Imran Khan Arrest: ଇମରାନ ଖାନଙ୍କ ଗିରଫଦାରୀ ପରେ ଜଳୁଛି ପାକିସ୍ତାନ; ୪୭ ମୃତ ଶହେରୁ ଅଧିକ ଆହତ
Advertisement
Article Detail0/zeeodisha/odisha1697060

Imran Khan Arrest: ଇମରାନ ଖାନଙ୍କ ଗିରଫଦାରୀ ପରେ ଜଳୁଛି ପାକିସ୍ତାନ; ୪୭ ମୃତ ଶହେରୁ ଅଧିକ ଆହତ

Imran Khan Pakistan: ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ଗିରଫଦାରୀ ପରେ ବାରୁଦ ଗଦାରେ ବସିଯାଇଛି ପାକିସ୍ତାନ। ଯାହାର ଫଳ ସ୍ୱରୂପ ଦେଶର ଅନେକ ସ୍ଥାନରେ ହୋଇଥିବା ହିଂସାକାଣ୍ଡରେ ଅନେକ ଲୋକ ମୃତାହତ ହୋଇଛନ୍ତି। 

Imran Khan Arrest: ଇମରାନ ଖାନଙ୍କ ଗିରଫଦାରୀ ପରେ ଜଳୁଛି ପାକିସ୍ତାନ; ୪୭ ମୃତ ଶହେରୁ ଅଧିକ ଆହତ

Imran Khan Arrest Case: ଦେଶର ପୂର୍ବତନ ଇମରାନ ଖାନଙ୍କ ଗିରଫଦାରୀ ପର ଠାରୁ ଜଳିଉଠିଛି ସମଗ୍ର ପାକିସ୍ତାନ। ଏନେଇ ହୋଇଥିବା ହିଂସାତ୍ମକ ପ୍ରଦର୍ଶନରେ ୪୭ ଜଣଙ୍କ ମୃତ୍ୟୁ ହୋଇସାରିଛି। ଏକ ରିପୋର୍ଟ ଅନୁଯାୟୀ ଶହେରୁ ଅଧିକ ଲୋକ ଆହତ ହୋଇଥିବା ବେଳେ, ୧ ହଜାରରୁ ଅଧିକ ଲୋକ ଗିରଫ ହୋଇଛନ୍ତି। ପାକିସ୍ତାନ ତେହେରିକ ଇ ଇନସାଫ୍ ମୁଖ୍ୟ ଇମରାନ ଖାନଙ୍କ ଗିରଫଦାରୀ ବିରୋଧରେ ଦେଶର ଅନେକ ଅଞ୍ଚଳରେ ଜବରଦସ୍ତ ବିରୋଧ ପ୍ରଦର୍ଶନ କରାଯାଇଛି।

Zee News ପାଖରେ ଉପଲବ୍ଧ ତଥ୍ୟ ଅନୁଯାୟୀ ପାକିସ୍ତାନରେ ହୋଇଥିବା ହିଂସାକାଣ୍ଡରେ ବର୍ତ୍ତମାନ ପର୍ଯ୍ୟନ୍ତ ୪୭ ଜଣଙ୍କର ମୃତ୍ୟୁ ହୋଇସାରିଛି। ବଥଖେଲାରେ ୨୦, ପେଶୱାରରେ ୧୪, ଫୈସଲାବାଦରେ ୩, କ୍ୱେଟାରେ ୩, ମଲକାଣ୍ଡରେ ୩, ଲାହୋରରେ ୨ ଏବଂ ଗୁଜରନୱାଲାରେ ଜଣେ ଲୋକ ପ୍ରାଣ ହରାଇଛନ୍ତି।

ଅନେକ ସେନା ଅଧିକାରୀ ନିର୍ଦ୍ଦେଶକୁ ଅବମାନନା କରି ଗ୍ରହଣ କରିଛନ୍ତି କାର୍ଯ୍ୟାନୁଷ୍ଠାନ 
ହିଂସାକାଣ୍ଡରେ ଦେଶର ଅନେକ ଅଞ୍ଚଳରେ ପରିସ୍ଥିତି ଏତେ ଖରାପ ହୋଇଯାଇଛି ଯେ ବିକ୍ଷୋଭକାରୀଙ୍କ ଉପରେ ଗୁଳି ଚଳାଇବାକୁ ପଡିଥିଲା। ଖବର ଅନୁସାରେ ଇମରାନ ଖାନ ଏବଂ ତାଙ୍କ ସମର୍ଥକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶକୁ ଅବମାନନା କରିଥିବାରୁ ପାକିସ୍ତାନୀ ସେନାର ଅନେକ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦୁଇ ଲେଫ୍ଟନାଣ୍ଟ କର୍ଣ୍ଣେଲ, ଜଣେ ମେଜର ଏବଂ ପାକିସ୍ତାନୀ ସେନାର ଜଣେ ବ୍ରିଗେଡିୟର୍ ରାଙ୍କ ସେନା ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି।

ମୋତେ ୧୦ ବର୍ଷ କାରାଗାରରେ ରଖିବାକୁ କରାଯାଇଛି ଯୋଜନା: ଇମରାନ ଖାନ
ଦେଶଦ୍ରୋହ ଅଭିଯୋଗରେ ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ସୋମବାର ଦାବି କରିଛନ୍ତି ଯେ ଦେଶର ଶକ୍ତିଶାଳୀ ସାମରିକ ପ୍ରତିଷ୍ଠାନ ତାଙ୍କୁ ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ କାରାଗାରରେରେ ରଖିବାକୁ ଯୋଜନା କରାଯାଇଛି। ଏହି ୭୦ ବର୍ଷୀୟ ରାଜନେତା ଜଣଙ୍କ ପ୍ରାୟ ୧ ଶହରୁ ଅଧିକ ମାମଲାରେ ଜାମିନରେ ଅଛନ୍ତି।

ସୋମବାର ଲାହୋର ସ୍ଥିତ ବାସଭବନରେ ପାକିସ୍ତାନ ତେହେରିକ୍-ଇ-ଇନସାଫ୍ ନେତାଙ୍କ ସହ ଏକ ବୈଠକ କରିଥିଲେ ପିଟିଆଇ ମୁଖ୍ୟ ଇମରାନ ଖାନ। ବୈଠକ ପରେ ପିଟିଆଇ ମୁଖ୍ୟ ଟ୍ୱିଟ୍ କରି କହିଛନ୍ତି ଯେ ବର୍ତ୍ତମାନ ଲଣ୍ଡନର ସମ୍ପୂର୍ଣ୍ଣ ଯୋଜନା ସାମ୍ନାକୁ ଆସିଛି। ଯେତେବେଳେ ମୁଁ କାରାଗାରରେ ଥିଲି ସେତେବେଳେ ହିଂସା ବାହାନା କରି ସେମାନେ ବିଚାରପତି, ଖଣ୍ଡପୀଠ ଏବଂ ଜହ୍ଲାଦ ଭୂମିକା ନିର୍ବାହ କରିଥିଲେ। ବର୍ତ୍ତମାନ ମୋ ପତ୍ନୀ ବୁଶରା ବେଗମ୍ ଙ୍କୁ କାରାଗାରରେ ରଖିବା ସହ ଦେଶଦ୍ରୋହ ଆଇନ ବ୍ୟବହାର କରି ମୋତେ ଅପମାନିତ କରିବାର ଯୋଜନା କରିଛନ୍ତି। 

ଇମରାନ ଖାନ କହିଛନ୍ତି ଯେ, ଲୋକେ ଯେପରି ପ୍ରତିକ୍ରିୟା ନ କରନ୍ତି ସେଥିପାଇଁ ସେମାନେ ଦୁଇଟି କାର୍ଯ୍ୟ କରିଛନ୍ତି। ପ୍ରଥମ କାର୍ଯ୍ୟ ହେଉଛି ସେମାନେ ଜାଣିଶୁଣି କେବଳ ପିଟିଆଇ କମକର୍ତ୍ତା ନୁହେଁ ବରଂ ସାଧାରଣ ନାଗରିକଙ୍କୁ ମଧ୍ୟ ଆତଙ୍କିତ କରିଛି। ଦ୍ୱିତୀୟ ହେଉଛି ଗଣମାଧ୍ୟମକୁ ସମ୍ପୂର୍ଣ୍ଣ ଭାବରେ ନିୟନ୍ତ୍ରିତ ଏବଂ ଦମନ କରାଯାଇଛି। ଏହି 'ଅପରାଧୀ ଯେପରି ଚାଦର ଏବଂ ଚାରି କାନ୍ଥର ପବିତ୍ରତାକୁ ଉଲ୍ଲଂଘନ କରୁଛନ୍ତି ତାହା କେବେ କରାଯାଇ ନାହିଁ।