Sunabeda Wildlife Sanctuary: ସୁନାବେଡା ଅଭୟାରଣ୍ୟରେ ଆରମ୍ଭ ହେଲା ବାଘ ଗଣନା
Advertisement
Article Detail0/zeeodisha/odisha2043907

Sunabeda Wildlife Sanctuary: ସୁନାବେଡା ଅଭୟାରଣ୍ୟରେ ଆରମ୍ଭ ହେଲା ବାଘ ଗଣନା

Sunabeda Wildlife Sanctuary Tiger Census 2024: ପ୍ରାୟ ୮ ବର୍ଷର ବ୍ୟବଧାନ ପରେ ସୁନାବେଡା ଅଭୟାରଣ୍ୟ ଠାରେ ଆରମ୍ଭ ହୋଇଛି ବାଘ ଗଣନା। ଶେଷ ଥର ପାଇଁ ଗତ ୨୦୧୬ ବର୍ଷରେ ହୋଇଥିଲା ବାଘ ଗଣନା।

Sunabeda Wildlife Sanctuary: ସୁନାବେଡା ଅଭୟାରଣ୍ୟରେ ଆରମ୍ଭ ହେଲା ବାଘ ଗଣନା

Tiger Census started in Sunabeda Wildlife Sanctuary: ନୂଆପଡ଼ା ଜିଲ୍ଲାରେ ଅବସ୍ଥିତ ସୁନାବେଡା ଅଭୟାରଣ୍ୟରେ ପ୍ରାୟ ୮ ବର୍ଷ ପରେ ଆରମ୍ଭ ହୋଇଛି ବାଘ ଗଣନା। ଏଥର ବାଘ ଗଣନା ଲାଗି ସ୍ୱତନ୍ତ୍ର ବୈଜ୍ଞାନିକ ପଦ୍ଧତି ଏବଂ ଟ୍ରାପ୍ କ୍ୟାମେରା ସହାୟତା ନିଆଯାଉଛି। ପ୍ରାୟ ୬୦୦ ବର୍ଗ କିଲୋମିଟର ଅଞ୍ଚଳରେ ମଧ୍ୟରେ ପରିବ୍ୟାପ୍ତ ସୁନାବେଡା ଅଭୟାରଣ୍ୟ ପରିସରରେ ବାଘ ସଂଖ୍ୟା ବଢିଥିବା ନେଇ ଅନୁମାନ କରାଯାଉଛି। ଅଭୟାରଣ୍ୟର ସେହି ସ୍ଥାନରେ ବନ ବିଭାଗ ପକ୍ଷରୁ କ୍ୟାମେରା ଲଗାଯାଇଛି ଯେଉଁଠାରେ ବାଘ ଚଳ ପ୍ରଚଳ କରିଥାଏ। ପାଦ ଚିହ୍ନ ଏବଂ ମଳ ସଂଗ୍ରହ କରି ସୁନାବେଡା ଅଭୟାରଣ୍ୟରେ ବାଘ ଗଣନା କରୁଛି ବନ ବିଭାଗ। 

ଚଳିତ ବର୍ଷ ସୁନାବେଡା ଅଭୟାରଣ୍ୟରେ (Sunabeda Wildlife Sanctuary) ବନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବୈଜ୍ଞାନିକ ପଦ୍ଧତି ଏବଂ ଟ୍ରାପ୍ କ୍ୟାମେରା ସହାୟତାରେ ବାଘ ଗଣନା (Tiger Census started in Sunabeda Wildlife Sanctuary) କରାଯାଉଛି। ହେଲେ ପୂର୍ବରୁ ବାଘ ଗଣନା କରିବା ଲାଗି ବାଘର ପାଦ ଚିହ୍ନକୁ ପ୍ଲାଷ୍ଟର ଅଫ୍ ପ୍ୟାରିସ ଦ୍ୱାରା ସଂଗ୍ରହ କରାଯାଉଥିଲା। ହେଲେ ବର୍ତ୍ତମାାନ ଟ୍ରାପ୍ କ୍ୟାମେରା ମାଧ୍ୟମରେ ବାଘ ପାଦ ଚିହ୍ନର ଫଟୋ ସଂଗ୍ରହ କରାଯାଉଛି। ସୁନାବେଡା ଅଭୟାରଣ୍ୟ ଅଧିନରେ ୩ ରେଞ୍ଜ (Forest Range under Sunabeda Wildlife Sanctuary) କୋମନା, ସୁନାବେଡା ଏବଂ ନୂଆପଡ଼ା ଅବସ୍ଥିତ ରହିଛି। ଏହି ସମସ୍ତ ରେଞ୍ଜ ଅଧିନସ୍ଥ ୧୦ ସେକ୍ସନ (Forest Section under Sunabeda Wildlife Sanctuary) ଠାରେ ପ୍ରାୟ ୮ ବର୍ଷ ପରେ ବନ ବିଭାଗ (Forest Dept started Tiger Census at Sunabeda Wildlife Sanctuary) ପକ୍ଷରୁ କରାଯାଉଛି ବାଘ ଗଣନା। ପ୍ରାୟ ୨୭ ବିଟ ଠାରେ ୨୭ ବନ ବିଭାଗ ଟିମ୍ ବାଘ ଗଣନା କାର୍ଯ୍ୟରେ ନିୟୋଜିତ ହୋଇଛି। ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ସୁନାବେଡା ଅଭୟାରଣ୍ୟରେ ବାଘ ଗଣନା କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖିଛି ବନ ବିଭାଗ (Forest Dept Nuapada Odisha)। 

ଶେଷ ଥର ପାଇଁ ଗତ ୨୦୧୬ ବର୍ଷର ନୁଆପଡା ଜିଲ୍ଲାରେ ଅବସ୍ଥିତ ସୁନାବେଡା ଅଭୟାରଣ୍ୟରେ (Sunabeda Wildlife Sanctuary Nuapada) ହୋଇଥିଲା ବାଘ ଗଣନା (Tiger Census in Sunabeda Wildlife Sanctuary 2016)। ଏହା ପୂର୍ବରୁ ଗତ ୨୦୦୫ ବର୍ଷରେ ହୋଇଥିବା ଗଣନାରେ ସୁନାବେଡା ବନ୍ୟପ୍ରାଣୀ ଅଭୟାରଣ୍ୟରେ ୩୪ ବାଘ ରହିଥିବାର ଜଣାପଡ଼ିଥିଲା। ୨୦୦୫ ପର ଠାରୁ ୨୦୧୬ ପର୍ଯ୍ୟନ୍ତ ଏହି ୧୧ ବର୍ଷର ଅବଧି ମଧ୍ୟରେ ସୁନାବେଡ଼ା ଅଭୟାରଣ୍ୟରେ ମାଓବାଦୀ କାର୍ଯ୍ୟକଳାପ ହୋଇ ପାରିନଥିଲା ବାଘ ଗଣନା। ଗତ ୨୦୦୫ ବର୍ଷରେ ହୋଇଥିବା ଗଣନାରେ ସୁନାବେଡ଼ା ଅଭୟାରଣ୍ୟରେ (Tiger Census in Sunabeda Wildlife Sanctuary 2005) ୩୪ ବାଘ ରହିଥିବାର ଜଣାପଡ଼ିଥିଲା। ହେଲେ ବର୍ତ୍ତମାନ ଏହି ବନ୍ୟପ୍ରାଣୀ ଅଭୟାରଣ୍ୟରେ କେତେ ସଂଖ୍ୟକ ବାଘ ଅଛନ୍ତି ତାହା ଗଣନା (Tiger Census in Sunabeda Wildlife Sanctuary 2024) ପରେ ସ୍ପଷ୍ଟ ହୋଇଯିବ।