Advertisement
Photo Details/zeeodisha/odisha2469130
photoDetails0hindi

Jio New Plans: ଜିଓ ଆଣିଲା ୭ଟି ଜବରଦସ୍ତ ଶସ୍ତା ପ୍ଲାନ୍, ସୁବିଧା ହେଲା ISD କଲିଂ

Reliance Jio New Recharge Plans: ଜିଓ ଏକକାଳୀନ ୭ଟି ରିଚାର୍ଜ ପ୍ଲାନ୍ ଆରମ୍ଭ କରିଛି ଯାହା ୨୧ ଟି ଦେଶ ପାଇଁ ଉପଲବ୍ଧ ହୋଇଛି । ଆସନ୍ତୁ ଜାଣିବା କେଉଁ ପ୍ଲାନରେ କେଉଁ ଲାଭ ପାଇବେ ଗ୍ରାହକ ।

1/8

Reliance Jio New Recharge Plans: ରିଲାଏନ୍ସ ଜିଓ ୨୧ ଟି ଦେଶ ପାଇଁ ୭ ଟି ନୂଆ ଆନ୍ତର୍ଜାତୀୟ ରିଚାର୍ଜ ପ୍ଲାନ ରିଲିଜ୍ କରିଛି । କମ୍ପାନୀ ଆନ୍ତର୍ଜାତୀୟ ସବସ୍କ୍ରାଇବର ଡାଏଲିଂ (ISD) ପ୍ଲାନ ରିଲିଜ୍ କରିଛି। ଏହି ପ୍ଲାନଗୁଡିକ ମଧ୍ୟରେ ସବୁଠାରୁ ଶସ୍ତା ରିଚାର୍ଜ ୩୯ ଟଙ୍କା ଏବଂ ସବୁଠାରୁ ମହଙ୍ଗା ପ୍ଲାନ ୯୯ ଟଙ୍କା ରହିଛି । ଯେଉଁଥିରେ ଆନ୍ତର୍ଜାତୀୟ ସବସ୍କ୍ରାଇବର ଡାଏଲିଂ ପ୍ଲାନ (ISD) ରହିଛି ।

2/8

Reliance Jio 39 Recharge Plans

ଜିଓର ୩୯ ଟଙ୍କା ପ୍ଲାନ୍ ଆମେରିକା ଏବଂ କାନାଡାକୁ ଆନ୍ତର୍ଜାତୀୟ କଲିଂ ସୁବିଧା ସହିତ ଆସିଛି । ୩୦ ମିନିଟ୍ ପର୍ଯ୍ୟନ୍ତ ଏହି କଲିଂ ସୁବିଧା ଗ୍ରାହକ ପାଇବେ 

3/8

Reliance Jio 49 Recharge Plans

ଜିଓର ୪୯ ଟଙ୍କା ପ୍ଲାନ ୨୦ ମିନିଟର କଲିଂ ସମୟ ସହିତ ଆସିଥାଏ । ଏହି ପ୍ଲାନ ବାଂଲାଦେଶକୁ କଲ କରିବା ପାଇଁ ଉପଲବ୍ଧ ।

4/8

Reliance Jio 59 Recharge Plans

ଜିଓର ୫୯ ଟଙ୍କା ପ୍ଲାନ ଚାରିଟି ଦେଶ ପାଇଁ ଉପଲବ୍ଧ । ଏହି ପ୍ଲାନ୍ ଆପଣାଇ ଥାଇଲ୍ୟାଣ୍ଡ, ମାଲେସିଆ, ସିଙ୍ଗାପୁର ଏବଂ ହଂକଂକୁ କଲ କରିପାରିବେ । ପ୍ଲାନରେ ୧୫ ମିନିଟର କଲିଂ ସମୟ ଉପଲବ୍ଧ ।

5/8

Reliance Jio 69 Recharge Plans

ଜିଓର ୬୯ ଟଙ୍କା ପ୍ଲାନ ଦୁଇଟି ଦେଶ ପାଇଁ ଉପଲବ୍ଧ ରହିଛି । ନ୍ୟୁଜିଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆକୁ ୧୫ ମିନିଟର କଲିଂ ସମୟ ଆପଣଙ୍କୁ ମିଳିବ ।

6/8

Reliance Jio 79 Recharge Plans

ଜିଓର ୭୯ ଟଙ୍କା ରିଚାର୍ଜ ପ୍ଲାନ ଚାରି ଦେଶ ପାଇଁ ଉପଲବ୍ଧ । ଏହି ଆନ୍ତର୍ଜାତୀୟ ପ୍ଲାନ୍ ଫ୍ରାନ୍ସ, ଜର୍ମାନୀ, ସ୍ପେନ୍ ଏବଂ ବ୍ରିଟେନ ପାଇଁ ଉପଲବ୍ଧ । ଏଥିରେ ଗ୍ରାହକମାନେ ୧୦ ମିନିଟ୍ କଲିଂ ସୁବିଧା ପାଆନ୍ତି ।

7/8

Reliance Jio 89 Recharge Plans

ଜିଓର ୮୯ ଟଙ୍କା ପ୍ଲାନ ଜାପାନ, ଚୀନ୍ ଏବଂ ଭୁଟାନ ପାଇଁ ଉପଲବ୍ଧ । ଏଥିରେ ୧୫ ମିନିଟର କଲିଂ ସୁବିଧା ଉପଲବ୍ଧ ।

8/8

Reliance Jio 99 Recharge Plans

ଜିଓର ୯୯ ଟଙ୍କା ପ୍ଲାନ୍ ମୋଟ ୫ ଟି ଦେଶ ପାଇଁ ଉପଲବ୍ଧ । ଏହି ପ୍ଲାନରେ ସାଉଦି ଆରବ, ୟୁଏଇ, କୁଏତ, ବହାରେନ ଏବଂ ତୁର୍କୀ ପାଇଁ ୧୦ ମିନିଟର କଲ୍ ସମୟ ସହିତ ଉପଲବ୍ଧ ।