Nutrition Diet: ଖାଦ୍ୟ ସାରଣୀକୁ ନେଇ ଚିନ୍ତିତ କି, ଏହି ସମସ୍ୟାରୁ ଦୂର କରିବ ଏହି ମୋବାଇଲ ଆପ, ଜାଣନ୍ତୁ ସବିଶେଷ ତଥ୍ୟ
Advertisement
Article Detail0/zeeodisha/odisha1533817

Nutrition Diet: ଖାଦ୍ୟ ସାରଣୀକୁ ନେଇ ଚିନ୍ତିତ କି, ଏହି ସମସ୍ୟାରୁ ଦୂର କରିବ ଏହି ମୋବାଇଲ ଆପ, ଜାଣନ୍ତୁ ସବିଶେଷ ତଥ୍ୟ

କେଉଁ ସମୟରେ କଣ ଓ କେତେ ମାତ୍ରାରେ ଖାଦ୍ୟଗ୍ରହଣ କଲେ ମଣିଷ ଶରୀର ପାଇଁ ଲାଭ ଦାୟକ ହୋଇଥାଏ ସେ ନେଇ ମଧ୍ୟ ସଠିକ ସୂଚନା ଆମେମାନେ ପାଇନଥାଉ। ତେବେ ଏଭଳି ସ୍ଥଳେ ଆମେମାନେ ବିଭିନ୍ନ ସମୟରେ ଛନ୍ଦି ହୋଇ ପଡ଼ିଥାଉ। ତେବେ ଏ ସମସ୍ତ ସମସ୍ୟାର ସମାଧାନ ଏଣିକି ଆପଣଙ୍କ ହାତମୁଠାରେ ରହିବ। 

Nutrition Diet: ଖାଦ୍ୟ ସାରଣୀକୁ ନେଇ ଚିନ୍ତିତ କି, ଏହି ସମସ୍ୟାରୁ ଦୂର କରିବ ଏହି ମୋବାଇଲ ଆପ, ଜାଣନ୍ତୁ ସବିଶେଷ ତଥ୍ୟ

Nutrition Diet: ନୂଆଦିଲ୍ଲୀ: ଆଜିକାଲିର ବ୍ୟସ୍ତବହୁଳ ତଥା ଆଧୁନିକ ଜୀବନଶୈଳୀ କାରଣରୁ ଆମେ ଅଧିକାଂଶ ସମୟ ରୋଗାକ୍ରାନ୍ତ ହୋଇଥାଉ। ଖାଦ୍ୟପେୟର ଅନିୟମିତତା କାରଣରୁ ଆମେ ଅଧିକାଂଶ ସମୟରେ ରୋଗାକ୍ରାନ୍ତ ହୋଇଥାଉ। ଏପରିକି ବିଶୃଙ୍ଖଳିତ ଖାଦ୍ୟ ସାରଣୀ ମଧ୍ୟ ଅଧିକାଂଶ ସମୟରେ ରୋଗାକ୍ରାନ୍ତ ହେବାର ମୂଳ କାରଣ ହୋଇଥାଏ। ଏପରି କେବଳ ଯେ ପୁରୁଷଙ୍କ କ୍ଷେତ୍ରରେ ଦେଖାଯାଏ ତାହା ନୁହେଁ, ବରଂ ମହିଳାଙ୍କ କ୍ଷେତ୍ରରେ ମଧ୍ୟ ଏହି ସମସ୍ୟା ଦେଖା ଦେଇଥାଏ। ମହିଳାଙ୍କର ମାସିକ ସମସ୍ୟା ସମୟରେ ଏହା ଦ୍ୱିଗୁଣିତ ହୋଇଯାଇଥାଏ। ତେବେ ଏହି ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଖାଦ୍ୟ ସାରଣୀକୁ ଶୃଙ୍ଖଳିତ କରିବା ପାଇଁ ଆମେମାନେ ବିଭିନ୍ନ ଡାକ୍ତରଙ୍କ ସହିତ ଯୋଗାଯୋଗ କରିଥାଉ। ଏହାରି ମଧ୍ୟରେ ଆମେ ପାଣି ଭଳି ଟଙ୍କା ଖର୍ଚ୍ଚ କରିଥାଉ। ଅଧିକାଂଶ ସମୟରେ ଅପର୍ଯ୍ୟାପ୍ତ ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ କୌଣସି ଲାଭ ମିଳିନଥାଏ। ଏହି ସମସ୍ୟାର ସମାଧାନ ପାଇଁ ଅନେକେ ଆୟୁର୍ବେଦିକର ସହାୟତା ନେଇଥାନ୍ତି। ଦେଶରେ ଏନେଇ ଅନେକ ଆପ ରହିଛି ଯାହା ବିପୁଳ ମାତ୍ରାରେ ଟଙ୍କା ନେଇଥାଏ କିନ୍ତୁ କୌଣସି ଲାଭଦାୟକ ସୂଚନା ପ୍ରଦାନ କରିନଥାଏ। 

କେଉଁ ସମୟରେ କଣ ଓ କେତେ ମାତ୍ରାରେ ଖାଦ୍ୟଗ୍ରହଣ କଲେ ମଣିଷ ଶରୀର ପାଇଁ ଲାଭ ଦାୟକ ହୋଇଥାଏ ସେ ନେଇ ମଧ୍ୟ ସଠିକ ସୂଚନା ଆମେମାନେ ପାଇନଥାଉ। ତେବେ ଏଭଳି ସ୍ଥଳେ ଆମେମାନେ ବିଭିନ୍ନ ସମୟରେ ଛନ୍ଦି ହୋଇ ପଡ଼ିଥାଉ। ତେବେ ଏ ସମସ୍ତ ସମସ୍ୟାର ସମାଧାନ ଏଣିକି ଆପଣଙ୍କ ହାତମୁଠାରେ ରହିବ। ଏହି ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ପ୍ରିୟାକ୍ୟୁବିଟ ପ୍ରାଇଭେଟ ଲିମିଟେଡ଼ ନାମକ ଏକ ସଂସ୍ଥା ପକ୍ଷରୁ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି। ଆପଣଙ୍କ ଶୃଙ୍ଖଳିତ ଖାଦ୍ୟ ସାରଣୀ ସମ୍ପର୍କରେ ବିନା କୌଣସି ଡାକ୍ତରଙ୍କ ସହିତ ଯୋଗାଯୋଗ କରି ଜାଣିପାରିବେ। ଆପଣଙ୍କର ଶୃଙ୍ଖଳିତ ଖାଦ୍ୟ ସାରଣୀକୁ ପ୍ରସ୍ତୁତ କରିବା ପାଇଁ କମ୍ପାନୀ ପକ୍ଷରୁ ଦୁଇ ଜଣ ଗବେଷକ, ବୈଜ୍ଞାନିକଙ୍କ ସହାୟତା ନିଆଯାଇଛି। ଏପରିକି ଦୁଇଜଣ ବରିଷ୍ଠ ଡାକ୍ତରଙ୍କ ପରାମର୍ଶ କ୍ରମେ ଏହି ସାରଣୀକୁ ପ୍ରସ୍ତୁତ କରିବାକୁ କମ୍ପାନୀ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି। ତେବେ ଆପଣଙ୍କ ସ୍ୱାସ୍ଥ୍ୟ ତଥା ଖାଦ୍ୟ ସାରଣୀ ସମ୍ପର୍କରେ ଟିକନିକ ତଥ୍ୟ ଆପଣଙ୍କୁ ମିଳିପାରିବ। ଏହି ଆପ ଖୁବ ଶୀଘ୍ର ଆପଣଙ୍କ ମୋବାଇଲରେ ଉପଲବ୍ଧ ହେବ। 

ଏହି ଆପକୁ ପ୍ରସ୍ତୁତ କରିବାରେ ରଞ୍ଜନା ଆଚାର୍ଯ୍ୟ ଓ ପ୍ରକାଶ କୁମାର ନାୟକଙ୍କ ଭୂମିକା ମଧ୍ୟ ଗୁରୁତ୍ତ୍ୱପୂର୍ଣ୍ଣ ରହିଛି। ଏହା ବ୍ୟତୀତ ଏହି ଆପକୁ ପ୍ରସ୍ତୁତ କରିବାରେ ସ୍ୱାତୀ ସ୍ୱାଗତିକା, ପ୍ରିୟବ୍ରତ , ପ୍ରଭାତ ଓ ଶୁଭଦୀପ ପ୍ରମୁଖ ସହଯୋଗ କରିଆସୁଛନ୍ତି। ଏହି ଆପ ଟି ଖୁବ ଶୀଘ୍ର ଆପଣଙ୍କ ନିକଟରେ ପହଞ୍ଚି ପାରିବ। ଆପ ସହାୟତାରେ ଆପଣ କେତେବେଳେ କେତେ ପରିମାଣର ଓ କଣ ସବୁ ଖାଦ୍ୟ ଗ୍ରହଣ କରିବେ ସେନେଇ ଟିକନିକ ତଥ୍ୟ ଏହି ଆପରେ ମିଳିପାରିବ। ଯଦି ଆପଣ ଭାବୁଥାନ୍ତି କି ଆପଣଙ୍କୁ ପର୍ଯ୍ୟାପ୍ତ ପରିମାଣରେ ଟଙ୍କା ଖର୍ଚ୍ଚ କରିବାକୁ ହେବ ତେବେ ଆପଣ ସମ୍ପୂର୍ଣ୍ଣ ଭାବେ ଭୁଲ ଭାବୁଛନ୍ତି। ଏଥିପାଇଁ ଆପଣଙ୍କୁ ହାତଗଣତି ଟଙ୍କା ଖର୍ଚ୍ଚ କରିବାକୁ ହେବ।