Ratan Tata: ରତନ ଟାଟାଙ୍କୁ କିସ୍‍ ମାନବିକତା ସମ୍ମାନ
Advertisement
Article Detail0/zeeodisha/odisha2217584

Ratan Tata: ରତନ ଟାଟାଙ୍କୁ କିସ୍‍ ମାନବିକତା ସମ୍ମାନ

Ratan Tata: ଟାଟା ଗ୍ରୁପ୍‍ର ଚେୟାରମ୍ୟାନ୍‍ ରତନ ଟାଟାଙ୍କୁ ‘ସମ୍ମାନଜନକ କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ-୨୦୨୧’ ରେ ସମ୍ମାନିତ କରାଯାଇଛି।ମୁମ୍ବାଇ ସ୍ଥିତ ରତନ ଟାଟାଙ୍କ ବାସଭବନରେ ରତନ ଟାଟାଙ୍କୁ ସମ୍ମାନିତ କରିଛନ୍ତି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ(Achyuta Samanta)।

Ratan Tata: ରତନ ଟାଟାଙ୍କୁ କିସ୍‍ ମାନବିକତା ସମ୍ମାନ

Ratan Tata: ଟାଟା ଗ୍ରୁପ୍‍ର ଚେୟାରମ୍ୟାନ୍‍ ରତନ ଟାଟାଙ୍କୁ ‘ସମ୍ମାନଜନକ କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ-୨୦୨୧’ ରେ ସମ୍ମାନିତ କରାଯାଇଛି।ମୁମ୍ବାଇ ସ୍ଥିତ ରତନ ଟାଟାଙ୍କ ବାସଭବନରେ ରତନ ଟାଟାଙ୍କୁ ସମ୍ମାନିତ କରିଛନ୍ତି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ(Achyuta Samanta)। ଏହି ସମ୍ମାନ ପ୍ରଦାନ କରିବା ସମୟରେ ଟାଟା ଗ୍ରୁପ୍‍ର ଅଧ୍ୟକ୍ଷ ଏନ୍‍ ଚନ୍ଦ୍ରଶେଖରନ୍‍ ଓ ତିନି ଥର ଗ୍ରାମି ପୁରସ୍କାର ବିଜେତା ରିକି କେଜ୍‍(Ricky kej) ଉପସ୍ଥିତ ଥିଲେ।

ରତନ ଟାଟାଙ୍କ ସମାଜସେବା ଓ ନେତୃତ୍ବ ପିଲାଟି ଦିନରୁ ମୋତେ ପ୍ରଭାବିତ କରିଛି, ଆଜି ଏହି ସମ୍ମାନ ପ୍ରଦାନ କରି ନିଜକୁ ଗୌରବାନ୍ବିତ ମନେ କରୁଥିବା ଶ୍ରୀ ସାମନ୍ତ(Sri Samanta) କହିଛନ୍ତି। ସାମାଜିକ ବିକାଶ ପ୍ରତି ପ୍ରତିବଦ୍ଧତା ଓ କର୍ପୋରେଟ ନେତୃତ୍ୱ କ୍ଷେତ୍ରରେ ସେ ସୃଷ୍ଟି କରିଥିବା ଉଦାହରଣ ପାଇଁ ତାଙ୍କୁ କିସ୍‍(KISS) ହ୍ୟୁମାନିଟାରିଆନ୍‍ ସମ୍ମାନ ପ୍ରଦାନ କରାଯାଇଛି। ପୂର୍ବରୁ ବିଶ୍ୱର ବହୁ ରାଷ୍ଟ୍ରନେତା, ନୋବେଲ୍‍ ବିଜେତା ଓ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ତେବେ ଏହି ସମ୍ମାନରେ ସମ୍ମାନିତ ହେବା ପରେ ଶ୍ରୀ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି  ରତନ ଟାଟା।