Odisha Train Accident: ଜେରା ବେଳେ CBI ହାତରେ ଲାଗିଲା ବଡ଼ ସୁରାଖ୍! ଏହି ତିନି ଅଭିଯୁକ୍ତଙ୍କ ବଢିପାରେ ରିମାଣ୍ତ ଅବଧି
Advertisement
Article Detail0/zeeodisha/odisha1774310

Odisha Train Accident: ଜେରା ବେଳେ CBI ହାତରେ ଲାଗିଲା ବଡ଼ ସୁରାଖ୍! ଏହି ତିନି ଅଭିଯୁକ୍ତଙ୍କ ବଢିପାରେ ରିମାଣ୍ତ ଅବଧି

Odisha Train Accident: ବାହାନଗା ରେଳ ଦୁର୍ଘଟଣାରେ (Odisha Train Accident)ରେ ଗିରଫ ହୋଇଥିବା ତିନି ଅଭିଯୁକ୍ତଙ୍କୁ ରିମାଣ୍ତରେ ନେଇ ଜେରା କରୁଛି ସିବିଆଇ(CBI)। ଏହି ତିନି ଅଭିଯୁକ୍ତଙ୍କୁ ପଚରାଉଚରା ବେଳେ ସିବିଆଇ ଅଧିକାରୀଙ୍କ ହାତରେ ଲାଗିଛି ବଡ ସୁରାଖ୍ ! ଦୁର୍ଘଟଣା ପଛରେ ଏହି ତିନି ଜଣଙ୍କର ହାତ ରହିଛି ବୋଲି ସିବିଆଇ ହାତରେ ଏଭଳି କିଛି ପ୍ରମାଣ ଲାଗିଥିବା କୁହାଯାଉଛି। ପଢନ୍ତୁ ପୂରା ରିପୋର୍ଟ...

ସୌଜନ୍ୟ- ସୋସିଆଲ ମିଡ଼ିଆ

Odisha Train Accident: ବାହାନଗା ରେଳ ଦୁର୍ଘଟଣାରେ (Odisha Train Accident)ରେ ଗିରଫ ହୋଇଥିବା ତିନି ଅଭିଯୁକ୍ତଙ୍କୁ ରିମାଣ୍ତରେ ନେଇ ଜେରା କରୁଛି ସିବିଆଇ(CBI)। ଏହି ତିନି ଅଭିଯୁକ୍ତଙ୍କୁ ପଚରାଉଚରା ବେଳେ ସିବିଆଇ ଅଧିକାରୀଙ୍କ ହାତରେ ଲାଗିଛି ବଡ ସୁରାଖ୍ ! ଦୁର୍ଘଟଣା ପଛରେ ଏହି ତିନି ଜଣଙ୍କର ହାତ ରହିଛି ବୋଲି ସିବିଆଇ ହାତରେ ଏଭଳି କିଛି ପ୍ରମାଣ ଲାଗିଥିବା କୁହାଯାଉଛି। ତିନି ରେଳ ଅଧିକାରୀ ସିଗିନାଲ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ ମହନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମିର ଖାଁ ଓ ଟେକ୍ସିସିଆନ ପପୁ କୁମାରଙ୍କ ରିମାଣ୍ଡ ଅବଧି ଆଜି ଶେଷ ହେଉଛି। କିନ୍ତୁ ସିବିଆଇ ପୁଣି ଥରେ ଏମାନଙ୍କ ରିମାଣ୍ତ ଅବଧି ବୃଦ୍ଧି କରିପାରେ ବୋଲି ଚର୍ଚ୍ଚା ହେଉଛି। 

Also Read:  Horoscope Today 11 July 2023: ଆଜି ବିପଦରେ ପଡ଼ିପାରନ୍ତି ଏହି ୪ ରାଶି! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ମଙ୍ଗଳବାର?

Also Read: Road Accident: ଅଟୋ ଉପରେ ଚଢିଗଲା ଟ୍ୟାଙ୍କର, ଘଟଣାସ୍ଥଳରେ ୧୨ ମୃତ

ଗତକାଲି ଆଉ ଦୁଇ ରେଳ କର୍ମଚାରୀଙ୍କୁ ବାହାନଗାରେ (Bahanaga) ସିବିଆଇର ପଚରାଉଚରା ସନ୍ଦେହ ବଢାଇଛି । ପୂର୍ବରୁ ସମନ କରିଥିବା ଦୁଇ ଅଧିକାରୀଙ୍କୁ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ସିବିଆଇ ଜେରା କରିଥିବା ସୂଚନା ମିଳିଛି । ଏହାବାଦ ଅନ୍ୟ ତିନିଜଣଙ୍କୁ ବି ହାଜର ହେବାକୁ ସମନ କରିଛି ତଦନ୍ତକାରୀ ଦଳ । ସେପଟେ ଆଜି ସିବିଆଇରେ ହାଜର ହୋଇପାରନ୍ତି ଷ୍ଟେସନ ମାଷ୍ଟର । ୧୧ ତାରିଖରେ ହାଜର ହେବାକୁ ପୂର୍ବରୁ ତାଙ୍କୁ ସମନ କରିଥିଲା ସିବିଆଇ। କରମଣ୍ଡଳ ଟ୍ରେନ ଦୁର୍ଘଟଣା ବେଳେ ସିଗନାଲ ଅବ୍ୟବସ୍ଥା ନେଇ ଅବଗତ ଥିଲେ ଷ୍ଟେସନ ମାଷ୍ଟର । କିନ୍ତୁ ସେ ଏସମ୍ପର୍କରେ ସିଗନାଲ ଓ ଟେଲିଗ୍ରାଫ ଷ୍ଟାଫଙ୍କୁ ସୂଚନା ଦେଇନଥିଲେ ।

Also Read: Odisha Train Accident: ବାହାନଗା ଟ୍ରେନ୍ ଦୁର୍ଘଟଣା, ଆଜି ଷ୍ଟେସନ ମାଷ୍ଟରଙ୍କୁ ଘାଣ୍ଟିବ CBI

ସୂଚନା ଅନୁସାରେ, ଶୁକ୍ରବାର ଦିନ  ରେଳବାଇର ସେକ୍ସନ୍ ଇଞ୍ଜିନିୟର ମହମ୍ମଦ ଅମୀର ଖାନ, ସିନିୟର ସେକ୍ସନ୍ ଇଞ୍ଜିନିୟର ଅରୁଣ କୁମାର ମହନ୍ତ ଓ ଟେକ୍ନିସିଆନ୍ ପପୁ କୁମାରଙ୍କୁ ସିବିଆଇ ଶୁକ୍ରବାର ଗିରଫ କରିବା ପରେ ଭୁବନେଶ୍ୱର କାର୍ଯ୍ୟାଳୟକୁ ଆଣିଥିଲା । ସେଠାରେ ପଚରାଉଚରା ପରେ କ୍ୟାପିଟାଲ୍ ହସ୍ପିଟାଲରେ ୩ ଅଭିଯୁକ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ କୋର୍ଟରେ ହାଜର କରାଯାଇଥିଲା । ଜାଣିଶୁଣି ଅପରାଧ ଘଟାଇବା ଓ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ସିବିଆଇ (CBI) ୩ ଜଣଙ୍କୁ ଗିରଫ କରିଛି । ଆଇପିସି ଧାରା ୩୦୪ ଓ ୨୦୧ରେ ୩ ଜଣଙ୍କୁ ସିବିଆଇର ଗିରଫ କରିଥିବା ଜଣାପଡ଼ିଛି । ଜାଣିଶୁଣି ମୃତ୍ୟୁ ମୁହଁକୁ ଠେଲି ଦେବା, ଅପରାଧ ଘଟାଇ ପ୍ରମାଣ ଲୁଚାଇବା ଆଦି ଅଭିଯୋଗରେ ସିବିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏ-ହା ପୂର୍ବରୁ ରେଲୱେ ସେଫ୍ଟିକମିଶନରଙ୍କ ରିପୋର୍ଟ ଆସିଥିବା ବେଳେ ଦୁର୍ଘଟଣା ମନ୍ୟୁଷକୃତ ବୋଲି ରିପୋର୍ଟରେ କୁହାଯାଇଥିଲା । ଟ୍ରେନ୍ ଦୁର୍ଘଟଣାରେ ୩ ଦିନ ମଧ୍ୟରେ ରେଲୱେ ବୋର୍ଡ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ମଧ୍ୟ ଷଡ଼ଯନ୍ତ୍ର ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲା । ତେବେ ଗିରଫ ୩ ଜଣ ହିଁ ଦୁର୍ଘଟଣା ପାଇଁ ଦାୟୀ ନା ଏଥିରେ ଆଉ କାହାରି ସମ୍ପୃକ୍ତି ରହିଛି । ସେନେଇ ସିବିଆଇ ଖୋଳତାଡ଼ ଜାରି ରଖିଛି ।

ସୂଚନା ଅନୁସାରେ, ଜୁନ୍ ୨ ତାରିଖ ରାତି ପ୍ରାୟ ୭ଟା ବେଳେ ବାଲେଶ୍ବର ବାହାନଗା ରୋଡ୍ ଷ୍ଟେସନ ନିକଟରେ ଛିଡ଼ା ହୋଇଥିବା ମାଲବାହୀ ଗାଡ଼ିକୁ ପଛରୁ ଧକ୍କା ଦେଇଥିଲା କରମଣ୍ଡଳ ଏକ୍ସପ୍ରେସ୍ । ମାଲବାହୀକୁ କରମଣ୍ଡଳ ଧକ୍କା ଦେବା ପରେ କିଛି କୋଚ୍ ଅନ୍ୟ ଟ୍ରାକକୁ ଛିଟିକି ପଡ଼ିଥିଲା । ସେହି ସମୟରେ ବିପରୀତ ଦିଗରୁ ଆସୁଥିବା ଯଶୱନ୍ତପୁର-ହାୱଡ଼ା ସୁପରଫାଷ୍ଟ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଭୟଙ୍କର ଦୁର୍ଘଟଣାରେ ୨୯୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାରେରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ଏହି ଘଟଣା ସାରା ଦେଶକୁ ଦୋହଲାଇ ଦେଇଥିଲା। ପରେ ଘଟଣାସ୍ଥଳର ସ୍ଥିତି ପରିଦର୍ଶନ କରିଥିଲେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ରେଳମନ୍ତ୍ରୀ ଅଶ୍ବୀନି ବୈଷ୍ଣବ ।  ଏହି ଦୁର୍ଘଟଣା ପରେ ସିବିଆଇକୁ ମାମଲାର ତଦନ୍ତ ଭାର ଦିଆଯାଇଥିଲା ।