Paytmର ଅଧ୍ୟକ୍ଷ ବିଜୟ ଶେଖର ଶର୍ମାଙ୍କ ଇସ୍ତଫା
Advertisement
Article Detail0/zeeodisha/odisha2129917

Paytmର ଅଧ୍ୟକ୍ଷ ବିଜୟ ଶେଖର ଶର୍ମାଙ୍କ ଇସ୍ତଫା

Paytmର ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା ଚେୟାରମ୍ୟାନ ପଦରୁ ଇସ୍ତଫା ଦେଇଛନ୍ତି। ମାର୍ଚ୍ଚ ୧୫ ଡେଡ ଲାଇନ ପୂର୍ବରୁ ତାଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି ।

Paytmର ଅଧ୍ୟକ୍ଷ ବିଜୟ ଶେଖର ଶର୍ମାଙ୍କ ଇସ୍ତଫା

ନୂଆଦିଲ୍ଲୀ: Paytmର ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା ଚେୟାରମ୍ୟାନ ପଦରୁ ଇସ୍ତଫା ଦେଇଛନ୍ତି। ମାର୍ଚ୍ଚ ୧୫ ଡେଡ ଲାଇନ ପୂର୍ବରୁ ତାଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି ।

୨୦୨୪ ମାର୍ଚ୍ଚ ମାସ ୧୫ ତାରିଖ ପରେ Paytm ଆଉ କାମ କରିବ ନାହିଁ ବୋଲି ଆରବିଆଇ ପକ୍ଷରୁ ପୂର୍ବରୁ ଘୋଷଣା ହୋଇଥିଲା । ଆହୁରି ୧୮ ଦିନ ସମୟ ଥିବା ପୂର୍ବରୁ ବିଜୟ ଶେଖର ଶର୍ମା ଇସ୍ତଫା ଦେଇଛନ୍ତି । ୱାନ ୯୭ କମ୍ୟୁନିକେସନ ଲିଃ (OCL) ମଧ୍ୟ Paytm ପେମେଣ୍ଟସ ବ୍ୟାଙ୍କ ଲିଃ (PPBA) ତା’ର ବୋର୍ଡକୁ ପୁର୍ନଗଠନ କରିଛି ବୋଲି ମଧ୍ୟ ଘୋଷଣା କରିଛି। ଯାହା Paytmର ମୂଳ କମ୍ପାନୀ ଅଟେ ।

Paytmର ପାର୍ଟ ଟାଇମ ଅଣ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ କାମ କରୁଥିଲେ ବିଜୟ । ପୂର୍ବରୁ ଆରବିଆଇ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନକୁ ପାଳନ କରୁ ନଥିବାରୁ Paytm ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଥିଲା । ଚଳିତ ମାସ ଶେଷ ତଥା ଫେବୃଆରୀ ୨୯ ପରେ Paytmରେ ଡିପୋଜିଟ୍  କାମ ଦେବନି ବୋଲି ସୂଚନା ମିଳିଥିଲା । Paytmରେ ଥିବା ଗ୍ରାହକଙ୍କ ୱାଲେଟ୍ ଟଙ୍କା ସରିବା ପର୍ଯ୍ୟନ୍ତ ସେମାନେ ପେଟିଏମ ବ୍ୟବହାର କରିପାରିବେ ବୋଲି ଆରବିଆଇ ନିର୍ଦ୍ଦେଶ ଦେଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ସମୟସୀମା ବୃଦ୍ଧି କରାଯାଇ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅନ୍ୟପଟେ  OCL ପକ୍ଷରୁ ବିବୃତିରେ କୁହାଯାଇଛି ଯେ, ବିଜୟ ଶେଖର ଶର୍ମା Paytmର ବୋର୍ଡରୁ ଇସ୍ତଫା ପ୍ରଦାନ କରିଛନ୍ତି । ପିପିବିଏ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସେମାନେ ନୂଆ ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦେବା ପାଇଁ ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ କରିବେ।

Also Read- ନିଯୁକ୍ତି ପର୍ବ: ପୌର ପ୍ରଶାସନରେ ୮୯ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ

Also Read- ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ 'ବନ୍ତାରା'ର ଶୁଭାରମ୍ଭ