Pakistan Terror Attack: ଆତଙ୍କବାଦୀ ଆକ୍ରମଣରେ ଦୋହଲି ଉଠିଲା ପାକିସ୍ତାନ; ୨୩ ମୃତ
Advertisement
Article Detail0/zeeodisha/odisha2007122

Pakistan Terror Attack: ଆତଙ୍କବାଦୀ ଆକ୍ରମଣରେ ଦୋହଲି ଉଠିଲା ପାକିସ୍ତାନ; ୨୩ ମୃତ

Terror Attack in Pakistan: ଆତଙ୍କବାଦୀ ଆକ୍ରଣରେ ଦୋହଲି ଉଠିଛି ପାକିସ୍ତାନର ଖାଇବର ପାଖତୁନଖ୍ୱା ପ୍ରଦେଶ।

 

Pakistan Terror Attack: ଆତଙ୍କବାଦୀ ଆକ୍ରମଣରେ ଦୋହଲି ଉଠିଲା ପାକିସ୍ତାନ; ୨୩ ମୃତ

Bomb Attack in Pakistan: ଆତଙ୍କବାଦୀ ଆକ୍ରମଣରେ ଦୋହଲି ଉଠିଛି ପାକିସ୍ତାନ। ଡିସେମ୍ବର ୧୨ ତାରିଖ ମଙ୍ଗଳବାର ଦେଶର ଖାଇବର ପାଖତୁନଖ୍ୱା ପ୍ରଦେଶର ଡେରା ଇସମାଇଲ ଖାନ ଅଞ୍ଚଳରେ ହୋଇଥିବା ଆତ୍ମଘାତୀ ଆକ୍ରମଣରେ ୨୩ ଜଣ ପ୍ରାଣ ହରାଇଛନ୍ତି। ଡେରା ଇସମାଇଲ ଖାନ ସହରର ଏକ ପୋଲିସ ଷ୍ଟେସନ ଠାରେ ଏହି ଆତ୍ମଘାତୀ ଆକ୍ରମଣ ହୋଇଥିବାର କୁହାଯାଉଛି। ନ୍ୟୁଜ୍ ଏଜେନ୍ସି ଆସୋସିଏଟେଡ ଫ୍ରାନ୍ଶ ରିପୋର୍ଟ ଅନୁଯାୟୀ ବିସ୍ଫୋରଣ କାରଣରୁ ତିନୋଟି କୋଠା ଭୁଷୁଡ଼ି ଯାଇଛି। ଭୁଷୁଡ଼ି ଯାଇଥିବା କୋଠାର ଅବଶେଷରୁ ମୃତଦେହକୁ ବାହାର କରିବା ପାଇଁ ପ୍ରୟାସ ଜାରି ରହିଛି।  ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି କୁହାଯାଉଛି। 

ଖାଇବର ପାଖତୁନଖ୍ୱା ପ୍ରଦେଶର (Khyber Pakhtunkhwa Province Pakistan) ଡେରା ଇସମାଇଲ ଖାନ (Dera Ismail Khan Area Pakistan) ଅଞ୍ଚଳରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ (Terror Attack in Pakistan) ପାଇଁ ତେହେରିକ-ଏ-ତାଲିବାନ (Tehrik-i-Taliban Pakistan) ନିଜକୁ ଦାୟୀ କରିଛି। ଆପଣଙ୍କୁ କହିରଖୁଛୁ ଯେ ତେହେରିକ-ଏ-ତାଲିବାନ ଆତଙ୍କବାଦୀ ସଙ୍ଗଠନ ଆଫଗାନିସ୍ତାନ (Afghanistan) ଭଳି ପାକିସ୍ତାନ ଠାରେ ମଧ୍ୟ ସରକାର ଗଠନ କରିବାକୁ ଚାହୁଁଛି। ଏହି କାରଣରୁ କ୍ରମାଗତ ଭାବରେ ସରକାରୀ ବିଭାଗ ଏବଂ ଅଧିକାରୀଙ୍କୁ ଟାର୍ଗେଟ କରିବାରେ ଲାଗିଛି ଆତଙ୍କବାଦୀ ସଙ୍ଗଠନ  ତେହେରିକ-ଏ-ତାଲିବାନ।

କିପରି ହୋଇଥିଲା ଆକ୍ରମଣ? 
ନ୍ୟୁଜ୍ ଏଜେନ୍ସି ରଏଟର୍ସ ରିପୋର୍ଟ ଅନୁଯାୟୀ ଆତ୍ମଘାତୀ ଜଣଙ୍କ ଏକ ଗାଡି଼ ନେଇ ପୋଲିସ ଷ୍ଟେସନ ଫାଟକ ଭିତରକୁ ପ୍ରବେଶ କରିଥିଲା। ଫାଟକ ନିକଟରେ ପହଞ୍ଚିବା ମାତ୍ରେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଚଳିତ ବର୍ଷ ଜାନୁଆରୀ ମାସରେ ଖାଇବର ପାଖତୁନଖ୍ୱା ପ୍ରଦେଶରେ ହୋଇଥିବା ଆକ୍ରମଣରେ ଅତି କମରେ ୧୦୦ ଜଣରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲ୍ ARY ଅନୁଯାୟୀ ପୋଲିସ ପକ୍ଷରୁ ହୋଇଥିବା କାର୍ଯ୍ୟାନୁଷ୍ଠାନରେ ୨ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି।

ପୂର୍ବରୁ ହୋଇସାରିଛି ଅନେତ ଆତଙ୍କବାଦୀ ଆକ୍ରମଣ
ପାକିସ୍ତାନୀ ଗଣମାଧ୍ୟମ ଜିଓ ନ୍ୟୁଜ୍ ଅନୁଯାୟୀ ବିଗତ ବର୍ଷେ ମଧ୍ୟରେ ଦେଶରେ ପ୍ରାୟ ୧୦୫୦ ଆତଙ୍କବାଦୀ ଆକ୍ରମଣ ହୋଇସାରିଛି। ଯେଉଁଥିରେ ୪୭୦ ଜଣ ଲୋକଙ୍କ ମୃତ୍ୟୁ ହୋଇସାରିଛି। ପାକିସ୍ତାନ ଗୃହ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ ବିଗତ ୩ ବର୍ଷ ମଧ୍ୟରେ ଖାଇବର ପାଖତୁନଖ୍ୱା ପ୍ରଦେଶର ପ୍ରାୟ ୧୮୨୩ ଜଣ ଲୋକ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ଖାଇବର ପାଖତୁନଖ୍ୱା ପ୍ରଦେଶ ଏକ ଆଫଗାନିସ୍ତାନ ସୀମାବର୍ତ୍ତୀ ଅଞ୍ଚଳ। ଏହି ପ୍ରଦେଶରେ ହୋଇଥିବା ୧୦୫୦ ଆତଙ୍କବାଦୀ ଆକ୍ରମଣ ମଧ୍ୟରୁ ୪୧୯ ହମଲା ବାନ୍ଦୋବାସ୍ତି ଜିଲ୍ଲାରେ ଘଟିଛି। ଫାଟା ଠାରେ ୬୩୧, ଉତ୍ତର ୱାଜିରସ୍ତାନ ଠାରେ ୨୦୧ ଏବଂ ପେଶୱାର ଠାରେ ୬୧ ଆତଙ୍କବାଦୀ ଘଟଣା ଘଟିଥିବାର ଜଣାପଡ଼ିଛ।