Old Pension Scheme: ପୁରୁଣା ପେନସନ ଉପରେ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କଲେ ଏହି ବଡ଼ ଘୋଷଣା
Advertisement

Old Pension Scheme: ପୁରୁଣା ପେନସନ ଉପରେ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କଲେ ଏହି ବଡ଼ ଘୋଷଣା

Old Pension Scheme: ୨୦୦୪ ମସିହାରେ କେନ୍ଦ୍ର ସରକାର ପୁରୁଣା ପେନସନ୍ ଯୋଜନାକୁ ରଦ୍ଦ କରି ଏହା ବଦଳରେ ଜାତୀୟ ପେନସନ୍ ବ୍ୟବସ୍ଥା ଆରମ୍ଭ କରିଥିଲେ । ଟଳ ବିହାରୀ ବାଜପେୟୀ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ପୁରୁଣା ପେନସନ୍ ଯୋଜନା ରଦ୍ଦ କରାଯାଇଥିଲା । ଆହୁରି ମଧ୍ୟ, ଜାନୁଆରୀ ୨୦୦୪ରୁ ଜାତୀୟ ପେନସନ୍ ସିଷ୍ଟମ୍ ଲାଗୁ କରିବାକୁ ନିଷ୍ପତ୍ତି ହୋଇଥିଲା । 

Old Pension Scheme: ପୁରୁଣା ପେନସନ ଉପରେ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କଲେ ଏହି ବଡ଼ ଘୋଷଣା

Old Pension Scheme: ଦେଶରେ ଲଗାତର ସରକାରୀ କର୍ମଚାରୀ (Government Employees) ଙ୍କ ପାଇଁ ପୁରୁଣା ପେନସନ ଯୋଜନା (OPS) ପୁନଃ ଲାଗୁ କରିବା ଦାବି କରାଯାଉଛି । ଏହି ସମୟରେ କେନ୍ଦ୍ରର ମୋଦି ସରକାର (Modi Govt) ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । କର୍ମଚାରୀଙ୍କ ପେନସନ୍ ସିଷ୍ଟମ (Pension System) ର ସମୀକ୍ଷା ପାଇଁ ଅର୍ଥ ମନ୍ତ୍ରଣାଳୟ ଏକ କମିଟି ଗଠନ କରିଛି । ଅର୍ଥ ସଚିବ ଟିଭି ସୋମନାଥନଙ୍କ ନେତୃତ୍ୱରେ ଏହି କମିଟି ଗଠନ କରାଯାଇଛି । ସରକାରୀ କର୍ମଚାରୀଙ୍କ ପାଇଁ ପ୍ରଯୁଜ୍ୟ ଜାତୀୟ ପେନସନ୍ ସିଷ୍ଟମ୍ (NPS) ର ସଂରଚନାରେ କୌଣସି ପରିବର୍ତ୍ତନ ଆବଶ୍ୟକ କି ନାହିଁ ଏହି କମିଟି ପରାମର୍ଶ ଦେବ ।

ଏନପିଏସ (NPS) ଅଧୀନରେ ଥିବା କର୍ମଚାରୀ (Government Employees Pension) ଙ୍କ ପେନସନ ସୁବିଧାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ କମିଟି ଏହାର ସଂଶୋଧନ ଉପରେ ପରାମର୍ଶ ଦେବ । ଟିଭି ସୋମନାଥନଙ୍କ ନେତୃତ୍ୱରେ ଏହି କମିଟିରେ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (DOPT) ର ସଚିବ, ବ୍ୟୟ ବିଭାଗର ସ୍ୱତନ୍ତ୍ର ସଚିବ ଏବଂ ପେନସନ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ (PFRDA) ର ଚ୍ୟାୟାରମ୍ୟାନ ସଦସ୍ୟ ରହିବେ । କେନ୍ଦ୍ର ଅର୍ଥମନ୍ତ୍ରୀ (Finance Minister) ନିର୍ମଳା ସୀତାରମଣ (Nirmala Sitharaman) ଗତ ମାସରେ କହିଥିଲେ ଯେ ଅର୍ଥ ସଚିବଙ୍କ ନେତୃତ୍ୱରେ ଏକ କମିଟି ସରକାରୀ କର୍ମଚାରୀଙ୍କ ପାଇଁ NPS ଅଧୀନରେ ପେନ୍‌ସନ୍‌ ସମ୍ବନ୍ଧୀୟ (Pension Related) ପ୍ରସଙ୍ଗ ଉପରେ ଦୃଷ୍ଟି ଦେବେ ।

କେନ୍ଦ୍ର ଅର୍ଥମନ୍ତ୍ରୀ (Finance Minister) ନିର୍ମଳା ସୀତାରମଣ (Nirmala Sitharaman) ଙ୍କ ଏହି ଘୋଷଣା ଅଣ-ବିଜେପି ରାଜ୍ୟ ଗୁଡ଼ିକ ଦ୍ୱାରା ପୁରୁଣା ପେନସନ୍ ସ୍କିମ୍ (Old Pension Scheme) ପୁନଃ ଲାଗୁ କରିବା ପରେ ଓ ଅନ୍ୟ କେତେକ ରାଜ୍ୟରେ କର୍ମଚାରୀ ସଂଗଠନ ଏହା ଦାବି କରିବା ପରେ ଆସିଛି । ରାଜସ୍ଥାନ, ଛତିଶଗଡ, ଝାଡ଼ଖଣ୍ଡ, ପଞ୍ଜାବ ଏବଂ ହିମାଚଳ ପ୍ରଦେଶର ରାଜ୍ୟ ସରକାରମାନେ ପୁରୁଣା ପେନସନ୍ ଯୋଜନା (OPS) ପୁନଃ ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇ କେନ୍ଦ୍ରକୁ ସୂଚନା ଦେଇଛନ୍ତି ।

ଏହି ରାଜ୍ୟଗୁଡିକ କେନ୍ଦ୍ର ସରକାରଙ୍କୁ NPS ଅଧୀନରେ ସଂଗୃହୀତ ପାଣ୍ଠିକୁ ଫେରସ୍ତ କରିବାକୁ ଅନୁରୋଧ କରିଛନ୍ତି । ଅର୍ଥ ମନ୍ତ୍ରଣାଳୟ ଗତ ବର୍ଷ ସଂସଦକୁ କହିଥିଲେ ଯେ, ଜାନୁୟାରୀ ୧, ୨୦୦୪ ପରେ ନିଯୁକ୍ତ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ସମ୍ବନ୍ଧରେ OPS ପୁନଃ ଲାଗୁ ପାଇଁ କୌଣସି ପ୍ରସ୍ତାବ ଉପରେ ବିଚାର କରୁନାହିଁ ।

ଏସବୁ ରାଜ୍ୟରେ ହୋଇସାରିଛି ଲାଗୁ

ସୂଚନାଯୋଗ୍ୟ, ହିମାଚଳ ପ୍ରଦେଶ (Himachal Pradesh) ରେ ପୁରୁଣା ପେନସନ ସ୍କିମ୍ ପୁନଃ ଲାଗୁ (OPS Restored) କରାଯାଇଛି । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ (Sukhwinder Singh Sukhu) ଙ୍କ ନେତୃତ୍ୱରେ କଂଗ୍ରେସ ସରକାର (Congress Govt) ରାଜ୍ୟରେ ପୁରୁଣା ପେନସନ ଯୋଜନା (Old Pension Scheme) କୁ ପୁନଃ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି । ୨୦୨୨ ବର୍ଷର ବଜେଟରେ ରାଜସ୍ଥାନ ସରକାର ମଧ୍ୟ ଆଗାମୀ ଆର୍ଥିକ ବର୍ଷରେ ପୁରୁଣା ପେନସନ୍ (Old Pension Scheme) ପୁନଃ ଆରମ୍ଭ କରିବାକୁ ଘୋଷଣା କରିଥିଲେ । ଏହା ସହିତ ଛତିଶଗଡ ରାଜ୍ୟ ସରକାର ମଧ୍ୟ ଏହାକୁ କାର୍ଯ୍ୟକାରୀ କରିଛନ୍ତି । ସେହିପରି ପଞ୍ଜାବ ଓ ଝାରଖଣ୍ଡରେ ମଧ୍ୟ ପୁରୁଣା ପେନସନ ସ୍କିମ୍ ଲାଗୁ କରାଯାଇଛି । ୨୦୦୪ ମସିହାରେ କେନ୍ଦ୍ର ସରକାର ପୁରୁଣା ପେନସନ୍ ଯୋଜନାକୁ ରଦ୍ଦ କରି ଏହା ବଦଳରେ ଜାତୀୟ ପେନସନ୍ ବ୍ୟବସ୍ଥା ଆରମ୍ଭ କରିଥିଲେ ।

ପୁରୁଣା ପେନସନ୍ ଯୋଜନା କ’ଣ?

ଏହି ଯୋଜନାରେ ଅବସର ସମୟରେ ବେତନର ଅଧା ରାଶି କର୍ମଚାରୀଙ୍କୁ ପେନସନ୍ ଭାବରେ ଦିଆଯାଏ । ପୁରୁଣା ପେନସନ ଯୋଜନା ଅଧୀନରେ ଜେନେରାଲ୍ ପ୍ରୋଭିଡେଣ୍ଟ୍ ପାଣ୍ଠି (GPF) ର ବ୍ୟବସ୍ଥା ଦିଆଯାଇଛି । ଏହି ଯୋଜନାରେ କର୍ମଚାରୀଙ୍କୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗ୍ରାଚ୍ୟୁଇଟି ମିଳିବାର ସୁବିଧା ରହିଛି । ପ୍ରତି ଛଅ ମାସ ପରେ ଡିଏ ବୃଦ୍ଧି ହୁଏ । ଏହି ଯୋଜନା ଅଧୀନରେ ପେନସନ ପରିମାଣ ସରକାରଙ୍କ ଭଣ୍ଡାରରୁ ପ୍ରଦାନ କରାଯାଇଥାଏ । ଅବସରପ୍ରାପ୍ତ କର୍ମଚାରୀଙ୍କ ମୃତ୍ୟୁପରେ ତାଙ୍କ ପରିବାର ସଦସ୍ୟ ନିୟମ ଅନୁଯାୟୀ ପେନସନ୍ ରାଶି ପାଇଥାନ୍ତି । ଏହି ଯୋଜନାରେ କର୍ମଚାରୀଙ୍କ ବେତନରୁ କୌଣସି ରାଶି କଟାଯାଏ ନାହିଁ ।

fallback

ନୂତନ ପେନସନ ଯୋଜନା କ’ଣ?

ନୂତନ ପେନସନ ଯୋଜନା ବେସିକ୍ ବେତନ ଓ ଡିଏର ୧୦ ପ୍ରତିଶତ ଅଂଶ କଟାଇଥାଏ । ଜାତୀୟ ପେନସନ୍ ସ୍କିମ୍ (NPS) ସମ୍ପୁର୍ଣ୍ଣ ଭାବରେ ଷ୍ଟକ୍ ମାର୍କେଟର ଗତିବିଧି ଉପରେ ଆଧାରିତ । ଏଥିରେ ୬୦ ବର୍ଷ ପରେ ପେନସନ ପାଇବାକୁ ହେଲେ NPS ପାଣ୍ଠିର ୪୦ ପ୍ରତିଶତ ନିବେଶ କରିବାକୁ ପଡ଼ିଥାଏ । ଅର୍ଥାତ୍ ଆପଣଙ୍କ ୬୦ ପ୍ରତିଶତ ଅର୍ଥରୁ ପେନସନ ମିଳିଥାଏ । ଏହି ଯୋଜନାରେ ଅବସର ପରେ ପେନସନର କୌଣସି ଗ୍ୟାରେଣ୍ଟି ନାହିଁ । କିମ୍ବା ସମ୍ପର୍କୀୟଙ୍କ ପାଇଁ କୌଣସି ସୁବିଧା ନାହିଁ । ଏଥିରେ DA ବୃଦ୍ଧି ପାଇଁ କୌଣସି ବ୍ୟବସ୍ଥା ନାହିଁ ।

ଅଧିକ ପଢ଼ନ୍ତୁ-ଝିଅଙ୍କୁ ଆଦୌ ପସନ୍ଦ ହୋଇ ନଥାଏ ପୁଅଙ୍କର ଏହି ୫ଟି ଗୁଣ, ଦେଖିବା ମାତ୍ର ଦୂରକୁ ପଳାନ୍ତି

ଅଧିକ ପଢ଼ନ୍ତୁ-ଏପ୍ରିଲରେ ବୁଡ଼ିଯିବ ଏହି ୪ଟି ରାଶିର ଭାଗ୍ୟର ତାରା, ଚାକିରି-ବ୍ୟବସାୟରେ ହେବ ବହୁତ କ୍ଷତି!

ଅଧିକ ପଢ଼ନ୍ତୁ-କର୍ମଚାରୀଙ୍କ ପାଇଁ ବଡ଼ ଖବର; ମୁଖ୍ୟମନ୍ତ୍ରୀ ଦେଲେ ସଂକେତ, ଅବସର ବୟସରେ ହେବ ୨ ବର୍ଷର ବୃଦ୍ଧି!

ଆପଣଙ୍କୁ କହି ରଖୁଛୁ ଯେ, ଅଟଳ ବିହାରୀ ବାଜପେୟୀ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ପୁରୁଣା ପେନସନ୍ ସ୍କିମ୍ (OPS) ରଦ୍ଦ କରାଯାଇଥିଲା । ଆହୁରି ମଧ୍ୟ, ଜାନୁଆରୀ ୨୦୦୪ରୁ ଜାତୀୟ ପେନସନ୍ ସିଷ୍ଟମ୍ (NPS) ଲାଗୁ କରିବାକୁ ନିଷ୍ପତ୍ତି ହୋଇଥିଲା । ପ୍ରକୃତରେ NPS ହେଉଛି ଏକ ଅବଦାନ ଆଧାରିତ ପେନସନ୍ ସ୍କିମ୍ ଓ ଏଥିରେ ମହଙ୍ଗା ଭତ୍ତାର କୌଣସି ବ୍ୟବସ୍ଥା ନାହିଁ ।