Advertisement
Article Detail0/zeeodisha/odisha2157315
Zee OdishaOdisha TrendingPetrol-Diesel Price: ଖସିଲା ପେଟ୍ରୋଲ-ଡିଜେଲ ଦର, ଆଜି ଓଡ଼ିଶାରେ ଲିଟର ପିଛା..

Petrol-Diesel Price: ଖସିଲା ପେଟ୍ରୋଲ-ଡିଜେଲ ଦର, ଆଜି ଓଡ଼ିଶାରେ ଲିଟର ପିଛା..

Petrol-Diesel Price: ଗୁରୁବାର ଦିନ ପେଟ୍ରୋଲ-ଡିଜେଲ ଦର ହ୍ରାସ ନେଇ ବଡ଼ ଘୋଷଣା କରିଛନ୍ତି ମୋଦି ସରକାର। ପେଟ୍ରୋଲ-ଡିଜେଲ ମୂଲ୍ୟ ଲିଟର ପିଛା ୨ ଟଙ୍କା ହ୍ରାସ କରାଯାଇଛି। ପେଟ୍ରୋଲ-ଡିଜେଲ ମୂଲ୍ୟ ହ୍ରାସ ହୋଇଥିବା ନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ଟ୍ୱିଟ୍ କରି ଜଣାଇଛନ୍ତି। 

Petrol-Diesel Price: ଖସିଲା ପେଟ୍ରୋଲ-ଡିଜେଲ ଦର, ଆଜି ଓଡ଼ିଶାରେ ଲିଟର ପିଛା..

Petrol-Diesel Price: ଗୁରୁବାର ଦିନ ପେଟ୍ରୋଲ-ଡିଜେଲ ଦର ହ୍ରାସ ନେଇ ବଡ଼ ଘୋଷଣା କରିଛନ୍ତି ମୋଦି ସରକାର। ପେଟ୍ରୋଲ-ଡିଜେଲ ମୂଲ୍ୟ ଲିଟର ପିଛା ୨ ଟଙ୍କା ହ୍ରାସ କରାଯାଇଛି। ପେଟ୍ରୋଲ-ଡିଜେଲ ମୂଲ୍ୟ ହ୍ରାସ ହୋଇଥିବା ନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ଟ୍ୱିଟ୍ କରି ଜଣାଇଛନ୍ତି। ତେବେ ମାର୍ଚ୍ଚ ୧୫ ତାରିଖ ତଥା ଆଜି ସାରା ଦେଶର ପେଟ୍ରୋଲ ଡିଜେଲ ମୂଲ୍ୟ ପ୍ରକାଶ ପାଇଛି। ଜାତୀୟ ସ୍ତରରେ ଇନ୍ଧନ ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛି।  ଶୁକ୍ରବାର ଦିନ ଦେଶର ପ୍ରମୁଖ ସହରଗୁଡ଼ିକରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲୋକମାନଙ୍କ ଚିନ୍ତା ବଢ଼ାଇ ଦେଇଛି। ଆସନ୍ତୁ ଜାଣିବା ଆସନ୍ତୁ ଜାଣିବା କେଉଁ ସହରରେ ଇନ୍ଧନ ଗ୍ୟାସର ମୂଲ୍ୟ କ’ଣ...

ଓଡ଼ିଶାରେ ଆଜି ପେଟ୍ରୋଲ ମୂଲ୍ୟ (୧ ଲିଟର)  ୧୦୦. ୯୨ ରହିଛି। ଗତ କାଲି ଅପେକ୍ଷା ୨ ଟଙ୍କା ହ୍ରାସ ଘଟିଛି। ସେହିପରି ଡିଜେଲ (୧ ଲିଟର) ୯୨.୫୦ ରହିଛି। ଗତକାଲି ଅପେକ୍ଷା ୧୭ ପଇସା ବୃଦ୍ଧି ହୋଇଛି। ଦେଶର ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ମୂଲ୍ୟ(୧ ଲିଟର) ୯୪.୭୬ ରହିଥିବା ବେଳେ ଡିଜେଲ (୧ ଲିଟର) ୮୭.୬୨ ରହିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ (୧ ଲିଟର) ୧୦୪.୩୧ ରହିଥିବା ବେଳେ ଡିଜେଲ(୧ ଲିଟର) ୯୪.୨୭ ରହିଛି। ସେପଟେ ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ(୧ ଲିଟର) ୧୦୨.୮୬ ରହିଥିବା ବେଳେ ଡିଜେଲ (୧ ଲିଟର) ୯୨.୨୪ ରହିଛି। କୋଲକାତାରେ ପେଟ୍ରୋଲ ମୂଲ୍ୟ (୧ ଲିଟର) ୧୦୪.୦୩ ରହିଥିବା ବେଳେ ଡିଜେଲ (୧ ଲିଟର) ୯୨.୭୬ ରହିଛି।

ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ କିଏ ସ୍ଥିର କରେ?

ଆମେ ଆପଣଙ୍କୁ କହିଦେଉଛୁ ଯେ, ଭାରତରେ ଇଣ୍ଡିଆନ୍ ଅଏଲ୍, ଭାରତ ପେଟ୍ରୋଲିୟମ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ ଭଳି ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ସ୍ଥିର କରନ୍ତି | ଏହା ପ୍ରତିଦିନ କରାଯାଇଥାଏ ଏବଂ ବିଶ୍ୱର ଅଶୋଧିତ ତୈଳ ମୂଲ୍ୟ ଉପରେ ଏହି ହାର ସ୍ଥିର କରାଯାଇଛି।

About the Author