Odisha News: ସରକାରୀ କର୍ମଚାରୀଙ୍କୁ ଝଟକା, ଏହି ସବୁ ଦିନ ଗୁଡିକରେ ମିଳିବନି ଛୁଟି
Advertisement
Article Detail0/zeeodisha/odisha1895337

Odisha News: ସରକାରୀ କର୍ମଚାରୀଙ୍କୁ ଝଟକା, ଏହି ସବୁ ଦିନ ଗୁଡିକରେ ମିଳିବନି ଛୁଟି

Odisha News: ଆରମ୍ଭ ହୋଇଛି ପାର୍ବଣ ଋତୁ। ଚଳିତ ବର୍ଷ ଅକ୍ଟୋବର (October 2023) ମାସରେ ସରକାରୀ କର୍ମଚାରୀଙ୍କ (Government Employee) ତିନୋଟି ଛୁଟି ମାଡ଼ ଖାଉଛି । ଦ୍ବିତୀୟ ଓ ଚତୁର୍ଥ ଶନିବାର ଏବଂ ଦ୍ବିତୀୟ ରବିବାର ପଡୁଥିବା ଏହି ଛୁଟି  ଦିବସ ଗୁ଼ଡିକ ମାଡ ଖାଉଯାଉଛି । ପଢନ୍ତୁ ପୂରା ରିପୋର୍ଟ...

ସୌଜନ୍ୟ- ସୋସିଆଲ ମିଡି଼ଆ

Odisha News: ଆରମ୍ଭ ହୋଇଛି ପାର୍ବଣ ଋତୁ। ଚଳିତ ବର୍ଷ ଅକ୍ଟୋବର (October 2023) ମାସରେ ସରକାରୀ କର୍ମଚାରୀଙ୍କ (Government Employee) ତିନୋଟି ଛୁଟି ମାଡ଼ ଖାଉଛି । ଦ୍ବିତୀୟ ଓ ଚତୁର୍ଥ ଶନିବାର ଏବଂ ଦ୍ବିତୀୟ ରବିବାର ପଡୁଥିବା ଏହି ଛୁଟି  ଦିବସ ଗୁ଼ଡିକ ମାଡ ଖାଉଯାଉଥିବା ବେଳେ ଗାନ୍ଧୀ ଜୟନ୍ତୀ ଓ ଦଶହରା ଛୁଟିକୁ ମିଶାଇ ମୋଟ୍ ୪ ଦିନ ଛୁଟି ମିଳିବ । ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ସରକାରୀ ଛୁଟି ଥିବା ବେଳେ ୨୧ ତାରିଖ ମହାସପ୍ତମୀ, ୨୩ ତାରିଖ ମହାନବମୀ  ଓ ୨୪ ତାରିଖ ବିଜୟ ଦଶମୀ  ଛୁଟି ରହିଛି । ସେହିପରି, ମହାଳୟା, ମହାଷ୍ଟମୀ ଓ କୁମାର ପୂର୍ଣ୍ଣିମା ଛୁଟି ମାଡ ଖାଉଛି ।  ମହାଳୟା ୧୪ ତାରିଖ ଦ୍ବିତୀୟ ଶନିବାର ପଡୁଥିବା ବେଳେ ମହାଷ୍ଟମୀ ୨୨ ତାରିଖ ରବିବାର ପଡୁଛି। ଏବଂ କୁମାର ପୂର୍ଣ୍ଣିମା  ୨୮ ତାରିଖରେ  ଚତୁର୍ଥ ଶନିବାର ପଡୁଛି । ଯଦି ଏହି ପର୍ବ ଗୁ଼ଡିକ  ଛୁଟି ଦିନରେ ପଡି ନ ଥାଆନ୍ତା। ତେବେ,ସରକାରୀ କର୍ମଚାରୀଙ୍କୁ ଆଉ ଅଧିକ ତିନି ଦିନ ଛୁଟି ମିଳି ଥାଆନ୍ତା। 

ଆଜିଠୁ ଅକ୍ଟୋବର ମାସ ଆରମ୍ଭ ହୋଇଛି। ଏହି ସମୟରେ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଆରବିଆଇ ଅକ୍ଟୋବର ମାସ ପାଇଁ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ କରିଛି । ଅକ୍ଟୋବର ମାସରେ, ବ୍ୟାଙ୍କଗୁଡିକ ଗୋଟିଏ କିମ୍ବା ଦୁଇ ଦିନ ନୁହେଁ ବରଂ ସମୁଦାୟ ୧୬ ଦିନ ବନ୍ଦ ରହିବ । ଏଗୁଡିକରେ ସପ୍ତାହିକ ଛୁଟି ମଧ୍ୟ ସାମିଲ ରହିଛି । ଏପରି ପରିସ୍ଥିତିରେ, ଯଦି ଆପଣଙ୍କୁ ଆସନ୍ତା ମାସରେ ଶାଖାକୁ ଯାଇ କୌଣସି ବ୍ୟାଙ୍କ କାର୍ଯ୍ୟ କରିବାକୁ ଥାଏ, ତେବେ ଏହା ପୂର୍ବରୁ ନିଶ୍ଚିତ ଭାବରେ ଆରବିଆଇ ଛୁଟି କ୍ୟାଲେଣ୍ଡର ଯାଞ୍ଚ କରନ୍ତୁ । ଅକ୍ଟୋବରରେ ଗାନ୍ଧୀ ଜୟନ୍ତୀ, ମହାଳୟା, ଦୁର୍ଗା ପୂଜା, ନବବ୍ରତୀ, ଦଶହରା, ଲକ୍ଷ୍ମୀ ପୂଜା, ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜୟନ୍ତୀ ଯୋଗୁଁ ଦେଶର ବିଭିନ୍ନ ସ୍ଥାନରେ ବ୍ୟାଙ୍କଗୁଡିକ ୧୬ ଦିନ ବନ୍ଦ ରହିବାକୁ ଯାଉଛି ।

ତେବେ ଆସନ୍ତୁ ଜାଣିବା ଅକ୍ଟୋବର ମାସ ପାଇଁ ଆରବିଆଇ ଦ୍ୱାରା ପ୍ରକାଶିତ ଛୁଟିଦିନର ପୀରା ତାଲିକା (Bank Holidays in October 2023)

୨ ଅକ୍ଟୋବର ୨୦୨୩ (ସୋମବାର) - ଗାନ୍ଧୀ ଜୟନ୍ତୀ 
୧୪ ଅକ୍ଟୋବର ୨୦୨୩ (ଶନିବାର) - ମହାଳୟା-କୋଲକାତାରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।
୧୮ ଅକ୍ଟୋବର ୨୦୨୩ (ବୁଧବାର) - କଟି ବିହୁ - ଆସାମରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।
୨୧ ଅକ୍ଟୋବର ୨୦୨୩ (ଶନିବାର) - ଦୁର୍ଗା ପୂଜା (ମହା ସପ୍ତମି) - ପଶ୍ଚିମବଙ୍ଗ, ତ୍ରିପୁରା, ଆସାମ ଓ ମଣିପୁରରେ ବ୍ୟାଙ୍କଗୁଡିକ ବନ୍ଦ ।
୨୩ ଅକ୍ଟୋବର ୨୦୨୩ (ସୋମବାର) - ମହାନବମୀ, ଆୟୁଧ୍ୟ ପୂଜା, ଦୁର୍ଗା ପୂଜା - ବିହାର, ଝାଡଖଣ୍ଡ, ଆସାମ, ତ୍ରିପୁରା, କର୍ଣ୍ଣାଟକ, ଓଡ଼ିଶା, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ କେରଳରେ ବ୍ୟାଙ୍କ ବନ୍ଦ ରହିବ ।
୨୪ ଅକ୍ଟୋବର ୨୦୨୩ (ମଙ୍ଗଳବାର) - ଦଶହରା ଯଥା ବିଜୟଦଶମୀ, ଦୁର୍ଗା ପୂଜା - ଆନ୍ଧ୍ରପ୍ରଦେଶ, ମଣିପୁର ବ୍ୟତୀତ ସମସ୍ତ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ >
୨୫ ଅକ୍ଟୋବର ୨୦୨୩ (ବୁଧବାର) - ଦୁର୍ଗା ପୂଜା  - ସିକ୍କିମରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।
୨୬ ଅକ୍ଟୋବର ୨୦୨୩ (ଗୁରୁବାର) - ଦୁର୍ଗା ପୂଜା / ମିଶ୍ରଣ ଦିବସ - ଜାମ୍ମୁ କାଶ୍ମୀର ଏବଂ ସିକ୍କିମରେ ବ୍ୟାଙ୍କଗୁଡିକ ବନ୍ଦ ।
୨୭ ଅକ୍ଟୋବର ୨୦୨୩ (ଶୁକ୍ରବାର) - ଦୁର୍ଗା ପୂଜା - ସିକ୍କିମରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।
୨୮ ଅକ୍ଟୋବର ୨୦୨୩ (ଶନିବାର) - ଲକ୍ଷ୍ମୀ ପୂଜା - ପଶ୍ଚିମବଙ୍ଗରେ ବ୍ୟାଙ୍କଗୁଡିକ ବନ୍ଦ ରହିବାକୁ ଯାଉଛି ।
୩୧ ଅକ୍ଟୋବର ୨୦୨୩ (ମଙ୍ଗଳବାର) - ସର୍ଦ୍ଦାର ଭାଲାଭଭାଇ ପଟେଲ ଜୟନ୍ତୀ - ଗୁଜୁରାଟରେ ବ୍ୟାଙ୍କ ବନ୍ଦ ରହିବ ।