Old Pension Scheme: ପୁରୁଣା ପେନସନ ସ୍କିମକୁ ନେଇ ଆସିଲା ବଡ଼ ଖବର, ଏଣିକି କେବେ ବି ଲାଗୁ ହେବନି ଏହି ଯୋଜନା!
Advertisement

Old Pension Scheme: ପୁରୁଣା ପେନସନ ସ୍କିମକୁ ନେଇ ଆସିଲା ବଡ଼ ଖବର, ଏଣିକି କେବେ ବି ଲାଗୁ ହେବନି ଏହି ଯୋଜନା!

Old Pension Scheme: ହିମାଚଳ ପ୍ରଦେଶରେ ପୁରୁଣା ପେନସନ ସ୍କିମ୍ ପୁନଃ ଲାଗୁ କରାଯାଇଛି । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କ ନେତୃତ୍ୱରେ କଂଗ୍ରେସ ସରକାର ରାଜ୍ୟରେ ପୁରୁଣା ପେନସନ ଯୋଜନାକୁ ପୁନଃ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି । ୨୦୨୨ ବର୍ଷର ବଜେଟରେ ରାଜସ୍ଥାନ ସରକାର ମଧ୍ୟ ଆଗାମୀ ଆର୍ଥିକ ବର୍ଷରେ ପୁରୁଣା ପେନସନ୍ ପୁନଃ ଆରମ୍ଭ କରିବାକୁ ଘୋଷଣା କରିଥିଲେ । 

Old Pension Scheme: ପୁରୁଣା ପେନସନ ସ୍କିମକୁ ନେଇ ଆସିଲା ବଡ଼ ଖବର, ଏଣିକି କେବେ ବି ଲାଗୁ ହେବନି ଏହି ଯୋଜନା!

Old Pension Scheme: ପୁରୁଣା ପେନସନ୍ ସ୍କିମ (OPS) କୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଛି । ଏହି ଯୋଜନା (Old Pension Scheme) କୁ ପୁଣି ଲାଗୁ କରିବାକୁ ନେଇ ସରକାରୀ କର୍ମଚାରୀମାନେ ଦାବି କରୁଛନ୍ତି । ଏହା ଏକ ପୁରାତନ ପ୍ରସଙ୍ଗ ରହିଆସିଛି । ଗତ କିଛିବର୍ଷ ଧରି ବିଭିନ୍ନ ରାଜ୍ୟ ସରକାର ଏହି ପ୍ରସଙ୍ଗରେ ରାଜନୀତି କରିଆସୁଛନ୍ତି । ଆରବିଆଇର ପୂର୍ବତନ ଗଭର୍ଣ୍ଣର (Former RBI Governor) ରଘୁରାମ ରାଜନ ଏ ବିଷୟରେ ଅନେକ କିଛି କହିଛନ୍ତି । ପୁରୁଣା ପେନ୍‌ସନ୍‌ ସ୍କିମ୍‌ (OPS) କୁ ପୁନଃ ଲାଗୁ କରିବା ପାଇଁ କେତେକ ରାଜ୍ୟର ନିଷ୍ପତ୍ତିକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ପୂର୍ବତନ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଗଭର୍ଣ୍ଣର ରଘୁରାମ ରାଜନ (Raghuram Rajan) । 

ରଘୁରାମ ରାଜନ (Raghuram Rajan) କହିଛନ୍ତି ଯେ, "ସରକାରୀ ପେନସନଭୋଗୀ (Government Pensioners) ଙ୍କ ସମସ୍ୟା ସମାଧାନ ପାଇଁ କିଛି କମ୍ ଖର୍ଚ୍ଚ ଉପାୟ ବାହାର କରିବା ଆବଶ୍ୟକ । ପୁରୁଣା ପେନସନ ସ୍କିମ୍ (OPS) ବର୍ତ୍ତମାନର ବେତନ ସହିତ ଜଡିତ ଥିବାରୁ ଭବିଷ୍ୟତର ଏକ ବଡ଼ ଖର୍ଚ୍ଚ ଅନ୍ତର୍ଭୁକ୍ତ ହୋଇଥାଏ । ନିକଟ ଭବିଷ୍ୟତରେ ଏହା ହୋଇନପାରେ । କିନ୍ତୁ ଦୀର୍ଘ ଅବଧିରେ ଏହା ଏକ ବଡ଼ ଖର୍ଚ୍ଚର ଦାୟିତ୍ୱ ହେବ ।" ଆପଣଙ୍କୁ କହି ରଖୁଛୁ ଯେ, ରଘୁରାମ ରାଜନ ବର୍ତ୍ତମାନ ଚିକାଗୋ ବିଶ୍ୱବିଦ୍ୟାଳୟ ସହିତ ଜଡିତ ଅଛନ୍ତି ।

ସେ (Raghuram Rajan) ଆଗକୁ କହିଛନ୍ତି ଯେ, "ମୁଁ ଯେତେ ଦୂର ବୁଝିଛି, ପୁରୁଣା ପେନସନ ଯୋଜନାକୁ ପୁନଃ ଫେରାଇବା ଉଭୟ ବୈଷୟିକ ଓ ଆଇନଗତ ଭାବରେ ବ୍ୟବହାରିକ ହେବ ନାହିଁ । ଯେଉଁ କାରଣରୁ ଏପରି ପଦକ୍ଷେପ ନେବାକୁ ପଡ଼ୁଛି, ସେହି ଚିନ୍ତାର ସମାଧାନ କରିବା ପାଇଁ କମ୍ ଖର୍ଚ୍ଚର  ଉପାୟ ମଧ୍ୟ ଥାଇପାରେ ।" ଏକ ବଡ଼ ପଦକ୍ଷେପ ଭାବରେ ପୁରୁଣା ପେନସନ ଯୋଜନା ଚୟନ କରିବାକୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଏକ ମନୋନୀତ ଗ୍ରୁପକୁ ୱାନ୍ ଟାଇମ୍ ବିକଳ୍ପ ଦିଆଯାଇଛି । ଓପିଏସ୍ ଅଧୀନରେ କର୍ମଚାରୀମାନେ ଏକ ନିର୍ଦ୍ଦିଷ୍ଟ ରାଶିର ପେନସନ ପାଆନ୍ତି । ଜଣେ କର୍ମଚାରୀ ପେନସନ ଭାବରେ ପ୍ରାପ୍ତ ଶେଷ ବେତନର ୫୦ ପ୍ରତିଶତ ପାଇବାକୁ ହକଦାର ହୋଇଥାଏ ।

ସୂଚନାଯୋଗ୍ୟ, ହିମାଚଳ ପ୍ରଦେଶ (Himachal Pradesh) ରେ ପୁରୁଣା ପେନସନ ସ୍କିମ୍ ପୁନଃ ଲାଗୁ (OPS Restored) କରାଯାଇଛି । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ (Sukhwinder Singh Sukhu) ଙ୍କ ନେତୃତ୍ୱରେ କଂଗ୍ରେସ ସରକାର (Congress Govt) ରାଜ୍ୟରେ ପୁରୁଣା ପେନସନ ଯୋଜନା (Old Pension Scheme) କୁ ପୁନଃ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି । ୨୦୨୨ ବର୍ଷର ବଜେଟରେ ରାଜସ୍ଥାନ ସରକାର ମଧ୍ୟ ଆଗାମୀ ଆର୍ଥିକ ବର୍ଷରେ ପୁରୁଣା ପେନସନ୍ (Old Pension Scheme) ପୁନଃ ଆରମ୍ଭ କରିବାକୁ ଘୋଷଣା କରିଥିଲେ । ଏହା ସହିତ ଛତିଶଗଡ ରାଜ୍ୟ ସରକାର ମଧ୍ୟ ଏହାକୁ କାର୍ଯ୍ୟକାରୀ କରିଛନ୍ତି । ୨୦୦୪ ମସିହାରେ କେନ୍ଦ୍ର ସରକାର ପୁରୁଣା ପେନସନ୍ ଯୋଜନାକୁ ରଦ୍ଦ କରି ଏହା ବଦଳରେ ଜାତୀୟ ପେନସନ୍ ବ୍ୟବସ୍ଥା (NPS) ଆରମ୍ଭ କରିଥିଲେ ।

ଅଧିକ ପଢ଼ନ୍ତୁ:-ଇନ୍ଦୋର ପିଚକୁ ନେଇ ପୁଣି ଥରେ ବବାଲ; BCCI ମୁଣ୍ଡରେ ଦୋଷ ଲଦିଲା MPCA, ବର୍ତ୍ତମାନ ICCରେ ମଧ୍ୟ କରିବ ଚ୍ୟାଲେଞ୍ଜ

ଅଧିକ ପଢ଼ନ୍ତୁ:-ହୋଲିରେ ମିଳିଲା ଖୁସି ଖବର! ସରକାରୀ କର୍ମଚାରୀଙ୍କ ଅବସର ବୟସରେ ୨ ବର୍ଷ ବୃଦ୍ଧି

ଅଧିକ ପଢ଼ନ୍ତୁ:-ପୁଟିନଙ୍କ ସବୁଠାରୁ ପ୍ରିୟ କମାଣ୍ଡରଙ୍କୁ ଦିଆଗଲା ବିଷ! ୟୁକ୍ରେନକୁ ବିଶ୍ୱ ମାନଚିତ୍ରରୁ ପୋଛି ଦେବାକୁ ଦେଇଥିଲେ ଧମକ

 

ପୁରୁଣା ପେନସନ୍ ଯୋଜନା କ’ଣ?

ଏହି ଯୋଜନାରେ ଅବସର ସମୟରେ ବେତନର ଅଧା ରାଶି କର୍ମଚାରୀଙ୍କୁ ପେନସନ୍ ଭାବରେ ଦିଆଯାଏ । ପୁରୁଣା ପେନସନ ଯୋଜନା ଅଧୀନରେ ଜେନେରାଲ୍ ପ୍ରୋଭିଡେଣ୍ଟ୍ ପାଣ୍ଠି (GPF) ର ବ୍ୟବସ୍ଥା ଦିଆଯାଇଛି । ଏହି ଯୋଜନାରେ କର୍ମଚାରୀଙ୍କୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗ୍ରାଚ୍ୟୁଇଟି ମିଳିବାର ସୁବିଧା ରହିଛି । ପ୍ରତି ଛଅ ମାସ ପରେ ଡିଏ ବୃଦ୍ଧି ହୁଏ । ଏହି ଯୋଜନା ଅଧୀନରେ ପେନସନ ପରିମାଣ ସରକାରଙ୍କ ରାଜ କୋଷରୁ ପ୍ରଦାନ କରାଯାଇଥାଏ । ଅବସରପ୍ରାପ୍ତ କର୍ମଚାରୀଙ୍କ ମୃତ୍ୟୁପରେ ତାଙ୍କ ପରିବାର ସଦସ୍ୟ ନିୟମ ଅନୁଯାୟୀ ପେନସନ୍ ରାଶି ପାଇଥାନ୍ତି । ଏହି ଯୋଜନାରେ କର୍ମଚାରୀଙ୍କ ବେତନରୁ କୌଣସି ରାଶି କଟାଯାଏ ନାହିଁ ।

ଆପଣଙ୍କୁ କହି ରଖୁଛୁ ଯେ, ଅଟଳ ବିହାରୀ ବାଜପେୟୀ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ପୁରୁଣା ପେନସନ୍ ସ୍କିମ୍ (OPS) ରଦ୍ଦ କରାଯାଇଥିଲା । ଆହୁରି ମଧ୍ୟ, ଜାନୁଆରୀ ୨୦୦୪ରୁ ଜାତୀୟ ପେନସନ୍ ସିଷ୍ଟମ୍ (NPS) ଲାଗୁ କରିବାକୁ ନିଷ୍ପତ୍ତି ହୋଇଥିଲା । ପ୍ରକୃତରେ NPS ହେଉଛି ଏକ ଅବଦାନ ଆଧାରିତ ପେନସନ୍ ସ୍କିମ୍ ଓ ଏଥିରେ ମହଙ୍ଗା ଭତ୍ତାର କୌଣସି ବ୍ୟବସ୍ଥା ନାହିଁ ।