Ambressh Murty Death: ପିପରଫ୍ରାଇ ସହ ପ୍ରତିଷ୍ଠାତା ଅମ୍ବରୀଶ ମୂର୍ତ୍ତୀଙ୍କ ଦେହାନ୍ତ, ଗତକାଲି ପୋଷ୍ଟ କରିଥିଲେ ଇନଷ୍ଟା ଭିଡିଓ
Advertisement
Article Detail0/zeeodisha/odisha1815453

Ambressh Murty Death: ପିପରଫ୍ରାଇ ସହ ପ୍ରତିଷ୍ଠାତା ଅମ୍ବରୀଶ ମୂର୍ତ୍ତୀଙ୍କ ଦେହାନ୍ତ, ଗତକାଲି ପୋଷ୍ଟ କରିଥିଲେ ଇନଷ୍ଟା ଭିଡିଓ

Pepperfry CEO Ambrish Murthy: ଲେହ ଠାରେ ହୃଦଘାତରେ ପ୍ରାଣ ହରାଇଛନ୍ତି ଅନ୍‌ଲାଇନ୍ ଫର୍ଣ୍ଣିଚର କମ୍ପାନୀ ପିପରଫ୍ରାଇ ସହ-ପ୍ରତିଷ୍ଠାତା ତଥା ସିଇଓ ଅମ୍ବରୀଶ ମୂର୍ତ୍ତୀ।

Ambressh Murty Death: ପିପରଫ୍ରାଇ ସହ ପ୍ରତିଷ୍ଠାତା ଅମ୍ବରୀଶ ମୂର୍ତ୍ତୀଙ୍କ ଦେହାନ୍ତ, ଗତକାଲି ପୋଷ୍ଟ କରିଥିଲେ ଇନଷ୍ଟା ଭିଡିଓ

Pepperfry Cofounder Ambrish Murthy Death: ଅନ୍‌ଲାଇନ୍ ଫର୍ଣ୍ଣିଚର କମ୍ପାନୀ ପିପରଫ୍ରାଇ ସହ-ପ୍ରତିଷ୍ଠାତା ତଥା ସିଇଓ ଅମ୍ବରୀଶ ମୂର୍ତ୍ତୀଙ୍କ ହୃଦଘାତ ହେତୁ ଦେହାନ୍ତ ହୋଇଛି। ୫୧ ବର୍ଷୀୟ ଅମ୍ବରୀଶ ମୃତ୍ୟୁ ସମୟରେ ଲେହ ଠାରେ ଥିଲେ। ଅଗଷ୍ଟ ୭ ତାରିଖରେ ସେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ମାଧ୍ୟମରେ ଲେହ ଠାରେ ଏକ ଭିଡିଓ ମଧ୍ୟ ସେୟାର କରିଥିଲେ। ତାଙ୍କର ଜଣେ ବନ୍ଧୁ ଟ୍ୱିଟ (ବର୍ତ୍ତମାନ X) କରି ଏହି ଖବରକୁ ନିଶ୍ଚିତ କରିଛନ୍ତି। ଅମ୍ବରୀଶ ମୂର୍ତ୍ତୀ ଗତ ୨୦୧୧ ବର୍ଷରେ ନିଜର ଜଣେ ବନ୍ଧୁଙ୍କ ସହ ପିପରଫ୍ରାଇ ପ୍ରତିଷ୍ଠା କରିଥିଲେ।

ଅମ୍ବରୀଶ ମୂର୍ତ୍ତୀଙ୍କ (Ambressh Murty) ବନ୍ଧୁ ଆଶିଷ ଶାହ ଟ୍ୱିଟ କରି କହିଛନ୍ତି ଯେ, "ମୁଁ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛି, ମୋର ବନ୍ଧୁ, ପରାମର୍ଶଦାତା, ଭାଇ, ପ୍ରାଣକର୍ମୀ ଅମ୍ବରୀଶ ମୂର୍ତ୍ତୀ ଆଉ ନାହାଁନ୍ତି। ଗତକାଲି ରାତିରେ (ଅଗଷ୍ଟ ୭) ହୃଦଘାତ ହେତୁ ତାଙ୍କର ଦେହାନ୍ତ ହୋଇଛି। ଦୟାକରି ତାଙ୍କ ପାଇଁ ପ୍ରାର୍ଥନା କରନ୍ତୁ। " ପିପରଫ୍ରାଇ ସିଇଓ ଅମ୍ବରୀଶ ମୂର୍ତ୍ତୀ (Pepperfry CEO Ambrish Murthy) ମୋଟର ସାଇକେଲ ଚଳାଇବାକୁ ବହୁତ ଭଲ ପାଉଥିଲେ। ବାଇକ୍ ଯୋଗେ ସେ ଅନେକ ମୁମ୍ବାଇ ଠାରୁ ଲେହ (Mumbai Leh Distance) ପର୍ଯ୍ୟନ୍ତ ଦୂରତା ଅତିକ୍ରମ କରିଥିଲେ। ତାଙ୍କ ଦେହାନ୍ତ ଖବର ଶୁଣି ସୋସିଆଲ ମିଡିଆ ଜଗତରେ ତାଙ୍କ ଶୁଭେଚ୍ଛୁଙ୍କ ଠାରୁ ସମବେଦନା ବାର୍ତ୍ତା ଛୁଟି ଆସିଥିଲା।

ଡିଟିୟୁ ଏବଂ ଆଇଆଇଏମ ଛାତ୍ର ଥିଲେ  ଅମ୍ବରୀଶ ମୂର୍ତ୍ତୀ
ଅମ୍ବରୀଶ ମୂର୍ତ୍ତୀ ୧୯୯୪ ମସିହାରେ ଦିଲ୍ଲୀ କଲେଜ ଅଫ୍ ଇଞ୍ଜିନିୟରିଂ (Delhi College of Engineering) ବର୍ତ୍ତମାନ ଡିଟିୟୁ (DTU) ଠାରେ ସିଭିଲ୍ ଇଞ୍ଜିନିୟରିଂ (Civil Engineering) କ୍ଷେତ୍ରରେ ତାଙ୍କର ବିଇ ଡିଗ୍ରୀ (BE Degree) ହାସଲ କରିଥିଲେ। ସେ ଆଇଆଇଏମ୍ କଲିକତା (IIM Calcutta) ୧୯୯୬ ବ୍ୟାଚ୍ ଛାତ୍ର ଥିଲେ। ସେ ଇତିହାସ ପଢିବାକୁ ବହୁତ ଆଗ୍ରହୀ ଥିଲେ। ସେ ଛୋଟ ବ୍ଲଗ ମଧ୍ୟ ତିଆରି କରୁଥିଲେ। ଆପଣ ତାଙ୍କର ଅନେକ ଇନଷ୍ଟାଗ୍ରାମ ଭିଡିଓ (Ambressh Murty Insta Video) ଦେଖିପାରିବେ।

ପିପରଫ୍ରାଇ ପୂର୍ବରୁ ମଧ୍ୟ ଆରମ୍ଭ କରିଥିଲେ ବ୍ୟବସାୟ 
ଯେତେବେଳେ ସେ କଲେଜ ପଢୁଥିଲେ, ସେତେବେଳେ ସେ କିଛି ପିଲାଙ୍କୁ ଟ୍ୟୁସନ ଶିକ୍ଷା ଦେବା ଆରମ୍ଭ କରିଥିଲେ। ଏଠାରୁ ସେ ଏକ ଷ୍ଟାର୍ଟଅପ୍ (Ambressh Murty Startup) ଧାରଣା ପାଇଲେ। ସେ ଟ୍ୟୁଟର୍ସ ବ୍ୟୁରୋ (Tutors Bureau) ଆରମ୍ଭ କରିଥିଲେ। ଯାହା ଟ୍ୟୁସନ ଖୋଜୁଥିବା ସ୍କୁଲ ପିଲାଙ୍କୁ ଶିକ୍ଷକଙ୍କ ପର୍ଯ୍ୟନ୍ତ ପହଞ୍ଚାଉଥିଲା। ଗତ ୯୦ ଦଶକର ଆରମ୍ଭରେ ସେ ଏହାକୁ ଦୁଇ ବର୍ଷ ଧରି ପରିଚାଳନା କରିଥିଲେ। ଅବଶ୍ୟ, ତାଙ୍କର ମୁଖ୍ୟ ଉଦ୍ୟମ  ପିପରଫ୍ରାଇ (Pepperfry Furniture Company) ୨୦୧୧ ବର୍ଷରେ ବାସ୍ତବ ରୂପ ନେଇଥିଲା। ବର୍ତ୍ତମାନ ପିପରଫ୍ରାଇ ବଜାର ମୂଲ୍ୟ (Pepperfry Market Price) ହେଉଛି ୫୦ କୋଟି ଡଲାର। ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ହେଉଛି ୪୧,୩୯,୬୩,୫୦,୦୦୦.୦୦। ଗତ ୨୦୨୦ ପର୍ଯ୍ୟନ୍ତ ସେ ୮ ଫଣ୍ଡିଂ ରାଉଣ୍ଡ ମାଧ୍ୟମରେ ୨୪.୪ କୋଟି ଡଲାର ସଂଗ୍ରହ କରିଛନ୍ତି। ଯାହାର ମୂଲ୍ୟ ଭାରତୀୟ ମୁଦ୍ରାରେ ହେଉଛି ୨୦,୨୦,୧୧,୫୦,୪୦୦.୦୦। ତାଙ୍କ ନିବେଶକ ଗୋଲ୍ଡମ୍ୟାନ୍ ସାକ୍ସ ଏବଂ ବର୍ଟେଲ୍ସମ୍ୟାନ୍ ଇଣ୍ଡିଆ ପରି ଭେଟେରାନ୍ ନିବେଶକଙ୍କୁ ଅନ୍ତର୍ଭୂକ୍ତ କରିଛନ୍ତି।