରଥମ ହେଉଛି ଛାତ୍ର, ରିସର୍ଚ୍ଚ ସ୍କଲାର ଏବଂ ଫ୍ୟାକଲିଟି ମେମ୍ବର ଏବଂ ଦ୍ୱିତୀୟରେ ବ୍ୟବସାୟୀ, ଷ୍ଟାର୍ଟ ଅପ୍, ଏମ୍ଏସ୍ଏମ୍ଇ, ଲିମିଟେଡ ଲାୟବିଲିଟି ପାର୍ଟନରସିପ୍ ଏବଂ ପ୍ରଫେସନାଲ ବର୍ଗର ଲୋକଙ୍କ ପାଇଁ ହେବ।

ଏଠାରେ ଆବେଦନ କରନ୍ତୁ 
ସରକାର କହିଛନ୍ତି ଯେ ସମସ୍ତ ବିଜେତା ଚିନ୍ତାଧାରାକୁ (Tomato Hackathon Ideas) ପ୍ରଥମେ ବିଶେଷଜ୍ଞ ମୂଲ୍ୟାଙ୍କନ କରିବେ। ପରେ ପ୍ରୋଟୋଟାଇପ୍ ପ୍ରସ୍ତୁତ କରାଯାଇ ଏହାକୁ କାର୍ଯ୍ୟକାରୀ କରାଯିବ। ଏହା ପରେ ଦେଖାଯିବ କିପରି ଏହି ଚିନ୍ତାଧାରାକୁ ଏକ ଉତ୍ତମ ଉପାୟରେ ବ୍ୟବହାର କରାଯିବ। ଯୋଗ୍ୟ ଅଂଶଗ୍ରହଣକାରୀ ସରକାରୀ ସରକାରୀ ପୋର୍ଟାଲ ଠାରେ ଟମାଟୋ ହ୍ୟାକଥନ୍ (Tomato Hackathon) ପାଇଁ ଆବେଦନ କରିପାରିବେ। ଏହାର ଲିଙ୍କ ହେଉଛି: https://doca.gov.in/gtc/index.php

ଦେଶର ପ୍ରମୁଖ ସହରରେ କ'ଣ ରହିଛି ଟମୋଟୋ ମୂଲ୍ୟ? 
ଟମାଟୋ ଖୁଚୁରା ମୂଲ୍ୟ ଦିଲ୍ଲୀରେ କିଲୋଗ୍ରାମ ପିଛା ୮୦ ଟଙ୍କା, ମୁମ୍ବାଇରେ (Mumbai) ୪୮ ଟଙ୍କା, କୋଲକାତାରେ (Kolkata) ୧୦୫ ଟଙ୍କା ଏବଂ ଚେନ୍ନାଇରେ (Chennai) ୮୮ ଟଙ୍କା ରହିଛି। ସେହିପରି ଭୋପାଳ (bhopal) ଏବଂ ଲକ୍ଷ୍ନୌରେ (Lucknow) ୧୦୦ ଟଙ୍କା ପ୍ରତି କିଲୋଗ୍ରାମ, ଶିମଲାରେ (Shimla) କିଲୋଗ୍ରାମ ପିଛା ୮୦ ଟଙ୍କା, ଭୁବନେଶ୍ୱରରେ (Bhubaneswar) ୯୮ ଟଙ୍କା ଏବଂ ରାୟପୁରରେ (Raipur) ୯୯ ଟଙ୍କା କିଲୋଗ୍ରାମ ପିଛା ମୂଲ୍ୟରେ ବିକ୍ରି ହେଉଛି।