Gold Rate Today: ସପ୍ତାହ ଶେଷରେ ଖସିଲା ସୁନା-ରୂପା ରେଟ୍, ଭୁବନେଶ୍ବରରେ ଭରି ପିଛା ଏତିକି ରହିଛି ଦର

Gold Rate Today: ଗ୍ରାହକଙ୍କ ପାଇଁ ବଡ଼ ଖବର। ସପ୍ତାହ ଶେଷ ବେଳକୁ ଖସିଲା ସୁନା ରେଟ୍ । ଗତକାଲି ସୁନା ଦର ବୃଦ୍ଧି ପାଇଥିବା ବେଳେ ଆଜି ସୁନା ରେଟ୍ ରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଆଗକୁ ଆସୁଛି ପାର୍ବଣ ଆଉ ତା ପୂର୍ବରୁ ଶସ୍ତା ହୋଇଛି ସୁନା । ଯଦି ଆପଣ ଆଜି ସୁନା-ରୂପା କିଣିବା ପାଇଁ ଯୋଜନା କରୁଛନ୍ତି । ତେବେ, ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ରେଟ୍?

Narmada Behera Fri, 30 Aug 2024-10:48 am,
1/5

ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ଦାମ୍ ୬୭,୦୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୭୩,୧୫୦ ଟଙ୍କା ରହିଛି । ତେବେ, ୨୨ ଓ ୨୪ କ୍ୟାରେଟ୍ ରେ ୧୦୦ ଟଙ୍କା ହ୍ରାସ ପାଇଛି।    ALSO READ: Weekly Horoscope: ଏହିସବୁ ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ ସେପ୍ଟେମ୍ବରର ପ୍ରଥମ ସପ୍ତାହ, ପଢନ୍ତୁ ସାପ୍ତାହିକ ରାଶିଫଳ

2/5

ଦେଶର ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ର ଦାମ୍ ୧୦ ଗ୍ରାମ୍ ପିଛା ୬୭,୨୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ରେ ରେଟ୍ ୭୩,୩୦୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୧୦୦ ଟଙ୍କା କମିଛି। 

3/5

ସେହିପରି, ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୭,୦୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୩,୧୫୦ ଟଙ୍କା ରହିଛି। ଏଠାରେ ମଧ୍ୟ ୨୨ ଓ ୨୪ କ୍ୟାରେଟ୍ ରେ ୧୦୦ ଟଙ୍କା ହ୍ରାସ ପାଇଛି। 

4/5

ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ର  ସୁନା ଦର ୧୦ ଗ୍ରାମ୍ ପିଛା ୬୭,୦୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୭୩,୧୫୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୧୦୦ ଟଙ୍କା ହ୍ରାସ ପାଇଛି। 

5/5

ସେହିପରି, ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୭,୦୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୩, ୧୫୦ ଟଙ୍କା ରହିଛି। ତେବେ, ଆଣେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ,  ୨୨ ଓ ୨୪ କ୍ୟାରେଟ୍ ରେ ୧୦୦ ଟଙ୍କା ଖସିଛି। ସେହିପରି, ରୂପା କେଜି ପିଛା ୫୦୦ ଟଙ୍କା ହ୍ରାସ ହୋଇ କେଜି ପିଛା ଦର ୯୩,୦୦୦ ହଜାରରେ ପହଞ୍ଚିଛି। 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link