Advertisement
Photo Details/zeeodisha/odisha2392436
photoDetails0hindi

PM Kisan Yojana: କେବେ ମିଳିବ ପିଏମ କିସାନର ୧୮ତମ କିସ୍ତି? ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର

PM Kisan Samman Nidhi Yojana: ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ କିସାନ ସମ୍ମାନନିଧି ଯୋଜନା ଏକ କୃଷଙ୍କ ପାଇଁ ଏକ ଚମତ୍କାର ଯୋଜନା। 

1/5

PM Kisan Samman Nidhi Yojana: ପ୍ରତ୍ୟେକ କିସ୍ତିରେ 2 ହଜାର ଟଙ୍କା ଲେଖାଏଁ ସିଧାସଳଖ DBT ମାଧ୍ୟମରେ କୃଷକଙ୍କ ବ୍ୟାଙ୍କ ଖାତାକୁ ପଠାଯାଇଥାଏ । ବର୍ତ୍ତମାନ ପର୍ଯ୍ୟନ୍ତ ପିଏମ କିସାନ ଯୋଜନାରେ ମୋଟ 17 କିସ୍ତି ପ୍ରଦାନ କରାଯାଇସାରିଛି । ବର୍ତ୍ତମାନ ଚାଷୀଭାଈମାନେ ପିଏମ କିସାନ ଯୋଜନାର 18 ତମ କିସ୍ତିକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଭାରତ ସରକାର ଅକ୍ଟୋବର ମାସରେ ପିଏମ କିସାନ ସମ୍ମାନ ନିଧି ଯୋଜନାର 18 ତମ କିସ୍ତି ପ୍ରଦାନ କରିପାରନ୍ତି ।

2/5

କିନ୍ତୁ ଏ ସମ୍ପର୍କରେ ସରକାରୀ ସ୍ତରରୁ ଏପର୍ଯ୍ୟନ୍ତ କୌଣସି ସଠିକ ତାରିଖର ସୂଚନା ଦିଆଯାଇନାହିଁ । ଯଦି ଆପଣ ପିଏମ କିସାନ ସମ୍ମାନ ନିଧି ଯୋଜନାର 18 ତମ କିସ୍ତିର ଲାଭ ପାଇବାକୁ ଚାହୁଁଛନ୍ତି, ତେବେ ଶୀଘ୍ର ଆପଣ E-KYC କରିନେବା ଉଚିତ ।

3/5

ଆପଣଙ୍କୁ ସୂଚନା ଦେବାକୁ ଚାହୁଁ ଯେ, ଯଦି  E-KYC ପ୍ରକ୍ରିୟା ବିଷୟରେ ଆପଣ ଅଧିକ ଜାଣିବାକୁ ଚାହୁଁଛନ୍ତି ତେବେ ଆପଣ ସରକାରୀ ୱେବସାଇଟରୁ ସଠିକ ତଥ୍ୟ ଯାଞ୍ଚ କରିପାରିବେ । ଆପଣ ଚାହିଁଲେ ଖୁବ ସହଜରେ e-KYC କରିପାରିବେ । PM Kisan Samman Nidhi Yojana ରେ ଇ- KYC କରିବା ପାଇଁ ଆପଣଙ୍କୁ ପ୍ରଥମେ PM Kisan portal pmkisan.gov.in ଭିଜିଟ୍ କରିବାକୁ ହେବ ।

4/5

ଏହା ପରେ ଆପଣଙ୍କୁ ୱେବସାଇଟରେ ଇ- KYC ର ବିକଳ୍ପ ଚୟନ କରିବାକୁ ପଡିବ । ଏହା କରିବା ପରେ ଆପଣଙ୍କ ପରଦାରେ ଏକ ନୂଆ ପେଜ୍ ଖୋଲିବ । ସେଠାରେ ଆପଣଙ୍କୁ ଆଧାର ନମ୍ବର ପ୍ରଦାନ କରିବାକୁ ହେବ । ଏହାପରେ ସର୍ଚ୍ଚ ବଟନ୍ ଉପରେ କ୍ଲିକ୍ କରିବା ଦ୍ୱାରା ଆଉ ଏକ ପେଜ୍ ଓପନ ହେବ ।

5/5

ଏହା ପରେ ଆପଣଙ୍କ ଆଧାର କାର୍ଡ ସହିତ ଲିଙ୍କ୍ ହୋଇଥିବା ମୋବାଇଲ୍ ନମ୍ବର ପ୍ରଦାନ କରିବାକୁ ପଡିବ । ତାପରେ ଆପଣଙ୍କୁ OTP ପାଆନ୍ତୁ ବଟନ୍ ଉପରେ କ୍ଲିକ୍ କରିବାକୁ ପଡିବ । ଏହା ପରେ ପଞ୍ଜୀକୃତ ମୋବାଇଲ୍ ନମ୍ବରକୁ ଏକ OTP ଆସିବ । ଉକ୍ତ OTPକୁ ପ୍ରଦାନ କରିବା ପରେ ଆପଣ ସହଜରେ ଆପଣଙ୍କର ଇ- KYC କୁ ସମ୍ପୂର୍ଣ୍ଣ କରିପାରିବେ ।