କିଏ ଏହି...ପୂଜକ, ଯିଏ କରିବେ ଅଯୋଧ୍ୟା ରାମ ମନ୍ଦିରର ପୂଜା...
Advertisement
Article Detail0/zeeodisha/odisha2003941

କିଏ ଏହି...ପୂଜକ, ଯିଏ କରିବେ ଅଯୋଧ୍ୟା ରାମ ମନ୍ଦିରର ପୂଜା...

Ayodhya ram mandir preist: ୩ ହଜାର ପୂଜକଙ୍କ ମଧ୍ୟରୁ ବଛା ହେଲେ ଦୂଧେଶ୍ୱର ଦେବ ବିଦ୍ୟାପୀଠର ଛାତ୍ର ମୋହିତ ପାଣ୍ଡ୍ୟା । ସେ ରାମ ମନ୍ଦିରର ପୂଜକ ଭାବରେ ଦାୟିତ୍ୱ ସମ୍ପାଦନ କରିବେ ।

କିଏ ଏହି...ପୂଜକ, ଯିଏ କରିବେ ଅଯୋଧ୍ୟା ରାମ ମନ୍ଦିରର ପୂଜା...

Ayodhya ram mandir preist: ଅଯୋଧ୍ୟାରେ ନିର୍ମିତ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଜାନୁଆରୀ ୨୨ରେ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ଅନେକ ଭିଭିଆଇପିଙ୍କୁ ନିମନ୍ତ୍ରଣ ପତ୍ର ମଧ୍ୟ ପଠାଯାଇଛି । ତେବେ ଏହା ମଧ୍ୟରେ ପୂର୍ବରୁ ରାମ ମନ୍ଦିକ ପୂଜକ ପାଇଁ ୩ ହଜାରରୁ ଅଧିକ ପଣ୍ଡିତ ଆବେଦନ କରିଥିଲେ ତନ୍ମଧ୍ୟରୁ ଶ୍ରେଷ ଜଣେ ବ୍ରାହ୍ମଣଙ୍କୁ ଚୟନ କରାଯାଇଛି । ପ୍ରଭୁ ଶ୍ରୀରାମଙ୍କ ସେବା କରିବାର ସୁଯୋଗ ପାଇଛନ୍ତି ଗାଜିଆବାଦ ଛାତ୍ର ମୋହିତ ପାଣ୍ଡ୍ୟା । ସେ ଦୂଧେଶ୍ୱର ବେଦ ବିଦ୍ୟାପୀଠ (dudheshwar ved vidyapeeth ghaziabad)ର ଛାତ୍ର ଥିଲେ । ୭ ବର୍ଷରୁ ଅଧିକ ସମୟ ଧରି ରାଜ୍ୟ ଓ ରାଜ୍ୟ ବାହାରେ ସେ ବେଦ ଅଧୟନ କରି ଜ୍ଞାନ ଆହୋରଣ କରିଛନ୍ତି । ପ୍ରଭୁ ଶ୍ରୀରାମଙ୍କ ସେବା ଆରମ୍ଭ କରିବା ପୂର୍ବରୁ ପଣ୍ଡିତ ମୋହିତ ପାଣ୍ଡ୍ୟାଙ୍କୁ ୬ମାସ ଟ୍ରେନିଂ ଦିଆଯିବ ।

ଦୂଧେଶ୍ୱର ନାଥ ମଠ ମହନ୍ତ ନାରାୟଣ ଗିରି ଏହି ଖବର ପାଇ ଅତ୍ୟନ୍ତ ଖୁସି ପ୍ରକଟ କରିଛନ୍ତି । ସେ କହିଛନ୍ତି ଯେ, ଏହି ଖବର ସମଗ୍ର ଜିଲ୍ଲା ପାଇଁ ଗର୍ବ ଓ ଗୌରବର ବିଷୟ । ଏହି ଖବର ମିଳିବାର ଯଥେଷ୍ଟ ପୂର୍ବରୁ ସମର୍ପଣ ସମାରୋହରେ ଭାଗ ନେବା ପାଇଁ ଆଚାର୍ଯ୍ୟ ତାପରାଜ ଉପାଧ୍ୟାୟ ଏବଂ ଆଚାର୍ଯ୍ୟ ନିତ୍ୟାନନ୍ଦଙ୍କୁ ନିମନ୍ତ୍ରଣ ପତ୍ର ମିଳିଥିଲା ।

ଆପଣଙ୍କୁ କହି ରଖିବାକୁ ଚାହୁଁ ଯେ, ଗାଜିଆବାଦରେ ଅବସ୍ଥିତ ଦୂଧେଶ୍ୱରନାଥ ମଠ ଦେଶରେ ଖୁବ ପ୍ରସିଦ୍ଧ ଲାଭ କରିଛି । ଏହାକୁ ଉତ୍ତର ଭାରତର ଏକ ପ୍ରମୁଖ ଆଧ୍ୟାତ୍ମିକ ସ୍ଥଳ ଭୋଲି କୁହାଯାଏ । ରାଜ୍ୟ ଏବଂ ବାହାର ରାଜ୍ୟରୁ ଅନେକ ଲୋକ ଏଠାକୁ ଆସିଥାନ୍ତି । ଦେଶର ବିଭିନ୍ନ ସ୍ଥାନରୁ ଛାତ୍ରମାନେ ଆଧ୍ୟାତ୍ମିକ ତଥା ବେଦ ପାଠର ଶିକ୍ଷା ଲାଭ କରିବାକୁ ଏଠାକୁ ଆସନ୍ତି। ବର୍ତ୍ତମାନ ୭୦ ଜଣ ଛାତ୍ର ଏଠାରେ ଅଧ୍ୟୟନ କରୁଛନ୍ତି । ଯେଉଁ ଛାତ୍ରମାନେ ଦୂଧେଶ୍ୱର ବେଦ ବିଦ୍ୟାପିଠରେ ଶିକ୍ଷା ଗ୍ରହଣ କରନ୍ତି ସେମାନଙ୍କୁ ଦେଶ ବିଦେଶରେ ଥିବା ଅନେକ ମନ୍ଦିରରେ ପୁରୋହିତ ଏବଂ ଶିକ୍ଷକ ଭାବରେ ନିଯୁକ୍ତି ମିଳିଥାଏ ।

ରାମ ମନ୍ଦିରରେ ପୂଜା କରିବା ପାଇଁ ଚୟନ ହୋଇଥିବା ମୋହିତ ପାଣ୍ଡ୍ୟା ପ୍ରଥମେ ସମବେଦ ଅଧ୍ୟୟନ କରିଥିଲେ । ଏହା ପରେ ସେ ଭେଙ୍କଟେଶ୍ୱରା ବୈଦିକ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିଲେ। ମୋହିତ ପାଣ୍ଡ୍ୟା ଆଚାର୍ଯ୍ୟ ଡିଗ୍ରୀ ହାସଲ କରିବା ପରେ ବର୍ତ୍ତମାନ ପିଏଚଡି କରିବାକୁ ପ୍ରସ୍ତୁତ ହେଉଛନ୍ତି। ମୋହିତ ସାତ ବର୍ଷ ଧରି ଦୂଧେଶ୍ୱର ବେଦ ବିଦ୍ୟାପିଠରେ ଧର୍ମ ଓ ରୀତିନୀତି ଅଧ୍ୟୟନ କରିଛନ୍ତି। ଦୀର୍ଘ ୨୩ ବର୍ଷ ହେବ ଏହି ପିଠରେ ବେଦ ଶିକ୍ଷା ପ୍ରଦାନ କରାଯାଉଛି । ଅନ୍ୟପଟେ ମୋହିତ ନିଯୁକ୍ତି ପାଇବା ପରେ ପରିବାର ଲୋକେ ଏହାକୁ ପରମ ସୌଭାଗ୍ୟ ବୋଲି କହିଛନ୍ତି । ନିଜର ସମ୍ପର୍କୀୟ ଓ ପଡୋଶୀମାନେ ଏହି ଖବର ପାଇବା ପରେ ସେମାନଙ୍କ ମନ ଖୁସି ହେବା ସହ ଏକ ପ୍ରକାରର ଉତ୍ସବ ପାଳନ କରିଛନ୍ତି । ମୋହିତଙ୍କ ସମ୍ପର୍କୀୟ ମତ ଦେଇଛନ୍ତି ଯେ, ଭାଗ୍ୟରେ ଥିଲେ ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଭୂମୀରେ ଶ୍ରୀରାମଙ୍କ ସେବା କରିବାର ସୁଯୋଗ ମିଳେ । ଏହି ସୌଭାଗ୍ୟ ମୋହିତଙ୍କୁ ମିଳିଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ ଅନୁଭବ କରୁଛୁ । ପଣ୍ଡିତ ମୋହିତ ପ୍ରଭୁଙ୍କ ସେବା ସହିତ ଅବଶିଷ୍ଟ ସମୟରେ ଆଗକୁ ଆହୁରୀ ଅଧୟନ କରିବେ ବୋଲି ତାଙ୍କ ସମ୍ପର୍କୀୟ ମତ ପ୍ରକାଶ କରିଛନ୍ତି ।

Also Read- ଢେଙ୍କାନାଳରେ ଚାଞ୍ଚଲ୍ୟ, ପ୍ରେମିକର ହତ୍ୟା ପଛରେ ନାବାଳିକା ପ୍ରେମିକାର ଦାଦା

Also Read- Elephant attack: କଳାହାଣ୍ଡିରେ ଅଭାବନୀୟ ଘଟଣା, ହାତୀ ଆକ୍ରମଣରେ ରେଞ୍ଜର ମୃତ