ପ୍ରକାଶ ପାଇଲା CUET-UG ଫଳାଫଳ, ଏପରି କରନ୍ତୁ ଚେକ
Advertisement
Article Detail0/zeeodisha/odisha1788640

ପ୍ରକାଶ ପାଇଲା CUET-UG ଫଳାଫଳ, ଏପରି କରନ୍ତୁ ଚେକ

ନୂଆଦିଲ୍ଲୀ: ଜାତୀୟ ଟେଷ୍ଟିଂ ଏଜେନ୍ସି ଦ୍ୱାରା ପରିଚାଳିତ ହେଉଥିବା କମନ ୟୁନିଭରସିଟି ଏଣ୍ଟ୍ରାନ୍ସ ଟେଷ୍ଟର ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ପ୍ରାୟ ୮.୭ ଲକ୍ଷ ପରୀକ୍ଷାର୍ଥୀଙ୍କ ଅପେକ୍ଷା ଶେଷ ହୋଇଛି। ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ cuet.nta.nic.in ରେ ଲଗ୍ ଇନ୍ କରି ସେମାନଙ୍କର ଫଳାଫଳ ଯାଞ୍ଚ କରିପାରିବେ। ୟୁନିଭରସିଟି ଗ୍ରାଣ୍ଟ କମ

ପ୍ରକାଶ ପାଇଲା CUET-UG  ଫଳାଫଳ, ଏପରି କରନ୍ତୁ ଚେକ

CUET UG Result: ନୂଆଦିଲ୍ଲୀ: ଜାତୀୟ ଟେଷ୍ଟିଂ ଏଜେନ୍ସି ଦ୍ୱାରା ପରିଚାଳିତ ହେଉଥିବା କମନ ୟୁନିଭରସିଟି ଏଣ୍ଟ୍ରାନ୍ସ ଟେଷ୍ଟର ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ପ୍ରାୟ ୮.୭ ଲକ୍ଷ ପରୀକ୍ଷାର୍ଥୀଙ୍କ ଅପେକ୍ଷା ଶେଷ ହୋଇଛି। ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ cuet.nta.nic.in ରେ ଲଗ୍ ଇନ୍ କରି ସେମାନଙ୍କର ଫଳାଫଳ ଯାଞ୍ଚ କରିପାରିବେ। ୟୁନିଭରସିଟି ଗ୍ରାଣ୍ଟ କମିଶନ (ୟୁଜିସି) ଅଧ୍ୟକ୍ଷ ଏମ ଜଗଦୀଶ କୁମାର ଟ୍ୱିଟ୍ କରି ଏହା ସ୍ପଷ୍ଟ କରିଛନ୍ତି। ଏଠାରେ କହି ରଖୁ ଯେ CUET PG ପରୀକ୍ଷା ୨୦୨୩ ଜୁନ୍ ୫ ରୁ ୧୭ ଜୁନ୍ ୨୦୨୩ ଏବଂ ୨୨ ଜୁନରୁ ୩୦ ଜୁନ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଆୟୋଜିତ ହୋଇଥିଲା। 

ୟୁଜିସି ଅଧ୍ୟକ୍ଷ ଏମ ଜଗଦୀଶ କୁମାର ଟ୍ୱିଟ୍ କରି କହିଛନ୍ତି, 'CUET-PG ଫଳାଫଳ ବର୍ତ୍ତମାନ cuet.nta.nic.in ରେ ଉପଲବ୍ଧ। ପ୍ରାର୍ଥୀମାନଙ୍କ ଫଳାଫଳ ମଧ୍ୟ ସେମାନେ ଆବେଦନ କରିଥିବା ବିଶ୍ୱବିଦ୍ୟାଳୟଗୁଡ଼ିକ ସହିତ ଅଂଶୀଦାର କରାଯାଇଛି। ଅଧିକ ବିବରଣୀ ପାଇଁ ପ୍ରାର୍ଥୀମାନଙ୍କୁ ବିଶ୍ୱବିଦ୍ୟାଳୟ ଏବଂ ଅନୁଷ୍ଠାନ ସହିତ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି।

ଏଠାରେ କହି ରଖୁ କି ଏହି ପରୀକ୍ଷା ପାଇଁ ମୋଟ 459083 ଜଣ ପରୀକ୍ଷାର୍ଥୀ ନାମ ପଞ୍ଜିକରଣ କରିଥିଲେ। ଏମାନଙ୍କ ମଧ୍ୟରେ ୨୦୯୭୪୦ ଜଣ ପୁରୁଷ ରହିଥିବା ବେଳେ ୨୪୯୩୩୨ ଜଣ ମହିଳା ଏବଂ ୧୧ ଜଣ କିନ୍ନର ରହିଥିଲେ। ସେହିପରି ଓଡ଼ିଆ ପାଇଁ ମୋଟ ୫୬୫ ଜଣ ନାଁ ପଞ୍ଜିକରଣ କରିଥିବା ବେଳେ ୩୨୦ ଜଣ ପରୀକ୍ଷା ଦେଇଥିଲେ। 

CUET PG ଫଳାଫଳ 2023 ରିଲିଜ୍ ହୋଇଛି। ଏହିପରି କରନ୍ତୁ ଡାଉନଲୋଡ୍ କରିବେ। ଏହି ପଦକ୍ଷେପଗୁଡ଼ିକ ସହିତ ଫଳାଫଳ ଯାଞ୍ଚ କରନ୍ତୁ..

  • ସର୍ବପ୍ରଥମେ ଅଫିସିଆଲ୍ ୱେବସାଇଟ୍ cuet.nta.nic.in ପରିଦର୍ଶନ କରନ୍ତୁ।
  • ମୂଳପୃଷ୍ଠାରେ CUET PG ରେଜଲ୍ଟ 2023 ଲିଙ୍କରେ କ୍ଲିକ୍ କରନ୍ତୁ।
  • ଲିଙ୍କ୍ ଖୋଲ ଏବଂ ସ୍କୋରକାର୍ଡ ଡାଉନଲୋଡ୍ କର।
  • ଆପଣଙ୍କର ଲଗଇନ୍ ବିବରଣୀ ପୁରଣ କରନ୍ତୁ ଏବଂ ଦାଖଲ କରନ୍ତୁ।
  • ସ୍କୋରକାର୍ଡ ଆପଣଙ୍କ ସାମ୍ନାରେ ଦେଖାଯିବ। ଯାଞ୍ଚ ଏବଂ ଡାଉନଲୋଡ୍ କରନ୍ତୁ।