Railway Minister Ashwini Vaishnaw: ରାଜ୍ୟକୁ ନୂଆବର୍ଷ ଭେଟି ଦେଲେ ରେଳମନ୍ତ୍ରୀ
Advertisement
Article Detail0/zeeodisha/odisha2057044

Railway Minister Ashwini Vaishnaw: ରାଜ୍ୟକୁ ନୂଆବର୍ଷ ଭେଟି ଦେଲେ ରେଳମନ୍ତ୍ରୀ

Indian Railway:  ନୂଆବର୍ଷ ଅବସରରେ ରାଜ୍ୟକୁ ରେଳବାଇ କ୍ଷେତ୍ରରେ ଭେଟି ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। 

 

Railway Minister Ashwini Vaishnaw: ରାଜ୍ୟକୁ ନୂଆବର୍ଷ ଭେଟି ଦେଲେ ରେଳମନ୍ତ୍ରୀ

Railway Minister New Year Gift for Odisha: ନବ ବର୍ଷ ଅବସରରେ ରାଜ୍ୟକୁ ଭେଟି ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଆସନ୍ତା ଜାନୁଆରୀ ୧୩ ତାରିଖରେ ଗୋପୀନାଥପୁର ନୀଳଗିରି ବାଲେଶ୍ୱର ନୂତନ ମେମୁ ଟ୍ରେନ୍ ସେବାକୁ ସବୁଜାପତାକା ପ୍ରଦର୍ଶନ କରିବେ ଶୁଭାରମ୍ଭ। ସେହିପରି ବାଲେଶ୍ୱର-ଗୋପୀନାଥପୁର ନୀଳଗିରି ଯାତ୍ରୀବାହୀ ଲାଇନ୍ ଲୋକାର୍ପଣ, ଉପମାର୍ଗ (ସବ୍ ୱେ) ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ବେତନଟୀ ରେଳ ଷ୍ଟେସନ ଠାରେ ପିଆରଏସ୍ ବୁକିଂ କାଉଣ୍ଟର ଉଦଘାଟନ କରିବେ।

ଗୋପୀନାଥପୁର ନୀଳଗିରି ଏବଂ ବାଲେଶ୍ୱର ମଧ୍ୟରେ ନୂତନ ଯାତ୍ରୀବାହୀ ଲାଇନ୍ ଉଦଘାଟନ ହେବା ଦ୍ୱାରା ସ୍ଥାନୀୟ ଅଞ୍ଚଳର ଲୋକେ ପ୍ରଥମଥର ପାଇଁ ଯାତ୍ରୀବାହୀ ଟ୍ରେନ୍ ସେବା ପାଇପାରିବେ। ପ୍ରତିଦିନ ପ୍ରାୟ ୩ ଯୋଡ଼ା ମେମୁ ଟ୍ରେନ୍ ଗୋପୀନାଥପୁର-ନୀଳଗିରି-ବାଲେଶ୍ୱର ମାର୍ଗରେ ଚଳାଚଳ କରିବ। 

ସେହିପରି ବେତନଟୀ ଠାରେ ନୂତନ ପିଆରଏସ୍ କାଉଣ୍ଟର ସଂରକ୍ଷିତ ଟିକେଟ ବୁକିଂ ବ୍ୟବସ୍ଥା ଆରମ୍ଭ କରାଯିବ। ଯାହା ଯାତ୍ରୀଙ୍କ ପାଇଁ ବେଶ ଲାଭଦାୟକ ହେବ। ବେତନଟୀ ରେଳ ଷ୍ଟେସନ ଠାରେ ଅଧିକ ଯାତ୍ରୀ ସୁବିଧା ଏବଂ ନିରାପତ୍ତା ବ୍ୟବସ୍ଥା  ପାଇଁ ଏକ ଉପମାର୍ଗ (ସବ୍ ୱେ) ନିର୍ମାଣ କରାଯିବ। ଯାହା ରେଳ ଷ୍ଟେସନ ଆସୁଥିବା ଯାତ୍ରୀଙ୍କ ପ୍ରବେଶ ଏବଂ ପ୍ରସ୍ଥାନକୁ ସୁନିଶ୍ଚିତ କରିବ। ଏହା ସହିତ ସ୍ଥାନୀୟ ବାସିନ୍ଦା ରେଳ ଧାରଣା ଅତିକ୍ରମ ନ କରି ଉପମାର୍ଗ (ସବ୍ ୱେ) ଦେଇ ସୁରକ୍ଷିତ ଭାବେ ଯାତାୟାତ କରିପାରିବେ।  

ରାଜ୍ୟକୁ ରେଳମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ନୂଆବର୍ଷ ଭେଟି 

  • ୨୦୨୪ ଜାନୁଆରୀ ୧୩ ତାରିଖରେ  ନୂଆ ମେମୁ ଟ୍ରେନ୍ ସେବାର ହେବ ଶୁଭାରମ୍ଭ
  • ବାଲେଶ୍ୱର-ଗୋପୀନାଥପୁର ନୀଳଗିରି ପାସେଞ୍ଜର ଲାଇନ୍ ହେବ ଲୋକାର୍ପିତ
  • ବେତନଟୀ ଠାରେ ଉପମାର୍ଗ (ସବ୍ ୱେ) ପାଇଁ ହେବ ଭିତ୍ତିପ୍ରସ୍ତର ସ୍ଥାପନ 
  • ବେତନଟୀ ଠାରେ ପିଆରଏସ୍ ବୁକିଂ କାଉଣ୍ଟର ହେବର ଉଦଘାଟିତ