Advertisement
Photo Details/zeeodisha/odisha1263081
photoDetails0hindi

ଦିଲ୍ଲୀ ପ୍ରସିଦ୍ଧ ଚାନ୍ଦିନୀ ଚୌକର ରୋଚକ କାହାଣୀ; ଜାଣନ୍ତୁ, କାହିଁକି ଏହି ବଜାର ବସାଇଥିଲେ ମୋଗଲ ସମ୍ରାଟ

ଆପଣ ଜାଣନ୍ତି କି ସମ୍ରାଟ ଦିଲ୍ଲୀ ପ୍ରସିଦ୍ଧ ଚାନ୍ଦିନୀ ଚୌକ ଗଠନ ର କୌତୁକ କାହାଣୀ , ମୋଗଲ ସମ୍ରାଟ ଶାହଜାହାନ ଏହି ଖାସ କାରଣ ପାଇଁ ବନେଇଥିଲେ ବଜାର ଚାନ୍ଦିନୀ ଚଉକ କାହିଁକି ନିର୍ମାଣ କଲେ?

1/5

ଏହି ବିଶେଷ କାରଣ ପାଇଁ ଶାହ ଜାହାନ 'ଚାନ୍ଦିନୀ ଚୌକ' ନିର୍ମାଣ କରିଥିଲେ ।

2/5
ଏହି ବିଶେଷ କାରଣ ପାଇଁ ଶାହ ଜାହାନ 'ଚାନ୍ଦିନୀ ଚୌକ' ନିର୍ମାଣ କରିଥିଲେ ।

ଚାନ୍ଦିନୀ ଚୌକ ମୋଗଲ ସମ୍ରାଟ ଶାହା-ଜାହାନଙ୍କ ସମୟରେ ନିର୍ମିତ ହୋଇଥିଲା। ସେ ଏହାକୁ ତାଙ୍କ ଝିଅ ସେହଜାଦୀ ଜାହାନାରା ପାଇଁ ନିର୍ମାଣ କରିଥିଲେ । ଜାହାନାରା ସପିଂକୁ ବହୁତ ଭଲ ପାଉଥିଲେ । କୁହାଯାଏ, ସେ ସପିଂ ପାଇଁ ଦୂର ସ୍ଥାନକୁ ଯାଉଥିଲେ । ଯେଉଁଥିପାଇଁ ଯିବା ଆସିବା କରିବାକୁ ଅଧିକ  ସମୟ ନେଇଥାଏ ଏବଂ ଏହି କାରଣ ରୁ ରାଜକୁମାରୀ ଅନେକ ଦିନ ଘରୁ ଦୂରରେ ରହିଥା’ନ୍ତି । ଏହି କାରଣରୁ ଶାହା-ଜାହାନ ଏକ ବଜାର ତିଆରି କରିବାକୁ ଚିନ୍ତା କରିଥିଲେ, ଯେଉଁଠାରେ ସମସ୍ତ ପ୍ରକାର ସାମଗ୍ରୀ ଉପଲବ୍ଧ ହେବ । ବଜାର ହେବା ଦ୍ୱାରା ସମସ୍ତ ବଡ ବ୍ୟବସାୟୀ ଏଠାକୁ ଆସିବେ ଯାହାଦ୍ୱାରା ରାଜକୁମାରୀ ଙ୍କୁ ଅଧିକ ବାହାରକୁ ଯିବାକୁ ପଡିବ ନାହିଁ ।

3/5

ଏହା ପରେ ୧୬୫୦ ମସିହାରେ ଚାନ୍ଦିନୀ ଚୌକ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହା ସବୁଠାରୁ ଅଲଗା ବଜାର ହେବା ଉଚିତ୍ ବୋଲି ଶାହ- ଜାହାନ କହିଥିଲେ। ଏହାକୁ ଧ୍ୟାନରେ ରଖି ବଜାରକୁ ଚାରିକୋଣିଆ (ବର୍ଗାକାର) କରାଯାଇଥିଲା । ଯମୁନା ନଦୀ ପାଣି ଆସିବାକୁ ଏଠାରେ ଖାଲି ସ୍ଥାନ ଛଡା ଯାଇଥିଲା ।

4/5

କୁହାଯାଏ ଯେ ଯେତେବେଳେ ବଜାର ଆରମ୍ଭ ହେଲା, ପ୍ରଥମ ରାତିରେ ଯମୁନା ନଦୀ ଉପରେ ପଡୁଥିବା ଚନ୍ଦ୍ରର ଆଲୋକ ଦ୍ୱାରା ଏହା ଝଟକୁଥିଲା । ତେଣୁ ଏହାର ନାମ ଚାନ୍ଦିନୀ ଚୌକ ରହିଲା ।ଏହାଛଡା ଆଉ ଏକ କିମ୍ବଦନ୍ତୀ ମଧ୍ୟ ରହିଛି ଯେ ଏଠାରେ ରୂପା ର  ସର୍ବାଧିକ କାରବାର ହୋଇଥିଲା, ତେଣୁ ଏହାର ନାମ ଚାନ୍ଦିନୀ ଚୌକ ରହିଲା  । ଏହି ବଜାର ର ଆକର୍ଷଣ ଏତେ ଥିଲା କି ଏଠାକୁ ଦେଶ ଛଡା ବିଦେଶ ରୁ ମଧ୍ୟ ବଡ ବ୍ୟବସାୟୀମାନେ ଏଠାକୁ ଆସୁଥିଲେ ।

5/5

ପ୍ରାୟ ୧.୩ କିଲୋମିଟର ଅଞ୍ଚଳରେ ବିସ୍ତୃତ ଏହି ବଜାର ରେ ସେହି ସମୟରେ ଏହି ବଜାରରେ ପ୍ରାୟ ୧୫୦୦ ଦୋକାନ ଥିଲା । ଆଜି ଚାନ୍ଦିନୀ ଚୌକ ର ରୂପ ବହୁତ ବଦଳିଛି । ଏହାକୁ ଆଧୁନିକୀକରଣ କରାଯାଇଛି କିନ୍ତୁ ଆଜି ମଧ୍ୟ ଏହା ପୂର୍ବଭଳି ପ୍ରସିଦ୍ଧ । ଯଦି ଆପଣ କେବେ ଦିଲ୍ଲୀ ଆସନ୍ତି, ତେବେ ଏଠାରେ ଚାନ୍ଦିନୀ ଚୌକ ଦେଖିବାକୁ ଭୁଲନ୍ତୁ ନାହିଁ ।