Realme: ୧୦ହଜାରରୁ କମ ଦାମରେ ୧୦୮ଏମପି କ୍ୟାମେରା ଫୋନ, ଆଇଫୋନ ୧୪ ପ୍ରୋ ମ୍ୟାକ୍ସ ଲୁକ୍
Advertisement
Article Detail0/zeeodisha/odisha1788406

Realme: ୧୦ହଜାରରୁ କମ ଦାମରେ ୧୦୮ଏମପି କ୍ୟାମେରା ଫୋନ, ଆଇଫୋନ ୧୪ ପ୍ରୋ ମ୍ୟାକ୍ସ ଲୁକ୍

Realme C53: ବଜାରକୁ ଆସିଲା ରିଅଲମିର ଏହି ଜବରଦସ୍ତ ଫୋନ୍ । ଆଇଫୋନ ପରି ଦେଖିବାକୁ ଏହାର ଲୁକ୍ ଓ କ୍ୟାମେରା ୧୦୮ଏମପି

Realme: ୧୦ହଜାରରୁ କମ ଦାମରେ ୧୦୮ଏମପି କ୍ୟାମେରା ଫୋନ, ଆଇଫୋନ ୧୪ ପ୍ରୋ ମ୍ୟାକ୍ସ ଲୁକ୍

Realme C53: ଭାରତୀୟ ବଜାରରେ ରିଅଲମି ଏକ ନୂଆ ଫୋନ ଲଞ୍ଚ କରିଛି । ମଡେଲର ନାମ ରହିଛି ସି୫୩ ( Realme C53)। ରିଅଲମି C53 ରେ ଲଞ୍ଚ ହେବାପରେ ଏହାକୁ ନେଇ ଖୁବ ଚର୍ଚ୍ଚା ଆଲୋଚନା ମଧ୍ୟ କରାଯାଉଛି । ଭାରତୀୟ ବଜାରରେ ଉପଲବ୍ଧ ହେଉଥିବା ରିଅଲମି ସି୫୩ ପୂର୍ବ ମଡେଲ୍ ଗୁଡିକ ଅପେକ୍ଷା ତିନୋଟି ବଡ଼ ପାର୍ଥକ୍ୟ ଦେଖିବାକୁ ମିଳିଛି । ଏହାର ଡିଜାଇନ ଗ୍ରାହକଙ୍କୁ ଖୁବ୍ ବସନ୍ଦ ଆସୁଥିବା କୁହାଯାଉଛି । ବ୍ୟାକ କ୍ୟାମେରା ଅଧିକ ମେଗାପିକ୍ସେଲ ମିଳିବା ସହିତ ହାଇସ୍ପିଡ୍ ଚାର୍ଜିଂକୁ ନେଇ ବେଶ୍ ଆଲୋଚନା ହେଉଛି । ତେବେ ଏହି ଫୋନ ସମ୍ପର୍କରେ କିଛି ବିଶେଷ ତଥ୍ୟ ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ଏଲମି ସି୫୩ର ଡିଜାଇନ୍ ଦେଖିବାକୁ ଆଇଫୋନ ପରି । କିଛି ଗ୍ରାହକ କହିଛନ୍ତି ଏହାର ଲୁକ୍  ଆଇଫୋନ୍ ୧୪ ପ୍ରୋ ମଡେଲ୍ ପରି ଦେଖାଯାଉଛି । ଭଲ କ୍ୟାମେରା କ୍ୱାଲିଟି ପାଇଁ ଏକ ଏଲଇଡି ଫ୍ଲାସ୍ ଲାଇଟ୍ ରହିଛି । ପଛରେ ତିନୋଟି ବୃତ୍ତାକାର କ୍ୟାମେରା ରହିଛି । ଏହି ସର୍କୁଲାର ମଡ୍ୟୁଲ ଗୁଡିକ ଫୋନର ଦକ୍ଷିଣ ପୂର୍ବ ଏସୀୟ ସଂସ୍କରଣ ପରି ପ୍ଲାଟଫର୍ମରେ ରଖିବା ପରିବର୍ତ୍ତେ ସିଧାସଳଖ ପଛ ପ୍ୟାନେଲରେ ରଖାଯାଇଛି । ଏହା ଫୋନକୁ ରିଅଲମି ଏକ ସ୍ୱତନ୍ତ୍ର ଲୁକ୍ ଦେଇଛି ଯାହା ବ୍ୟବହାରକାରୀଙ୍କୁ ଖୁବ୍ ଆକର୍ଷିତ କରୁଛି ।

ହ୍ୟାଣ୍ଡସେଟରେ ୧୬୦୦x ୭୨୦ ପିକ୍ସେଲ ଏଚଡି ପ୍ଲସ (HD +) ଏବଂ ୯୦ଏଚଜେଡ୍ (90Hz) ସତେଜ ହାର ସହିତ ୬.୭୪ ଇଞ୍ଚର ଏଲସିଡି ସ୍କ୍ରିନ୍ ରହିଛି । ଡିସପ୍ଲେଟି ଖୁବ୍ ଆକର୍ଷଣୀୟ ମଧ୍ୟ ଦେଖାଯାଉଛି । ଏହି ହ୍ୟାଣ୍ଡସେଟର ସ୍କ୍ରିନ୍-ଟୁ-ବଡି ଅନୁପାତ ୯୦.୩ ପ୍ରତିଶତ । ଏହାର ୧୮୦ଏଚଜେଡ୍ ଟଚ୍ ନମୁନା ସଂଗ୍ରହ ହାର ଅଛି ଏବଂ ୫୬୦ ନଟ୍ ଶିଖର ଉଜ୍ଜ୍ୱଳତା ସ୍ତରକୁ ସମର୍ଥନ କରେ । ଏହା ଆପଣଙ୍କୁ ଉନ୍ନତ ଏବଂ ସ୍ୱଚ୍ଛ ଗ୍ରାଫିକ୍ସ ପ୍ରଦାନ କରିବା ସହ ଭଲ ଭିଡିଓ ଦେଖିବାରେ ସାହାଯ୍ୟ କରିବ । ଏହି ଡିଭାଇସରେ ଆପଣ ଭଲ ଫଟୋଗ୍ରାଫି ଏବଂ ଭିଡିଓଗ୍ରାଫି କରିପାରିବେ । କାରଣ ଏହି ମୋବାଇଲ୍ ସେଟରେ ଆପଣ ପାଇବେ ୧୦୮ଏମପି କ୍ୟାମେରା । ଏହି କ୍ୟାମେରାର ସେନ୍ସର ଆପଣଙ୍କ ଫଟୋର କ୍ୱାଲିଟି ଖୁବ ଭଲ ରଖିବ । କେବଳ ଫଟୋ ନୁହେଁ ହାଇ କ୍ୱାଲିଟି ଭିଡିଓ ମଧ୍ୟ ଆପଣ ରେକର୍ଡ କରିପାରିବେ ।  ପ୍ରାଇମେରୀ ବ୍ୟତୀତ ସେକେଣ୍ଡାରୀ ମୋନୋକ୍ରୋମ୍ ସେନ୍ସର ୮ଏମପିର ରହିଛି । 

ଏହି ନୂଆ ଫୋନରେ ଆପଣ ୨ଟି ସିମ୍ ବ୍ୟବହାର କରିପାରିବେ । ଏଥିରେ ୪ଜି (4G), ଡୁଆଲ୍-ବ୍ୟାଣ୍ଡ ୱାଇଫାଇ ଏବଂ ବ୍ଲୁଟୁଥ୍ ୫.୦ ପାଇଁ ସପୋର୍ଟ ରହିଛି । ଏହି ଫୋନରେ ୫ହଜାର ଏମଏପର ବ୍ୟାଟେରୀ ପାୱାର ରହିଛି । ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ ଆପଣଙ୍କ ଫୋନକୁ ଲୋ ବ୍ୟାଟେରୀ ହେବା ଅସୁବିଧାରୁ ମୁକ୍ତ କରିବ ।

ସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ବିଷୟ ଏହା ଯେ, ରିଏଲମି ସି ୫୩ (Realme C53) ୪ଜିବି + ୧୨୮ଜିବିର ମୂଲ୍ୟ ମାତ୍ର ୯,୯୯୯ ଟଙ୍କା । ଯଦି ଆପଣ ୬ଜିବି + ୬୪ଜିବିର ଫୋନ କିଣିବେ ତେବେ ଆପଣଙ୍କ ପାଇଁ ମୂଲ୍ୟ ରହିବ ସମୁଦାୟ ୧୦,୯୯୯ ଟଙ୍କା । ତେଣୁ ଆପଣଙ୍କର ଆବଶ୍ୟକତା ଅନୁଯାୟୀ ଆପଣ ଫୋନ ପସନ୍ଦ କରିପାରିବେ । ଏହି ଫୋନ ବର୍ତ୍ତମାନ ୨ଟି ରଙ୍ଗରେ ବଜାରରେ ଉପଲବ୍ଧ । ଚାମ୍ପିଅନ ଗୋଲ୍ଡ କିମ୍ୱା ବ୍ଲାକ ରଙ୍ଗର ଫୋନ ଆପଣଙ୍କ ପସନ୍ଦ ଅନୁଯାୟୀ କିଣିପାରିବେ । ତେବେ ଆଗକୁ ଅନ୍ୟ ରଙ୍ଗର ଫୋନ ଆସିପାରେ ବୋଲି କିଛି ମୋବାଇଲ ବ୍ୟବହାରକାରୀ ମତ ଦେଇଛନ୍ତି ।  ଏହି ନୂଆ ସ୍ମାର୍ଟଫୋନଟି ଜୁଲାଇ ୨୬ ତାରିଖରେ ମଧ୍ୟାହ୍ନ ୧୨ଟାରୁ ରିଏଲମି ୱେବସାଇଟ ସହ ଫ୍ଲିପକାର୍ଟ ଏବଂ ଆପଣଙ୍କ ନିକଟସ୍ଥ ଷ୍ଟୋରରେ ଉପଲବ୍ଧ ହେବ ।

Also Read- ଯୁକ୍ତରାଷ୍ଟ୍ର ଆମେରିକାରେ ଅନୁଷ୍ଠିତ ହେଲା ୫୪ ତମ ଓଡ଼ିଶା ସୋସାଇଟି ଅଫ୍ ଆମେରିକା (OSA) ସମ୍ମିଳନୀ