DA Hike: ସରକାର ଦେଲେ ଖୁସି ଖବର! ବଢ଼ିଲା ରେଳ କର୍ମଚାରୀଙ୍କ ଦରମା, ରେଳ ବିଭାଗ ବଢ଼ାଇଲା ମହଙ୍ଗା ଭତ୍ତା..
Advertisement
Article Detail0/zeeodisha/odisha1928373

DA Hike: ସରକାର ଦେଲେ ଖୁସି ଖବର! ବଢ଼ିଲା ରେଳ କର୍ମଚାରୀଙ୍କ ଦରମା, ରେଳ ବିଭାଗ ବଢ଼ାଇଲା ମହଙ୍ଗା ଭତ୍ତା..

DA Hike: କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସରକାରୀ କର୍ମଚାରୀଙ୍କର ମହଙ୍ଗା ଭତ୍ତା ବୃଦ୍ଧି ହେବା ପରେ ବର୍ତ୍ତମାନ ରେଳ ବୋର୍ଡ ମଧ୍ୟ ଏହା ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ରେଳ ବୋର୍ଡ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା (DA) କୁ ୪୨ ପ୍ରତିଶତରୁ ମୌଳିକ ବେତନର ୪୬ ପ୍ରତିଶତକୁ ବୃଦ୍ଧି କରାଯାଇଛି।

DA Hike: ସରକାର ଦେଲେ ଖୁସି ଖବର! ବଢ଼ିଲା ରେଳ କର୍ମଚାରୀଙ୍କ ଦରମା, ରେଳ ବିଭାଗ ବଢ଼ାଇଲା ମହଙ୍ଗା ଭତ୍ତା..

DA Hike: କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସରକାରୀ କର୍ମଚାରୀଙ୍କର ମହଙ୍ଗା ଭତ୍ତା ବୃଦ୍ଧି ହେବା ପରେ ବର୍ତ୍ତମାନ ରେଳ ବୋର୍ଡ ମଧ୍ୟ ଏହା ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ରେଳ ବୋର୍ଡ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା (DA) କୁ ୪୨ ପ୍ରତିଶତରୁ ମୌଳିକ ବେତନର ୪୬ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଏଥର ମଧ୍ୟ ରେଳ ବୋର୍ଡ ଡିଏକୁ ୪ ପ୍ରତିଶତ ବୃଦ୍ଧି କରିଛି। ଅକ୍ଟୋବର ୨୩ ତାରିଖରେ ଅର୍ଥାତ ଗତକାଲି ବୋର୍ଡ 'ଅଲ ଇଣ୍ଡିଆ ରେଳବାଇ ଏବଂ ଉତ୍ପାଦନ ୟୁନିଟ୍'ର ଜେନେରାଲ ମ୍ୟାନେଜର ତଥା ମୁଖ୍ୟ ପ୍ରଶାସକଙ୍କୁ ଏକ ଚିଠି ଲେଖିଛି।

୧୫ ହଜାର କୋଟି ଟଙ୍କାର ବୋନସ ଅନୁମୋଦନ-

ବୋର୍ଡ ଲେଖିଛି ଯେ ରେଳ କର୍ମଚାରୀଙ୍କ(Railway Employees) ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କରଗାଯିବାରୁ ସ୍ୱାଗତ କରୁଛୁ। ଏହାକୁ ବର୍ତ୍ତମାନର ୪୨ ପ୍ରତିଶତରୁ ୪୬ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଜୁଲାଇ ୧ରୁ ଏହା କାର୍ଯ୍ୟକାରୀ ହେବ। କେନ୍ଦ୍ର କ୍ୟାବିନେଟ୍ ୧୫ ହଜାର କୋଟି ଟଙ୍କାର ବୋନସ୍ ଅନୁମୋଦନ କରିବା ପରେ ରେଳବାଇ ଏହି ଘୋଷଣା କରିଛି। ଏଥିରେ ସରକାରୀ କର୍ମଚାରୀଙ୍କ ପାଇଁ DA ରେ ୪ ପ୍ରତିଶତ ବୃଦ୍ଧି ମଧ୍ୟ ଅନ୍ତର୍ଭୁକ୍ତ ।କର୍ମଚାରୀମାନେ ଜୁଲାଇରୁ ବକେୟା ରାଶି ସହିତ ଆସନ୍ତା ମାସର ବେତନରେ DA ବୃଦ୍ଧି ପାଇବେ।

ଦୀପାବଳି ପୂର୍ବରୁ ଏହି ଘୋଷଣାକୁ ସ୍ୱାଗତ କରାଯାଇଛି-

ଦୀପାବଳି ପୂର୍ବରୁ ଏହି ଘୋଷଣାକୁ ରେଳ କର୍ମଚାରୀ ସଂଘ ସ୍ୱାଗତ କରିଛି। ଅଲ ଇଣ୍ଡିଆ ରେଳବାଇ ଫେଡେରେଶନର ସାଧାରଣ ସମ୍ପାଦକ ଶିବ ଗୋପାଳ ମିଶ୍ର କହିଛନ୍ତି, 'କର୍ମଚାରୀମାନେ ଜୁଲାଇରୁ ଡିଏ ପାଇବାକୁ ଯାଉଥିଲେ, ତେଣୁ ଏହା ପାଇବା କର୍ମଚାରୀଙ୍କ ଅଧିକାର ଥିଲା। ଦୀପାବଳି ପୂର୍ବରୁ ଏହାର ଦେୟ ଘୋଷଣା କରିବାର ଏ  ନିଷ୍ପତ୍ତିକୁ ମୁଁ ସ୍ୱାଗତ କରୁଛି । ଭାରତୀୟ ରେଳବାଇର ନ୍ୟାସନାଲ ଫେଡେରେଶନର ସାଧାରଣ ସମ୍ପାଦକ ଏମ ରାଘଭାଇ କହିଛନ୍ତି ଯେ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ ଆଧାରରେ ଡିଏ ପ୍ରଦାନ କରାଯାଇଛି।

ଏହାପୂର୍ବରୁ କେନ୍ଦ୍ରୀୟ କ୍ୟାବିନେଟ ରେଳ କର୍ମଚାରୀଙ୍କ ପାଇଁ ୭୮ ଦିନ ବୋନସ ଘୋଷଣା କରିଥିଲା। ଏହି ବୋନସ ଟଙ୍କା ଦୀପାବଳି ପୂର୍ବରୁ ରେଳ କର୍ମଚାରୀଙ୍କୁ ପ୍ରଦାନ କରାଯିବା ନେଇ ନିଷ୍ପତ୍ତି ମଧ୍ୟ ହୋଇଥିଲା। ଏହା ବ୍ୟତୀତ କ୍ୟାବିନେଟ ବୈଠକରେ କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏକୁ ୪୨ ପ୍ରତିଶତରୁ ୪୬ ପ୍ରତିଶତକୁ ବୃଦ୍ଧି କରିବାକୁ ମଧ୍ୟ ଘୋଷଣା କରାଯାଇଛି।

Also Read: DA Hike: କେନ୍ଦ୍ରୀୟ କର୍ମଚାରୀଙ୍କ ଲାଗିଲା ଲଟେରି, ସରକାରଙ୍କ ନିଷ୍ପତ୍ତି ଯୋଗୁଁ ୨୭୦୦୦ ବୃଦ୍ଧି ପାଇବ ଟଙ୍କା ଦରମା, ଜାଣନ୍ତୁ କିପରି?