Bhitarkanika National Park: ଭିତରକନିକା ଜାତୀୟ ଉଦ୍ୟାନରେ ପକ୍ଷୀ ଗଣନା ଶେଷ
Advertisement
Article Detail0/zeeodisha/odisha1868705

Bhitarkanika National Park: ଭିତରକନିକା ଜାତୀୟ ଉଦ୍ୟାନରେ ପକ୍ଷୀ ଗଣନା ଶେଷ

Bird Counting at Bhitarkanika 2023:  ଚଳିତ ବର୍ଷ ଭିତରକନିକା ଜାତୀୟ ଉଦ୍ୟାନରେ ଶେଷ  ହୋଇଛି ପକ୍ଷୀ ଗଣନା। 

Bhitarkanika National Park: ଭିତରକନିକା ଜାତୀୟ ଉଦ୍ୟାନରେ ପକ୍ଷୀ ଗଣନା ଶେଷ

Bird Counting End at Bhitarkanika: ବିଶ୍ଵ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଶେଷ ହୋଇଛି ଦେଶୀୟ ପକ୍ଷୀଙ୍କ ଗଣନା। ଚଳିତ ବର୍ଷ ୨୬ ହଜାର ୧୧୮ ବସାରୁ ୧ ଲକ୍ଷ ୨୩ ହଜାର ୮୬୭ ପକ୍ଷୀ ଗଣନା କରାଯାଇଛି। ଗତ ବର୍ଷ ୨୪ ହଜାର ୬୬୪ ବସାରୁ ୧ ଲକ୍ଷ ୧୬ ହଜାର ୭୦ ପକ୍ଷୀ ଗଣନା କରାଯାଇଥିଲା। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଭିତରକନିକା ଠାରେ ଅଧିକ ୭୭୯୭ ପକ୍ଷୀ ଆସିଛନ୍ତି। ଏହି ପକ୍ଷୀ ଗଣନା ଚଳିତ ମାସ ୩ ତାରିଖରୁ ଆରମ୍ଭ ହୋଇ ୭ ତାରିଖରେ ଶେଷ ହୋଇଥିଲା। ପ୍ରାୟ ୫ ଦିନ ଧରି ପକ୍ଷୀ ଗଣନା କରାଯାଇଥିଲା। 

ପକ୍ଷୀ ଗଣନା ପାଇଁ ୫ ଟିମ୍ ଗଠନ କରାଯାଇଥିଲା। ପ୍ରତି ଦଳରେ ୪ ଜଣରୁ ଉର୍ଦ୍ଧ୍ୱ ବନ କର୍ମଚାରୀ ନିୟୋଜିତ ହୋଇଥିଲେ। ପ୍ରତିବର୍ଷ କନିକା ଫରେଷ୍ଟ ରେଞ୍ଜ ଅଧିନସ୍ଥ ମାଠଆଡିଆ, ଲକ୍ଷ୍ମୀ ପ୍ରସାଦ ଡିଆ, ଦୁର୍ଗାପ୍ରସାଦ ଡିଆ ଠାରେ ପକ୍ଷୀ ଗଣନା କରାଯାଉଥିଲା। ହେଲେ ଚଳିତବର୍ଷ ରାଜନଗର ଫରେଷ୍ଟ ରେଞ୍ଜ ଅଧିନସ୍ଥ ଏକମାଣିଆ ବାଲିଡ଼ିଆ ଠାରେ ପ୍ରଥମ ଥର ପାଇଁ ଦେଶୀୟ ପକ୍ଷୀଙ୍କ ଗଣନା କରାଯାଇଛି। 

ଭିତରକନିକା ଜାତୀୟ ଉଦ୍ୟାନରେ ବଢିଲେ ଦେଶୀୟ ପକ୍ଷୀ
ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀଙ୍କ ଗଣନା ଶେଷ ହୋଇଛି। ଚଳିତବର୍ଷ ୨୬୧୧୮ ବସାରେ ୧,୨୩,୮୬୭ ପକ୍ଷୀ ରହିଥିବାର ଗଣନା କରାଯାଇଛି। ଗତବର୍ଷ ୨୪,୬୬୪ ବସାରୁ ୧,୧୬,୦୭୦ ପକ୍ଷୀ ଗଣନା କରାଯାଇଥିଲା। ଗତବର୍ଷ ତୁଳନାରେ ଚଳିତ ବର୍ଷ ଭିତରକନିକାକୁ ଅଧିକ ୭୭୯୭ ପକ୍ଷୀ ଆସିଛନ୍ତି। ଏହି ପକ୍ଷୀ ଗଣନା ଚଳିତ ମାସ ୩ ତାରିଖରୁ ଆରମ୍ଭ ହୋଇ ୭ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଚାଲିଥିଲା। ପକ୍ଷୀ ଗଣନା ପାଇଁ ୫  ଟିମ୍ ଗଠନ କରିଥିଲା ବନ ବିଭାଗ। ପ୍ରତି ଦଳରେ 4 ଜଣରୁ ଅଧିକ ବିଭାଗୀୟ କର୍ମଚାରୀ ନିୟୋଜିତ ହୋଇଥିଲେ। ପ୍ରତିବର୍ଷ କନିକା ରେଞ୍ଜ ଅଧିନସ୍ଥ ମାଠଆଡିଆ, ଲକ୍ଷ୍ମୀ ପ୍ରସାଦ ଡିଆ, ଦୁର୍ଗାପ୍ରସାଦ ଡିଆ ଠାରେ ପକ୍ଷୀ ଗଣନା କରାଯାଇଥାଏ। ହେଲେ ଚଳିତବର୍ଷ ରାଜନଗର ରେଞ୍ଜ ଠାରେ ପ୍ରଥମ କରି ଏକମାଣିଆ ବାଲିଡିଆ ଠାରେ ଦେଶୀୟ ପକ୍ଷୀଙ୍କ ଗଣନା କରାଯାଇଛି। ଚଳିତବର୍ଷ ପକ୍ଷୀ ସଂଖ୍ୟା ବଢିଥିବାରୁ ବନ ବିଭାଗ ସହ ପକ୍ଷୀପ୍ରେମୀ ଏବଂ ପରିବେଶବିତ୍ ଖୁସି ବ୍ୟକ୍ତ କରିଛନ୍ତି।