Advertisement
Photo Details/zeeodisha/odisha1620779
photoDetails0hindi

Rupert Murdoch fifth Marriage: ଜାଣନ୍ତୁ କିଏ ଏହି ୯୨ ବର୍ଷିୟ ରୁପର୍ଟ ମର୍ଡକ? ଯାହାଙ୍କ ପଞ୍ଚମ ବିବାହକୁ ନେଇ ସାରାଦୁନିଆରେ ହେଉଛି ଚର୍ଚ୍ଚା

Rupert Murdoch fifth Marriage: ମିଡିଆ ମୋଗଲ ଭାବରେ ସାରା ବିଶ୍ୱରେ ଜଣାଶୁଣା ରୁପର୍ଟ ମର୍ଡକ ୯୨ ବର୍ଷ ବୟସରେ ତାଙ୍କ ବିବାହ କରିବାକୁ ନେଇ ଘୋଷଣା କରିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । କହିରଖୁଛୁ ଯେ ରୁପର୍ଟ ଏହା ପୂର୍ବରୁ ୪ଟି ବିବାହ କରିଛନ୍ତି । ବର୍ତ୍ତମାନ ନିର୍ବନ୍ଧ କରିବା ପରେ ୬୬ ବର୍ଷିୟ ଲେସଲି ସ୍ମିଥ୍ ତାଙ୍କର ପଞ୍ଚମ ପତ୍ନୀ ହେବାକୁ ଯାଉଛନ୍ତି ।

1/6

Rupert Murdoch fifth Marriage: ମିଡିଆ ମୋଗଲ ଭାବରେ ସାରା ବିଶ୍ୱରେ ଜଣାଶୁଣା ରୁପର୍ଟ ମର୍ଡକ ୯୨ ବର୍ଷ ବୟସରେ ତାଙ୍କ ବିବାହ କରିବାକୁ ନେଇ ଘୋଷଣା କରିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । କହିରଖୁଛୁ ଯେ ରୁପର୍ଟ ଏହା ପୂର୍ବରୁ ୪ଟି ବିବାହ କରିଛନ୍ତି । ବର୍ତ୍ତମାନ ନିର୍ବନ୍ଧ କରିବା ପରେ ୬୬ ବର୍ଷିୟ ଲେସଲି ସ୍ମିଥ୍ ତାଙ୍କର ପଞ୍ଚମ ପତ୍ନୀ ହେବାକୁ ଯାଉଛନ୍ତି ।

2/6

ନ୍ୟୁୟର୍କ ପୋଷ୍ଟ ରିପୋର୍ଟ ଅନୁଯାୟୀ, ଗତ ବର୍ଷ ମର୍ଡକ ତାଙ୍କର ଚତୁର୍ଥ ପତ୍ନୀଙ୍କଠାରୁ ଅଲଗା ହୋଇଥିଲେ । ଏହା ପରେ, ଗତ ବର୍ଷ ସେପ୍ଟେମ୍ବରରେ କାଲିଫର୍ନିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରୁପର୍ଟ ଲେସଲିଙ୍କୁ ଭେଟିଥିଲେ । ପରେ ମାର୍ଚ୍ଚ ୧୭ ରେ ସେଣ୍ଟ ପାଟ୍ରିକ୍ ଦିବସ ଅବସରରେ ସେ ନିଜ ସାଥୀଙ୍କୁ ପ୍ରପୋଜ କରିଥିଲେ । ଏବେ ଦୁହେଁ ବିବାହ କରିବାକୁ ଯାଉଛନ୍ତି ।

3/6

ନିଜର ପଞ୍ଚମ ବିବାହ ସଂପର୍କରେ ନ୍ୟୁୟର୍କ ପୋଷ୍ଟ ସହିତ କଥାବାର୍ତ୍ତା କରି ରୁପର୍ଟ କହିଛନ୍ତି, 'ସେ ପ୍ରେମରେ ପଡ଼ିବାକୁ ଭୟ କରୁଥିଲେ, କିନ୍ତୁ ସେ ଜାଣିଥିଲେ ଯେ ଏହି ପ୍ରେମ ତାଙ୍କର ଶେଷ ପ୍ରେମ ହେବ । ଏହା ଭଲ ହେବ ବୋଲି ସେମାନଙ୍କର ସମ୍ପୂର୍ଣ୍ଣ ଆଶା ଅଛି । ସେ ତାଙ୍କ ନିଷ୍ପତ୍ତିରେ ବହୁତ ଖୁସି ଅଛନ୍ତି । ରୁପର୍ଟ କହିଛନ୍ତି ଯେ ଆମେ ଦୁହେଁ ଆମ ଜୀବନର ଦ୍ୱିତୀୟାର୍ଦ୍ଧକୁ ଏକାଠି ବିତାଇବାକୁ ବହୁତ ଆଗ୍ରହୀ ଅଟୁ ।

4/6

ତାଙ୍କର ଭବିଷ୍ୟତ ପତ୍ନୀ ସନ ଫ୍ରାନ୍ସିସ୍କୋ ପୋଲିସ୍ ବିଭାଗର ଅଧକ୍ଷ ଲେସଲି ସ୍ମିଥ୍ ପୂର୍ବରୁ ଗାୟକ ତଥା ରେଡିଓ-ଟିଭି ପ୍ରଫେସନାଲ ଚେଷ୍ଟର ସ୍ମିଥଙ୍କୁ ବିବାହ କରିଥିଲେ । ୨୦୦୮ ରେ ତାଙ୍କ ମୃତ୍ୟୁ ପରେ ଲେସଲି ବିବାହ କରିନଥିଲେ । ବର୍ତ୍ତମାନ ସେ ରୁପର୍ଟଙ୍କୁ ବିବାହ କରିବାକୁ ଯାଇ ଖୁସି ଅଛନ୍ତି ।

5/6

ସନ ଫ୍ରାନ୍ସିସ୍କୋ ନିଜ ଖୁସି ବ୍ୟକ୍ତ କରି ସେ କହିଥିଲେ ଯେ, ସେ ୧୪ ବର୍ଷ ଧରି ବିଧବା ରହିଆସୁଛନ୍ତି । ରୁପର୍ଟଙ୍କ ପରି ତାଙ୍କ ସ୍ୱାମୀ ଜଣେ ବ୍ୟବସାୟୀ ଥିଲେ । ଯିଏ ସ୍ଥାନୀୟ ଖବରକାଗଜରେ କାମ କରିବା ସହିତ ରେଡିଓ ଏବଂ ଟିଭି ଷ୍ଟେସନ୍ ବିକଶିତ କରିଥିଲେ । ସେଥିପାଇଁ ସେ ରୁପର୍ଟଙ୍କ ଭାଷା ବୁଝନ୍ତି । ସେ କହିଛନ୍ତି ଯେ ସେମାନେ ଏପରି ଲୋକ ଯେଉଁମାନେ ଏକ ପ୍ରକାର ଜିନିଷ ଉପରେ ବିଶ୍ୱାସ କରନ୍ତି ।

6/6

୧୧ ମାର୍ଚ୍ଚ ୧୯୩୧ ମସିହାରେ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣରେ ଜନ୍ମ ହୋଇଥିବା ରୁପର୍ଟ ମର୍ଡକ ବର୍ତ୍ତମାନ ଆମେରିକାର ନାଗରିକ । ସେ ସମଗ୍ର ବିଶ୍ୱରେ ଶହ ଶହ ସ୍ଥାନୀୟ, ଜାତୀୟ ତଥା ଆନ୍ତର୍ଜାତୀୟ ପ୍ରକାଶନ ସଂସ୍ଥାଗୁଡ଼ିକର ମାଲିକ ଅଟନ୍ତି । ଯେଉଁଥିରେ 'ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍', 'ଦି ସନ୍' ଏବଂ ପବ୍ଲିକେସନ ହାଉସ ହରପର୍ଲିନ୍ସ, 'ନ୍ୟୁୟର୍କ ପୋଷ୍ଟ' ଓ ଫକ୍ସ ନେଟୱାର୍କ ମଧ୍ୟ ଅନ୍ତର୍ଭୁକ୍ତ ।