Shocking News: ଚର୍ଚ୍ଚାରେ ପାପାଙ୍କ ପରୀଙ୍କ କାରନାମା, ଶୁଣିଲେ ଉଡ଼ିଯିବ ହୋସ
Advertisement
Article Detail0/zeeodisha/odisha1503853

Shocking News: ଚର୍ଚ୍ଚାରେ ପାପାଙ୍କ ପରୀଙ୍କ କାରନାମା, ଶୁଣିଲେ ଉଡ଼ିଯିବ ହୋସ

Papa ki Pari Video: ସୋସିଆସଲ ମିଡ଼ିଆ ଜରିଆରେ ଏଭଳି ଭିଡିଓ ପ୍ରାୟତ ଆସିଥାଏ, ଯେଉଁଥିରେ ଝିଅଙ୍କୁ ସ୍କୁଟି ଚଳାଇବା ସମୟରେ ତଳେ ପଡ଼ି ଯାଇଥିବାର ଦେଖିବାକୁ ମିଳିଥାଏ। ଏଭଳି ଘଟଣା ଦେଖିବା ପରେ ସୋସିଆଲ ମିଡ଼ିଆ ୟୁଜର ସେମାନଙ୍କୁ ‘ପାପା କି ପରୀ’ବୋଲି କହି ପରିହାସ କରିଥାନ୍ତି। 

Shocking News: ଚର୍ଚ୍ଚାରେ ପାପାଙ୍କ ପରୀଙ୍କ କାରନାମା, ଶୁଣିଲେ ଉଡ଼ିଯିବ ହୋସ

Shocking Work of Papa ki Pari: ବିଭିନ୍ନ ସମୟରେ ଯୁବ ପିଢିଙ୍କ ଦ୍ୱାରା କରାଯାଉଥିବା କାରନାମା ଚର୍ଚ୍ଚାର ବିଷୟ ପାଲଟିଥାଏ। ସେମାନଙ୍କ ଦ୍ୱାରା କରାଯାଉଥିବା କାରନାମାର ଭିଡ଼ିଓ ସୋସିଆଲ ମିଡ଼ିଆ ମାଧ୍ୟମରେ ଭାଇରାଲ ହୋଇଥାଏ।  ଯାହାକୁ ଦେଖିବା ପରେ ସେମାନେ ଅନ୍ୟମାନଙ୍କ ଦ୍ୱାରା ଉପହାସର ପାତ୍ର ହୋଇଥାନ୍ତି। ଏପରିକି ଲୋକଙ୍କ ସେମାନଙ୍କ କାମକୁ ଦେଖି ସେମାନଙ୍କ ମଜାକ ଉଡାଇଥାନ୍ତି। 

ସୋସିଆସଲ ମିଡ଼ିଆ ଜରିଆରେ ଏଭଳି ଭିଡିଓ ପ୍ରାୟତ ଆସିଥାଏ, ଯେଉଁଥିରେ ଝିଅଙ୍କୁ ସ୍କୁଟି ଚଳାଇବା ସମୟରେ ତଳେ ପଡ଼ି ଯାଇଥିବାର ଦେଖିବାକୁ ମିଳିଥାଏ। ଏଭଳି ଘଟଣା ଦେଖିବା ପରେ ସୋସିଆଲ ମିଡ଼ିଆ ୟୁଜର ସେମାନଙ୍କୁ ‘ପାପା କି ପରୀ’ବୋଲି କହି ପରିହାସ କରିଥାନ୍ତି। ସଦ୍ୟ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। କିଛି ଝିଅ ରାସ୍ତାରେ ସ୍କୁଟି ଚଳାଉଥିଲେ। ହେଲେ ଗାଡି ଚଳାଇବା ବେଳେ ସେମାନେ ଭାରସାମ୍ୟ ହରାଇଥିଲେ। ଏହା ପରେ ସେମାନେ ସିଧା ଯାଇ ନାଳୀରେ ପଡ଼ିଯାଇଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଜଣେ ବ୍ୟକ୍ତି ଏହି ଘଟଣାର ଭିଡିଓ ମୋବାଇଲ୍ କ୍ୟାମେରା ଯୋଗେ ରେକର୍ଡିଂ କରିଥିଲେ। ପରେ ଏହା ଭାଇରାଲ ହୋଇଯାଇଥିଲା।

 
 
 
 

 

 

 

ଏହି ଭାଇରାଲ୍ ଭିଡିଓ ଇନଷ୍ଟାଗ୍ରାମରେ ବହୁତ ଦେଖାଯାଉଛି। ଯେଉଁଥିରେ ଦେଖିବାକୁ ମିଳିଛି ତିନି ଝିଅ ଏକ ସ୍କୁଟିରେ ବସି ଯାଉଛନ୍ତି। ହେଲେ କୌଣସି କାରଣରୁ ସେମାନଙ୍କର ସ୍କୁଟି ସ୍ଲିପ୍ ହୋଇଯିବା ପରେ ନାଳୀରେ ଯାଇ ପଡିଯାଉଛି। ସ୍କୁଟି ଚଳାଉଥିବା ସେହି ତିନି ଝିଅ ମଧ୍ୟ ନାଳୀରେ ଯାଇ ପଡ଼ିଯାଇଛନ୍ତି। ହେଲେ ନାଳୀର ରଙ୍ଗ ଏତେ କଳା ଯେ ସେମାନେ ମଧ୍ୟ ସେହି ରଙ୍ଗରେ ମିଶି ଯାଇଛନ୍ତି। ଏପରିକି ସେମାନଙ୍କର ପ୍ରକୃତ ରୂପ ରଙ୍ଗ ମଧ୍ୟ ଦେଖାଯାଉ ନାହିଁ। ସେମାନଙ୍କର ଏହି ଭିଡିଓ ସୋସିଆଲ ମିଡିଆ ଜରିଆରେ ବହୁତ ଭାଇରାଲ ହେବା ସହ ଏହାକୁ ବହୁତ ଥର ଦେଖାଯାଉଛି। ସେମାନେ ବାହାରକୁ ଆସିବା ପରେ ସେମାନଙ୍କୁ ଦେଖି ଅନେକ ଲୋକ ଭୟଭୀତ ହୋଇଗଲେ। କ'ଣ ଘଟିଲା ଲୋକେ ସେକଥା ବୁଝିପାରିଲେ ନାହିଁ।

ଏହି ଭିଡିଓ  funtaap ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟ ଦ୍ୱାରା ସେୟାର କରାଯାଇଛି। ଭିଡିଓ ସେୟାର କରିବାବେଳେ ୟୁଜର ମଜାଳିଆ କ୍ୟାପସନ୍ ଲେଖିଛନ୍ତି। ଏହି ଭିଡିଓ ଦେଖିବା ପରେ ଅନ୍ୟ ଅନେକ ଲୋକ ମଧ୍ୟ ସେମାନଙ୍କ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି। ଭିଡିଓ ଦେଖିବା ପରେ ଜଣେ ୟୁଜର ଲେଖିଛନ୍ତି, "ପାପାଙ୍କ ପରୀ ଉଡି ପାରିବେ ନାହିଁ। " ଅନ୍ୟ ଜଣେ ୟୁଜର ଲେଖିଛନ୍ତି, "ଝିଅଙ୍କୁ ଡ୍ରାଇଭିଂ ଲାଇସେନ୍ସ କିଏ ଦେଉଛି ମୁଁ ବୁଝି ପାରୁନାହିଁ। " ଏହି ଭିଡିଓ ଉପରେ ଆହୁରି ଅନେକ ମଜାଦାର ପ୍ରତିକ୍ରିୟା ରଖାଯାଇଥିଲା ଯାହା ସୋସିଆଲ ମିଡିଆ ଜରିଆରେ ବେଶ ଭାଇରାଲ ହୋଇଥିଲା।