Rail Budget 2024: ସଂସଦରେ ଆଗତ ହେଲା ରେଳ ବଜେଟ; ପ୍ରତିକ୍ରିୟା ରଖିଲେ ରେଳମନ୍ତ୍ରୀ
Advertisement
Article Detail0/zeeodisha/odisha2090127

Rail Budget 2024: ସଂସଦରେ ଆଗତ ହେଲା ରେଳ ବଜେଟ; ପ୍ରତିକ୍ରିୟା ରଖିଲେ ରେଳମନ୍ତ୍ରୀ

Railway Minister Ashwini Vaishnaw Press Conference Today: ସାମ୍ବାଦିକ ସମ୍ମିଳନୀ କରି ରେଳ ବଜେଟ 2024 ଉପରେ ପ୍ରତିକ୍ରିୟା ରଖିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। 

 Rail Budget 2024: ସଂସଦରେ ଆଗତ ହେଲା ରେଳ ବଜେଟ; ପ୍ରତିକ୍ରିୟା ରଖିଲେ ରେଳମନ୍ତ୍ରୀ

Railway Minister Ashwini Vaishnav PC on Rail Budget 2024: ଫେବୃଆରୀ ୧ ତାରିଖ ଗୁରୁବାର ସଂସଦରେ ଉପସ୍ଥାପିତ ହୋଇଛି ୨୦୨୪-୨୫ ଆର୍ଥିକ ବର୍ଷର ମଧ୍ୟବର୍ତ୍ତୀକାଳୀନ ବଜେଟ୍। ଚଳିତ ଆର୍ଥିକ ବର୍ଷରେ ଆଗତ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ରେଳ ବଜେଟ ସମ୍ପର୍କରେ ଭିଡିଓ କନଫରେନ୍ସିଂ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏହି ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ରେଳମନ୍ତ୍ରୀ କହିଛନ୍ତି ଯେ ବିଗତ ୧୦ ବର୍ଷ ମଧ୍ୟରେ ରାଜ୍ୟର ରେଳ ବିଭାଗରେ ଦ୍ରୁତ ପରିବର୍ତ୍ତନ ଦେଖିବାକୁ ମିଳିଛି। ୨୦୨୪ ବର୍ଷର ମଧ୍ୟବର୍ତ୍ତୀ ବଜେଟ୍ ରେ ରାଜ୍ୟରେ ରେଳ ଭିତ୍ତିଭୂମି ତଥା ସୁରକ୍ଷା ପ୍ରକଳ୍ପ ପାଇଁ ୧୦,୫୩୬ କୋଟି ଟଙ୍କା ପାଣ୍ଠି ଆବଣ୍ଟିତ କରାଯାଇଛି। ଯାହା ୧୦ ବର୍ଷ ପୂର୍ବରୁ ଆବଣ୍ଟିତ ହୋଇଥିବା ହାରାହାରି ପାଣ୍ଠି ଠାରୁ ୧୧୫୭% ଅଧିକ।

ଭାରତୀୟ ରେଳବାଇ ପକ୍ଷରୁ ଆଧୁନିକ ଜ୍ଞାନକୌଶଳ ଏବଂ ସୁବିଧା ସହିତ ବନ୍ଦେ ଭାରତ, ଅମୃତ ଭାରତ ଆଦି ଅନେକ ଆଧୁନିକ ଟ୍ରେନ୍ ଚଳାଚଳ କରୁଛି। ଯାହା ଯୁବ ପିଢିଙ୍କ ଦ୍ୱାରା ବହୁତ ଭଲ ପ୍ରତିକ୍ରିୟା ଏବଂ ପ୍ରଶଂସା ପାଇଛି। ଆଗାମୀ ଦିନରେ ବନ୍ଦେ ମେଟ୍ରୋ ଏବଂ ବନ୍ଦେ ସ୍ଲିପର ଭଳି ଟ୍ରେନ୍ ଚଳାଇବାକୁ ଯୋଜନା କରାଯାଇଛି। ରେଳ ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ବର୍ତ୍ତମାନ ଅମୃତ ଭାରତ ଷ୍ଟେସନ ଯୋଜନା ଅଧିନରେ ରାଜ୍ୟର ୫୮ ରେଳ ଷ୍ଟେସନ ବିକାଶ ପାଇଁ କାର୍ଯ୍ୟ ଚାଲିଛି। 

ସେହିପରି ରାଜ୍ୟର ୪୨ ରେଳ ଷ୍ଟେସନ ଠାରେ "ଏକ ଷ୍ଟେସନ୍ ଏକ ପ୍ରଡକ୍ଟ ଷ୍ଟଲ୍" ଅଧିନରେ ସ୍ଥାନୀୟ ହସ୍ତତନ୍ତ, ହ୍ୟାଣ୍ଡଲୁମ୍ ଏବଂ ଅନ୍ୟାନ୍ୟ ସ୍ଥାନୀୟ ଉତ୍ପାଦ ବିକ୍ରୟ ପାଇଁ ବ୍ୟବସ୍ଥା ହେଇଛି। 
ରାଜ୍ୟରେ ଶତ ପ୍ରତିଶତ ରେଳ ବିଦ୍ୟୁତୀକରଣ କାର୍ଯ୍ୟ ଶେଷ ହୋଇସାରିଛି। ଭୁବନେଶ୍ୱର, ପୁରୀ ଏବଂ କଟକ ରେଳ ଷ୍ଟେସନ ଠାରେ ଇଣ୍ଟିଗ୍ରେଟେଡ୍ ଷ୍ଟେସନ୍ ବିକାଶ କାର୍ଯ୍ୟ ସମ୍ପୂର୍ଣ୍ଣ ବେଗରେ ଚାଲିଛି। ଖୋର୍ଦ୍ଧା-ବଲାଙ୍ଗୀର, ତାଳଚେର-ବିମଳାଗଡ ସମେତ ଅନ୍ୟାନ୍ୟ ପ୍ରକଳ୍ପ ପାଇଁ ମଧ୍ୟ କାର୍ଯ୍ୟ ଚାଲିଛି।

ଖୋର୍ଦ୍ଧା ରୋଡ଼ ମଣ୍ଡଳ କାର୍ଯ୍ୟାଳୟ ସଭା ଗୃହରେ ଆୟୋଜିତ ହୋଇଥିବା ଏହି ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ରୋଡ୍ ମଣ୍ଡଳ ରେଳ ପ୍ରବନ୍ଧକ ଏଚ୍.ଏସ ବାଜୱା, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ କଲ୍ୟାଣୀ ପଟ୍ଟନାୟକ, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଭିତ୍ତିଭୂମି) ସୁଭ୍ରା ଜ୍ୟୋତି ମଣ୍ଡଳ, ବରିଷ୍ଠ ମଣ୍ଡଳ ଇଞ୍ଜିନିୟର (ସମନ୍ୱୟ) ରବି ପ୍ରକାଶ ଯାଦବ, ବରିଷ୍ଠ ମଣ୍ଡଳ ପରିଚାଳକ ପ୍ରବନ୍ଧକ କେ.ସନ୍ଦୀପ, ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ଅମିତେଶ ଆନନ୍ଦ ପ୍ରମୁଖ ଉପସ୍ଥିତ ରହିଥିଲେ।