Viral News: ମଣିଷକୁ ଗିଳି ଦେଲା କୁମ୍ଭୀର, ଦେଖନ୍ତୁ ଭିଡ଼ିଓ
Advertisement
Article Detail0/zeeodisha/odisha1635491

Viral News: ମଣିଷକୁ ଗିଳି ଦେଲା କୁମ୍ଭୀର, ଦେଖନ୍ତୁ ଭିଡ଼ିଓ

Viral News: କୁମ୍ଭୀର (crocodile)ବହୁତ ଭୟଙ୍କର । ଏକଥା ସମସ୍ତେ ଜାଣନ୍ତି । ସୋସିଆଲ ମିଡିଆରେ ମଧ୍ୟ କୁମ୍ଭୀର କେତେ ହିଂସ୍ର ହୋଇପାରେ ତାହାର ଭିଡିଓ ମଧ୍ୟ ଆପଣ ନିଶ୍ଚିତ ଦେଖିଥିବେ । କୁମ୍ଭୀର ମଣିଷଙ୍କୁ ମଧ୍ୟ ଗୋଟା ଗିଳି ଦିଏ ,ଏକଥା ମଧ୍ୟ ଆପଣ ନିଶ୍ଚୟ ଶୁଣିଥିବେ । ବର୍ତ୍ତମାନ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହାକୁ ଆପଣ ଦେଖିବା ମାତ୍ରେ ଲୋମ ଟାଙ୍କୁରି ଉଠିବ । ଇନଷ୍ଟାଗ୍ରାମ ଆକାଉଣ୍ଟ (Earth_animals_pix)ରୁ ଏକ ଭିଡିଓ ସେୟାରେ କରାଯାଇଛି ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Viral News: କୁମ୍ଭୀର (crocodile)ବହୁତ ଭୟଙ୍କର । ଏକଥା ସମସ୍ତେ ଜାଣନ୍ତି । ସୋସିଆଲ ମିଡିଆରେ ମଧ୍ୟ କୁମ୍ଭୀର କେତେ ହିଂସ୍ର ହୋଇପାରେ ତାହାର ଭିଡିଓ ମଧ୍ୟ ଆପଣ ନିଶ୍ଚିତ ଦେଖିଥିବେ । କୁମ୍ଭୀର ମଣିଷଙ୍କୁ ମଧ୍ୟ ଗୋଟା ଗିଳି ଦିଏ ,ଏକଥା ମଧ୍ୟ ଆପଣ ନିଶ୍ଚୟ ଶୁଣିଥିବେ । ବର୍ତ୍ତମାନ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହାକୁ ଆପଣ ଦେଖିବା ମାତ୍ରେ ଲୋମ ଟାଙ୍କୁରି ଉଠିବ । ଇନଷ୍ଟାଗ୍ରାମ ଆକାଉଣ୍ଟ (Earth_animals_pix)ରୁ ଏକ ଭିଡିଓ ସେୟାରେ କରାଯାଇଛି । ସେୟାର ହୋଇଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ବ୍ୟକ୍ତିଙ୍କୁ କୁମ୍ଭୀର ଗିଳି ଦେବା(person entered the crocodiles stomach) ସମୟରେ ସେହି ବ୍ୟକ୍ତିଙ୍କ ହାତ କୁମ୍ଭୀର ପାଟିରେ ବାହାରକୁ ଦେଖାଯାଉଥିଲା । ସେ ବ୍ୟକ୍ତି ଜଣକ ହାତ ଠାରି ସମସ୍ତଙ୍କୁ ସାହାର୍ଯ୍ୟ ପାଇଁ ଆକୁଳ ନିବେଦନ କରୁଥିଲେ। ଏ-ହା ଦେଖି ସ୍ଥାନୀୟ ଲୋକେଙ୍କ ସହାୟତାରେ ସେହି ବ୍ୟକ୍ତିଙ୍କୁ ଉଦ୍ଧାର କାରଯାଇଥିଲା। ତେବେ, ଏହି ଭିଡିଓ ବର୍ତ୍ତମାନ ବେଶ ଭାଇରାଲ୍ ହେବାରେ ଲାଗିଛି । ତେବେ, ଏହି ଭିଡିଓଟିକୁ ବର୍ତ୍ତମାନ ସୁଧା ୬.୬୫ ଲକ୍ଷରୁ ଅଧିକ ଲାଇକ୍ ମିଳିଛି । 

ନିକଟରେ ଏଭଳି ଏକ ଘଟଣା ମଧ୍ୟ କେନ୍ଦ୍ରାପଡା ଜିଲ୍ଲାରେ ଦେଖିବାକୁ ମିଳିଥିଲା।  ୪ ଜଣ ମହିଳା ଏକାଠି ମାଛ ଧରିବାକୁ ଯାଇଥିଲେ, ହେଲେ ଜଣଙ୍କୁ ଟାଣିନେଲା କୁମ୍ଭୀର । ଏପରି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅଞ୍ଚଳରେ । ଖରିନାସୀ ପଞ୍ଚାୟତ ୬ ନମ୍ବର ୱାର୍ଡର କୌଶଲ୍ୟା ମଣ୍ଡଳଙ୍କ ସମେତ ୪ ଜଣ ମହିଳା ମାଛ ଧରିବାକୁ ନିକଟରେ ଥିବା ଜୋରକୁ ଯାଇଥିଲେ । ହଠାତ ତାଙ୍କୁ କୁମ୍ଭୀର ଟାଣି ନେଇଥିଲା । ତାଙ୍କ ସହ ଯାଇଥିବା ମହିଳା କହିଛନ୍ତି, କୌଶଲ୍ୟାଙ୍କ ଡାକ ଶୁଣି ପଛକୁ ଫେରି ଚାହିଁଲା ବେଳକୁ ପାଣିରେ ବୁଡାଇ ସାରିଥିଲା କୁମ୍ଭୀର । ପାଟି ଶୁଣି ସ୍ଥାନୀୟ ଲୋକ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଅଧଘଣ୍ଟା ଧରି କୌଶଲ୍ୟାଙ୍କ ପତ୍ତା ମିଳିନଥିଲା । ଖୋଜାଖୋଜି କରିବା ପରେ ଲୋକଙ୍କ ଚିକ୍ରାର ଶୁଣି କୁମ୍ଭୀର ଛାଡ଼ି ପଳାଇଥିଲା । କୌଶଲ୍ୟା ପାଣିରେ ଭାସି ଉଠିଥିଲେ । ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କଲା ବେଳକୁ ସେ ମରି ସାରିଥିଲେ ।

 

Also Read : Odisha Crime News: ରାତିରେ କହିଲେ ଜୀବନ ପ୍ରତି ବିପଦ ଅଛି, ଆଉ ସକାଳୁ ମିଳିଲା ମୃତଦେହ

Also Read : Mo Bus: ଆଜିଠୁ ଆଉ ୬ଟି ନୂଆ ରୁଟରେ ଗଡ଼ିଲା ମୋ ବସ୍

ସେହିପରି ଏହାପୂର୍ବରୁ ମଧ୍ୟ ମାଲେସିଆର ତାୱା ଡିଭିଜନ ଲାହାଦ ଡାଟୁରେ  ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା। ଆଖି ପିଛୁଳାକେ ବାପାଙ୍କ ଆଖି ଆଗରେ ପୁଅକୁ କୁମ୍ଭୀର ଟାଣି ନେଇଥିବା ଜଣାପଡିଛି। ଶିଶୁ ପୁତ୍ରର ବୟସ ୧ବର୍ଷ ହେବ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷେ କୁମ୍ଭୀର ଆକ୍ରମଣରେ ବାପା ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ଗୁରୁବାର ସକାଳେ ଏକ ଡଙ୍ଗାରେ ବାପା ୧ ବର୍ଷର ଶିଶୁ ପୁତ୍ରକୁ ଧରି ମାଛ ମାରୁଥିଲେ। ସେତିକିବେଳେ ନଦୀରେ ଥିବା ୧୧ ଫୁଟ୍‌ ଲମ୍ବର ଏକ ବିଶାଳକାୟ କୁମ୍ଭୀର ଡଙ୍ଗା ପାଖକୁ ଚାଳିଆସି ଶିଶୁକୁ ଝାମ୍ପି ନେଇଥିଲା। ଏହା ଦେଖି ବାପା ନଦୀକୁ ଡେଇଁ କୁମ୍ଭୀର ସହ ଯୁଦ୍ଧ କରି ପୁଅକୁ ବଞ୍ଚାଇବା ପାଇଁ ଶତପ୍ରତି ଚେଷ୍ଟା କରିଥିଲେ। ହେଲେ ସେ ଦୁର୍ଭାଗ୍ୟବଶତଃ ପୁଅକୁ ବଞ୍ଚାଇ ପାରି ନ ଥିଲେ। ଅନ୍ୟପକ୍ଷେ କୁମ୍ଭୀର ଆକ୍ରମଣରେ ତାଙ୍କ ମୁଣ୍ଡ ଏବଂ ଶରୀର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ଅଗ୍ନିଶମ କର୍ମଚାରୀଙ୍କ ସହ ଉଦ୍ଧାର କରି ଦଳ ପହଞ୍ଚି ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲେ। ହେଲେ ଶିଶୁଙ୍କ କୌଣସି ପତ୍ତା ମିଳିପାରି ନାହିଁ। ପୁଅକୁ ହରାଇ ପରିବାର ମଧ୍ୟରେ ଶୋକରଛାୟା ଖେଳି ଯାଇଛି।