Odisha Police: ବି. ରାଧିକାଙ୍କୁ ସ୍ୱେଚ୍ଛାକୃତ ଅବସର; ପୁଲିସ ଡିଜି ହେବା ନେଇ ହେଉଥିଲା ଚର୍ଚ୍ଚା
Advertisement
Article Detail0/zeeodisha/odisha2088288

Odisha Police: ବି. ରାଧିକାଙ୍କୁ ସ୍ୱେଚ୍ଛାକୃତ ଅବସର; ପୁଲିସ ଡିଜି ହେବା ନେଇ ହେଉଥିଲା ଚର୍ଚ୍ଚା

B.Radhika IPS: ଜାନୁଆରୀ ୩୧ ତାରିଖ ବୁଧବାର ସେବାରୁ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି ଓଡ଼ିଶା କ୍ୟାଡର ଆଇପିଏସ୍‍ ଅଧିକାରୀ ବି.ରାଧିକା।

 Odisha Police: ବି. ରାଧିକାଙ୍କୁ ସ୍ୱେଚ୍ଛାକୃତ ଅବସର; ପୁଲିସ ଡିଜି ହେବା ନେଇ ହେଉଥିଲା ଚର୍ଚ୍ଚା

B.Radhika Took VRS from Service: ଭୁବନେଶ୍ୱର: ବରିଷ୍ଠ ପୁଲିସ ଅଧିକାରୀ ତଥା ୧୯୮୯ ବ୍ୟାଚ୍‍ ଓଡ଼ିଶା କ୍ୟାଡର ଆଇପିଏସ୍‍ ଅଧିକାରୀ ବି.ରାଧିକାଙ୍କୁ ସ୍ୱେଚ୍ଛାକୃତ ଅବସର ଦେଇଛନ୍ତି ରାଜ୍ୟ ସରକାର। ଏକ ମାସ ତଳେ ଅର୍ଥାତ୍‍ ଡିସେମ୍ବର ୩୧ ତାରିଖରେ ବି.ରାଧିକା ସ୍ୱଚ୍ଛାକୃତ ଅମସର ନେବା ଲାଗି ଆବେଦନ କରିଥିଲେ। ଜାନୁଆରୀ ୩୧ ତାରିଖ ବୁଧବାର ରାଜ୍ୟ ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ତାଙ୍କ ଆବେଦନକୁ ଗ୍ରହଣ କରାଯାଇ ତାଙ୍କୁ ସମସ୍ତ ଅବସରକାଳୀନ ସୁବିଧା ପ୍ରଦାନ କରିବାକୁ ରାଜ୍ୟପାଳ ନିର୍ଦ୍ଦଶ ଦେଇଛନ୍ତି।
 
ପଚାଶ ବର୍ଷୀୟ ଶ୍ରୀମତୀ ରାଧିକା ଏବେ ରାଜ୍ୟ ପୁଲିସ ନିଯୁକ୍ତି ବୋର୍ଡ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି। ଏହା ସହ ଏସ୍‍ଏଫ୍‍ଏସ୍‍ଏଲ୍‍ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। କିଛି ମାସ ପୂର୍ବେ ତାଙ୍କର ବରିଷ୍ଠତା ଏବଂ ଜଣେ ମହିଳା ଅଧିକାରୀ ହୋଇଥିବାରୁ ସେ ରାଜ୍ୟର ପରବର୍ତ୍ତୀ ପୁଲିସ ଡିଜି ହେବେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ରାଜ୍ୟ ସରକାର ତାଙ୍କ ଠାରୁ କନିଷ୍ଠ ତଥା ୧୯୯୦ ବ୍ୟାଚ୍‍ ଆଇପିଏସ୍‍ ଅରୁଣ ଷଡ଼ଙ୍ଗୀଙ୍କୁ ଡିଜି ପୁଲିସ ଦାୟିତ୍ୱ ଦେଇଥିଲେ। ଚର୍ଚ୍ଚା ହେଉଛି ଏହାକୁ ଆଖି ଆଗରେ ରଖି ସେ ନିଜ ଚାକରିରୁ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ମନସ୍ଥ କହିଥିଲେ।