Punjab: ଅମିତ ଶାହଙ୍କ ପାଇଁ ଅମୃତସରରେ ହଙ୍ଗାମା, ଥାନା ଉପର ଆକ୍ରମଣ କଲେ ଅମୃତପାଲ ସିଂହ ସମର୍ଥକ
Advertisement
Article Detail0/zeeodisha/odisha1583738

Punjab: ଅମିତ ଶାହଙ୍କ ପାଇଁ ଅମୃତସରରେ ହଙ୍ଗାମା, ଥାନା ଉପର ଆକ୍ରମଣ କଲେ ଅମୃତପାଲ ସିଂହ ସମର୍ଥକ

Amritpal Singh Threatens Amit Shah:  ୱାରିସ୍ ପଞ୍ଜାବ ଦେ" ମୁଖ୍ୟ ଅମୃତପାଲ ସିଂହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ହତ୍ୟା କରିବେ ବୋଲି ଧମକ ଦେଇଥିଲେ। ଏନେଇ ଅମୃତପାଲ ସିଂହ କହିଥିଲେ ଯେ ଇନ୍ଦିରା ଗାନ୍ଧୀଙ୍କ ଭଳି ଅବସ୍ଥା ସହ ଅମିତ ଶାହାଙ୍କ ମଧ୍ୟ ହେବ। 

Punjab: ଅମିତ ଶାହଙ୍କ ପାଇଁ ଅମୃତସରରେ ହଙ୍ଗାମା, ଥାନା ଉପର ଆକ୍ରମଣ କଲେ  ଅମୃତପାଲ ସିଂହ  ସମର୍ଥକ

Amritpal Singh Supporter Attack On Ajnala Police Station: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ନେଇ ପଞ୍ଜାବ ଅମୃତସର ଜିଲ୍ଲାରେ ସୃଷ୍ଟି ହୋଇଛି ଏକ ବଡ଼ ଧରଣର ଉତ୍ତେଜନା। ଖାଲିସ୍ତାନୀ ସଙ୍ଗଠନ "ୱାରିସ୍ ପଞ୍ଜାବ ଦେ" ମୁଖ୍ୟ ଅମୃତପାଲ ସିଂହଙ୍କ ସମର୍ଥକ ଅଜନାଲା ଥାନା ଉପରେ ଆକ୍ରମଣ କରିଛନ୍ତି। ଖଣ୍ଡା ତଲୱାର ଧରି ଏକାଠି ହୋଇଥିବା ହଜାର ହଜାର ଲୋକ ଅମୃତପାଲ ସିଂହଙ୍କ ସହଯୋଗୀ ଲଭପ୍ରୀତ ତୁଫାନଙ୍କ ଗିରଫଦାରୀକୁ ବିରୋଧ କରିଥିଲେ। ଉତ୍ତ୍ୟକ୍ତ ଲୋକଙ୍କ ଭିଡ ବ୍ୟାରିକେଡିଂ ଭାଙ୍ଗି ଥାନା ପରିସରରେ ପ୍ରବେଶ କରିଥିଲେ। 

"ୱାରିସ୍ ପଞ୍ଜାବ ଦେ" ମୁଖ୍ୟ ଅମୃତପାଲ ସିଂହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ହତ୍ୟା କରିବେ ବୋଲି ଧମକ ଦେଇଥିଲେ। ଏନେଇ ଅମୃତପାଲ ସିଂହ କହିଥିଲେ ଯେ ଇନ୍ଦିରା ଗାନ୍ଧୀଙ୍କ ଭଳି ଅବସ୍ଥା ସହ ଅମିତ ଶାହାଙ୍କ ମଧ୍ୟ ହେବ। ଅମୃତପାଲ ସିଂହଙ୍କ ସହଯୋଗୀ ଲଭପ୍ରୀତ ତୁଫାନଙ୍କ ଗିରଫଦାରୀ ବିରୋଧରେ ଅଜନାଲା ଥାନା ବାହାରେ ହଜାର ହଜାର ଲୋକ ଖଣ୍ଡା ଏବଂ ବନ୍ଧୁକ ଧରି ଏକାଠି ହୋଇଥିଲେ। ଗୁରୁବାର ଏକାଠି ହୋଇଥିବା ଲୋକ ବ୍ୟାରିକେଡ ଭାଙ୍ଗି ଥାନା ପରିସରରେ ପ୍ରବେଶ କରିଥିଲେ। ଏହି ଲୋକ ଥାନାକୁ ସମ୍ପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣକୁ ନେଇ ଯାଇଥିଲେ।

ପ୍ରାୟ ୩ ଦିନ ପୂର୍ବେ ଅଜନାଲା ପୋଲିସ ଅମୃତପାଲ ସିଂହଙ୍କ ସହଯୋଗୀ ଲଭପ୍ରୀତ ସିଂହ ତୁଫାନ ଏବଂ ଜତ୍ଥେଥାର ସାନ୍ଧୁଙ୍କୁ ସେମାନଙ୍କ ଘରୁ ଗିରଫ କରିଯାଇଥିଲା। ଗିରଫ ପରେ ଅମୃତପାଲ ସିଂହ ସୋସିଆଲ ମିଡିଆ ମାଧ୍ୟମରେ ଏ ସମ୍ପର୍କରେ ସୂଚନା ଦେଇଥିଲେ। ଅମୃତପାଲ ତାଙ୍କ ସମର୍ଥକଙ୍କୁ ନଗର ଜଲୁପୁର କେଡା ପହଞ୍ଚିବାକୁ ନିବେଦନ କରିଥିଲେ। ଅଜନାଲା ଥାନା ଉପରେ ହୋଇଥିବା ଆକ୍ରମଣ ଅମୃତପାଲ ସିଂହଙ୍କ ନିର୍ଦ୍ଦେଶରେ ହୋଇଥିବା ଆଶଙ୍କା କରାଯାଉଛି।