Water Crisis in Delhi: ଦିଲ୍ଲୀରେ ଜଳ ସଙ୍କଟ, ହନ୍ତସନ୍ତ ହେଉଛନ୍ତି ଲୋକ
Advertisement
Article Detail0/zeeodisha/odisha2271816

Water Crisis in Delhi: ଦିଲ୍ଲୀରେ ଜଳ ସଙ୍କଟ, ହନ୍ତସନ୍ତ ହେଉଛନ୍ତି ଲୋକ

Water Crisis in Delhi: ଅନେକ ଅଞ୍ଚଳରେ ଲୋକମାନେ ବାଲ୍ଟି ଏବଂ ପାଇପ ସହିତ ପାଣି ଟ୍ୟାଙ୍କର୍‌ ପଛରେ ଦୌଡୁଥିବା ଦେଖିବାକୁ ମିଳିଛି। ଲୋକମାନେ ଲମ୍ବା ଧାଡିରେ ଠିଆ ହୋଇଛନ୍ତି। ସଙ୍କଟ ଏତେ ବଡ ଥିଲା ଯେ,ଏନେଇ ଗୁରୁବାର ଦିଲ୍ଲୀ ସରକାର ଜରୁରୀକାଳୀନ ବୈଠକ ଡକାଇଥିବାବେଳେ ଜଳ ଅପଚୟ ଉପରେ ଜରିମାନା ଲାଗୁ କରାଇଛନ୍ତି।

Water Crisis in Delhi: ଦିଲ୍ଲୀରେ ଜଳ ସଙ୍କଟ, ହନ୍ତସନ୍ତ ହେଉଛନ୍ତି ଲୋକ

Water Crisis in Delhi: (Tapasa Gyanadarshini) ଉତ୍ତର ଏବଂ ମଧ୍ୟ ଭାରତର ଅନେକ ଅଞ୍ଚଳରେ ଏବେ ଭୟଙ୍କର ହିଟ୍‌ଓ୍ବେଭ୍‌ ଜାରି ରହିଛି। ସର୍ବାଧିକ ତାପମାତ୍ରାର ପୁରୁଣା ବର୍ଷର ରେକର୍ଡଗୁଡିକ ଭାଙ୍ଗିଛି ଏବଂ ଏହାର ପ୍ରଭାବରେ ବର୍ତ୍ତମାନ ଲୋକଙ୍କ ମୃତ୍ୟୁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ହିଟ୍‌ଓ୍ବେଭ୍‌ ସହିତ ଦେଶର ରାଜଧାନୀର ଲୋକଙ୍କ ପାଇଁ ଜଳ ମଧ୍ୟ ଏକ ସମସ୍ୟା ପାଲଟିଛି। ଦିଲ୍ଲୀର ଅନେକ ଅଞ୍ଚଳରେ ଜଳ ଅଭାବର ସମ୍ମୁଖୀନ ହେଉଛନ୍ତି।

ଏନେଇ ଅନେକ ଅଞ୍ଚଳରେ ଲୋକମାନେ ବାଲ୍ଟି ଏବଂ ପାଇପ ସହିତ ପାଣି ଟ୍ୟାଙ୍କର୍‌ ପଛରେ ଦୌଡୁଥିବା ଦେଖିବାକୁ ମିଳିଛି। ଲୋକମାନେ ଲମ୍ବା ଧାଡିରେ ଠିଆ ହୋଇଛନ୍ତି। ସଙ୍କଟ ଏତେ ବଡ ଥିଲା ଯେ,ଏନେଇ ଗୁରୁବାର ଦିଲ୍ଲୀ ସରକାର ଜରୁରୀକାଳୀନ ବୈଠକ ଡକାଇଥିବାବେଳେ ଜଳ ଅପଚୟ ଉପରେ ଜରିମାନା ଲାଗୁ କରାଇଛନ୍ତି।ଏହି ହିଟ୍‌ଓ୍ବେଭ୍‌କୁ ନଜରରେ ରଖି ଆରଏମଏଲ ହସ୍ପିଟାଲରେ ହିଟ ଷ୍ଟ୍ରୋକ ରୋଗୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ନ୍ୟୁଜ ଏଜେନ୍ସି ଏଏନ୍‌ଆଇ ଗୀତା କଲୋନୀର ଏକ ଭିଡିଓ ସେୟାର କରିଛି ଯେଉଁଥିରେ ବହୁ ସଂଖ୍ୟାରେ ଲୋକ ଗୋଟିଏ ପାଇପରୁ ପାଣି ଭରିବା ପାଇଁ ସଂଘର୍ଷ କରୁଥିବା ଦେଖାଯାଉଛି।