Paradip Port Odisha: ଏମ୍.ଭି. ଦେବୀ ଜାହାଜକୁ ମୁକୁଳାଇବା ଅଦାଲତରେ ପହଞ୍ଚିଲା କମ୍ପାନୀ; ୩ ତାରିଖରେ ହେବ ଶୁଣାଣି
Advertisement
Article Detail0/zeeodisha/odisha2034818

Paradip Port Odisha: ଏମ୍.ଭି. ଦେବୀ ଜାହାଜକୁ ମୁକୁଳାଇବା ଅଦାଲତରେ ପହଞ୍ଚିଲା କମ୍ପାନୀ; ୩ ତାରିଖରେ ହେବ ଶୁଣାଣି

M.V.Devi Cargo Ship Indonesia: ପାରାଦୀପ ବନ୍ଦରରେ ଅଟକ ରହିଥିବା "ଏମ୍.ଭି. ଦେବୀ" ଜାହାଜକୁ ମୁକ୍ତ କରିବା ପାଇଁ ହୋଇଥିବା ହୋଇଥିବା ଆବେଦନ ଉପରେ ଜାନୁଆରୀ ୩ ତାରିଖରେ ଶୁଣାଣି କରିବେ ପାରାଦୀପ ପୋର୍ଟ।

Paradip Port Odisha: ଏମ୍.ଭି. ଦେବୀ ଜାହାଜକୁ ମୁକୁଳାଇବା ଅଦାଲତରେ ପହଞ୍ଚିଲା କମ୍ପାନୀ; ୩ ତାରିଖରେ ହେବ ଶୁଣାଣି

M.V.Devi Cargo Ship Paradeep Port: ପାରାଦୀପ ବନ୍ଦର ପିଆଇସିଟି ବର୍ଥରେ ଲାଗିଥିବା "ଏମ୍.ଭି. ଦେବୀ" ନାମକ ଜାହାଜରୁ ମିଳିଥିଲା ୨୨୦ କୋଟି ଟଙ୍କାର କୋକେନ୍। ବିପୁଳ ପରିମାଣରେ କୋକେନ ଜବତ ହେବା ଘଟଣାରେ ଜାହାଜକୁ ଅଟକ ରଖା ଯାଇଥିବା ବେଳେ ଏହାକୁ ମୁକୁଳାଇବା ପାଇଁ କୁଜଙ୍ଗ କୋର୍ଟ ଠାରେ ହୋଇଛି ଆବେଦନ। ପ୍ରାୟ ୨୨୦ କୋଟି ଟଙ୍କାର କୋକେନ ଜବତ ହେବା ଘଟଣାକୁ ମାସେ ପୁରିବାକୁ ବସିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘଟଣାରେ ତଦନ୍ତ ଶେଷ ହୋଇନାହିଁ। 

ପାରାଦୀପ ବନ୍ଦରରେ (Paradip Port Odisha) "ଏମ୍.ଭି. ଦେବୀ" ଜାହାଜରେ (M.V.Devi Cargo Ship Indonesia) କୋକେନ ଜବତ (Cocaine worth of 220 crores seized in M.V.Devi Cargo Ship) ହେବା ଘଟଣାରେ ଗୋଟିଏ ପଟେ ତଦନ୍ତ ଚାଲିଥିବା ବେଳେ ଅନ୍ୟପଟେ ଏହାକୁ ଖସାଇ ଦେବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରାୟ ୩ ଦିନ ତଳେ ଜାହାଜ ମାଲିକଙ୍କ ପ୍ରତିନିଧି ଆସି ଜାହାଜ ଖଲାସ କରିବା ନେଇ କୁଜଙ୍ଗ କୋର୍ଟ (Kujang Court Odisha) ଠାରେ ଆବେଦନ କରିଥିଲେ। ଗତ କାଲି ବିଳମ୍ବିତ ରାତ୍ରିରେ ପିଆଇସିଟି ବର୍ଥ (Paradip Port PICT Berth) ଠାରୁ ଏମ.ଭି.ଦେବୀ ଜାହାଜକୁ ପାରାଦୀପ ବନ୍ଦରର ଆଙ୍କରେଜ୍ ଏରିଆ (Paradip Port Anchorage Area) ଆଡ଼଼କୁ ନିଆଯାଇଛି। କୋକେନ ଜବତ ଘଟଣାକୁ ଆଉ ମାତ୍ର ୩ ଦିନ ପରେ ମାସେ ପୂରଣ ହେବାକୁ ବସିଥିବା ବେଳେ ଏବେ ମଧ୍ୟ ଏହି ଘଟଣାରେ ତଦନ୍ତ ଚାଲିଛି।

ପାରାଦୀପ ବନ୍ଦରରୁ ୨୨୦ କୋଟି ଟଙ୍କାର କୋକେନ୍ ଜବତ ହେବା ଘଟଣାରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସ୍ଥିତ ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ (Narcotic Control Bureau India) ଏବଂ କଷ୍ଟମ ବିଭାଗ (Customs Dept India) ତଦନ୍ତ କରୁଥିବା ବେଳେ ୨୧ ଜଣ ନାବିକଙ୍କ ମଧ୍ୟରୁ କିଏ କୋକେନ ଆଣିଛି ତାହା ସ୍ପଷ୍ଟ ହୋଇ ପାରୁନଥିବା କୁହାଯାଉଛି। ଅନ୍ୟପଟେ ଜାହାଜର ମାଲିକଙ୍କ ଦୁଇ ଜଣ ଭିଏତନାମ୍ ପ୍ରତିନିଧି ଭିଏତନାମ ଠାରୁ ଭାରତ ଆସି ଜାହାଜ ମୁକୁଳାଇବା ପାଇଁ କୁଜଙ୍ଗ କୋର୍ଟ ଠାରେ ଆବେଦନ କରିଥିବାର ଜଣାପଡ଼ିଛି। ସେପଟେ ଜାହାଜ ପି.ଆଇ.ସି.ଟି. ବର୍ଥ ଠାରୁ ବାହାରି ସମୁଦ୍ର ଆଙ୍କରେଜ୍ ଏରିଆ ଆଡ଼କୁ ପଠାଇ ଦିଆଯାଇଛି। ତଦନ୍ତକାରୀ ସଂସ୍ଥା ଆଙ୍କରେଜ ଏରିଆ ଯାଇ ସେଠାରେ ତଦନ୍ତ କରିବେ ବୋଲି କୁହାଯାଉଛି। 

ଭିଏତନାମ ସ୍ଥିତ ଏସିଆ ସିପିଂ କମ୍ପାନୀ ଲିମିଟେଡ (Asia Shipping Company Limited Vietnam) ଅଧିକାରୀ ଜୁୟେନ ଯ୍ୟୁଓକ କୁଜଙ୍ଗ କୋର୍ଟ ଠାରେ ପହଞ୍ଚି ଜାହାଜ ଖଲାସ କରିବା ପାଇଁ ଆବେଦନ କରିଛନ୍ତି। ଅନ୍ୟପଟେ "ଏମ୍.ଭି. ଦେବୀ" ଜାହାଜର ସମସ୍ତ ୨୧ ଜଣ ନାବିକଙ୍କୁ ବର୍ତ୍ତମାନ ସୁଦ୍ଧା ଅଟକ ରଖି ପଚରା ଉଚରା କରାଯାଉଛି। କିଏ ଗିରଫ ହେବ ଏବଂ କାହାକୁ ମୁକ୍ତ କରାଯିବ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ଜାହାଜ ବର୍ଥ ଠାରେ ରହିବା ନେଇ କୋଟି କୋଟି ଟଙ୍କାର ଭଡ଼ା ହୋଇଥିବା ଜଣାପଡିଛି। ଜାହାଜ ଆଙ୍କରେଜ୍ ଏରିଆ ଠାରେ ରହିଥିବା ବେଳେ ଜାହାଜ ଭାରତୀୟ ତଟରକ୍ଷକ ବଳ ନିୟନ୍ତ୍ରଣରେ ରହି ପାରେ ବୋଲି କୁହାଯାଉଛି। କୁଜଙ୍ଗ କୋର୍ଟ ଠାରେ ବିଚାରାଧିନ ରହିଥିବା ଏହି ମାମଲା ଶୁଣାଣି ଆସନ୍ତା ଜାନୁଆରୀ ୩ ତାରିଖରେ ହେବ ବୋଲି ଜଣାପଡିଛି।