NITI Aayog Report 2023: ଦ୍ରାରିଦ୍ୟ ସୀମାରେଖାରୁ ବାହାରିଲେ ୬୨ ଲକ୍ଷ, ତଥାପି ହଟିନାହିଁ ଗରିବୀ
Advertisement
Article Detail0/zeeodisha/odisha1785330

NITI Aayog Report 2023: ଦ୍ରାରିଦ୍ୟ ସୀମାରେଖାରୁ ବାହାରିଲେ ୬୨ ଲକ୍ଷ, ତଥାପି ହଟିନାହିଁ ଗରିବୀ

NITI Aayog Report on Poverty: ବିଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ପ୍ରାୟ ୬୨ ଲକ୍ଷ ୬୨ ହଜାର ଲୋକ ଦ୍ରାରିଦ୍ୟ ସୀମାରେଖାରୁ ବାହାରିଛନ୍ତି। ହେଲେ ଦେଶର ଗରିବ ରାଜ୍ୟ ତାଲିକାରେ ଓଡ଼ିଶା ଅଷ୍ଟମ ସ୍ଥାନରେ ରହିଛି।

NITI Aayog Report 2023: ଦ୍ରାରିଦ୍ୟ ସୀମାରେଖାରୁ ବାହାରିଲେ ୬୨ ଲକ୍ଷ, ତଥାପି ହଟିନାହିଁ ଗରିବୀ

National Multidimensional Poverty Index: ଦେଶର ଗରିବ ରାଜ୍ୟ ତାଲିକାରେ ନବମ ସ୍ଥାନରୁ ଉଠି ଅଷ୍ଟମ ସ୍ଥାନରେ ପହଞ୍ଚିଛି ଓଡ଼ିଶା। ଗତ ୨୦୨୧ ବର୍ଷରେ ପ୍ରକାଶିତ ନୀତି ଆୟୋଗ ରିପୋର୍ଟ ରାଜ୍ୟର ଦ୍ରାରିଦ୍ୟ ସମ୍ପର୍କରେ ଦର୍ଶାଇଛି। ପୂର୍ବରୁ ଗରିବ ରାଜ୍ୟ ତାଲିକାରେ ଓଡ଼ିଶା ନବମ ସ୍ଥାନରେ ରହିଥିଲା। ରାଜ୍ୟରେ ପ୍ରାୟ ୬୨ ଲକ୍ଷ ଲୋକ ଦ୍ରାରିଦ୍ୟ ସୀମାରେଖାରୁ ବାହାରିଥିବାର ଜଣାପଡ଼ିଛି।  

ଜୁଲାଇ ୧୭ ତାରିଖ ନୂଆଦିଲ୍ଲୀ ଠାରେ ନୀତି ଆୟୋଗ ପକ୍ଷରୁ ପ୍ରକାଶିତ (NITI Aayog Report 2023) "ଜାତୀୟ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ: ଏକ ପ୍ରଗତି ସମୀକ୍ଷା ୨୦୨୩" (National Multidimensional Poverty Index: A Progress of Review 2023) ରିପୋର୍ଟ ମାଧ୍ୟମରେ ଏହି ତଥ୍ୟ ସାମ୍ନାକୁ ଆସିଛି।

ବିଗତ ୫ ବର୍ଷ ମଧ୍ୟରେ ଓଡ଼ିଶାରେ ପ୍ରାୟ ୬୨ ଲକ୍ଷ ୬୨ ହଜାର ଲୋକ ଦ୍ରାରିଦ୍ୟ ସୀମାରେଖାରୁ ବାହାରିଛନ୍ତି। ଦାରିଦ୍ର୍ୟତା ଦୂରେଇ ଯାଇଥିଲେ ମଧ୍ୟ ରାଜ୍ୟର ସ୍ଥିତି କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ଗତ ୨୦୨୧ ବର୍ଷରେ ନୀତି ଆୟୋଗ ପକ୍ଷରୁ (NITI Aayog Report 2021) ପ୍ରକାଶିତ ଜାତୀୟ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କରେ (National Multidimensional Poverty Index) ବିହାର, ଝାଡଖଣ୍ଡ, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ମେଘାଳୟ, ଆସାମ, ଛତିଶଗଡ ଏବଂ ରାଜସ୍ଥାନ ପରେ ଓଡିଶା ଦେଶର ନବମ ଗରିବ ରାଜ୍ୟ (Poorest State in India) ରହିଥିଲା।

ହେଲେ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର ଗରିବ ରାଜ୍ୟ ତାଲିକାରେ ଓଡ଼ିଶା ଅଷ୍ଟମ ସ୍ଥାନରେ ରହିଛି। ଗରିବ ରାଜ୍ୟ ତାଲିକାରେ ବିହାର, ଝାଡଖଣ୍ଡ, ମେଘାଳୟ, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ଆସାମ ଯଥାକ୍ରମେ ପ୍ରଥମ ସ୍ଥାନରୁ ସପ୍ତମ ସ୍ଥାନରେ ରହିଛନ୍ତି। ମାଲକାନଗିରି ଓଡ଼ିଶାର ସବୁଠାରୁ (Poorest District of Odisha Malkangiri) ଗରିବ ଜିଲ୍ଲା ବୋଲି ଜଣାପଡ଼ିଛି। ଏହା ସହିତ ଓଡ଼ିଶାରେ ଦାରିଦ୍ର୍ୟ ହାର (Poverty Rate in Odisha) ୧୫.୬୮ ପ୍ରତିଶତ ରହିଛି। ଯେଉଁଠି ଦେଶର ଜାତୀୟ ଦାରିଦ୍ର୍ୟ ହାର ୧୪.୯୬ ପ୍ରତିଶତ ରହିଛି। ଏହା ସହିତ ୨୦୨୧ ବର୍ଷରେ ପ୍ରକାଶିତ ରିପୋର୍ଟ ଅନୁସାରେ ଅଷ୍ଟମ ସ୍ଥାନରେ ଥିବା ରାଜସ୍ଥାନ ବର୍ତ୍ତମାନ ଗରିବ ରାଜ୍ୟ ତାଲିକାରେ ଦଶମ ସ୍ଥାନରେ ରହିଛି।

କେନ୍ଦ୍ର ସରକାରଙ୍କ ଥିଙ୍କ ଟ୍ୟାଙ୍କ ଭାଇସ ଚେୟାରମ୍ୟାନ୍ ସୁମନ ବେରୀଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ ୨୦୧୫-୧୬ ବର୍ଷରୁ ୨୦୧୯-୨୧ ମଧ୍ୟରେ ଦେଶରେ ପ୍ରାୟ ୧୩.୫ କୋଟି ଲୋକ ବହୁମୁଖୀ ଦାରିଦ୍ର୍ୟ ସୀମାରେଖରୁ ବାହାରିଛନ୍ତି। ଭାରତ ବର୍ଷରେ ବହୁମୁଖୀ ଦାରିଦ୍ର ସୀମା ରେଖା (Multidimensional Poverty Line) ତଳେ ବସବାସ କରୁଥିବା ଲୋକଙ୍କ ସଂଖ୍ୟା ୨୪.୮୫ ପ୍ରତିଶତରୁ ୧୪.୯୬ ପ୍ରତିଶତକୁ ହ୍ରାସ ପାଇଛି।

ଏହି ରିପୋର୍ଟ ମାଧ୍ୟମରେ ଆହୁରି ମଧ୍ୟ କୁହାଯାଇଛି ଯେ ବହୁମୁଖୀ ଗରିବ ଅନୁପାତ ଉତ୍ତର ପ୍ରଦେଶ, ବିହାର, ମଧ୍ୟ ପ୍ରଦେଶ, ଓଡିଶା ଏବଂ ରାଜସ୍ଥାନ ଭଳି ରାଜ୍ୟରେ ଦ୍ରୁତତମ ହ୍ରାସ ପାଇଛି। ବିଗତ ୫ ବର୍ଷ ମଧ୍ୟରେ ବହୁମୁଖୀ ଦାରିଦ୍ର ତାଲିକାରେ ଶୀର୍ଷରେ ରହିଥିବା ଉତ୍ତର ପ୍ରଦେଶରେ ୩.୪୩ କୋଟି ଲୋକ ଦାରିଦ୍ର ସୀମା ରେଖା ତଳେ ଥିଲେ। ସେହିପରି ବିହାରରେ ୨.୫ କୋଟି ଏବଂ ମଧ୍ୟ ପ୍ରଦେଶରେ ୧.୩୬ କୋଟି ଲୋକ ଦାରିଦ୍ର୍ୟ ସୀମୀରେଖା ତଳେ ରହିଥିଲେ।