Republic Day Parade: ଚଳିତ ବର୍ଷ ଦେଶରେ ପାଳିତ ହେବ ୭୫ ତମ ସାଧାରଣତନ୍ତ୍ର ଦିବସ। ଅବସରରେ ଆୟୋଜିତ ହେଉଥିବା ପ୍ୟାରେଡ ପାଇଁ ଟିକେଟ୍ ବୁକିଂ ଗତ ୧୦ ତାରିଖରୁ ଆରମ୍ଭ ହୋଇଯାଇଛି।
Trending Photos
Republic Day Parade Ticket Booking: ଚଳିତ ବର୍ଷ ଦେଶରେ ପାଳିତ ହେବାକୁ ଯାଉଛି ୭୫ ତମ ସାଧାରଣତନ୍ତ୍ର ଦିବସ। ପ୍ରତିବର୍ଷ ଜାନୁଆରୀ ୨୬ ତାରିଖରେ ପାଳିତ ହେଉଥିବା ଜାନୁଆରୀ ୨୬ ତାରିଖରେ ପାଳିତ ହେଉଥିବା ସାଧାରଣତନ୍ତ୍ର ଦିବସ ଅବସରରେ ଆୟୋଜିତ ହୋଇଥାଏ ପ୍ୟାରେଡ୍। ଯାହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏହା ଏକ ଗର୍ବର ମୁହୂର୍ତ୍ତ। ଯାହାକୁ ଅଧିକାଂଶ ଦେଶବାସୀ ଟିଭି ମାଧ୍ୟମରେ ଦେଖିଥାନ୍ତି। ହେଲେ ଯଦି ଆପଣ ଟିଭି ବଦଳରେ ସିଧାସଳଖ ପ୍ୟାରେଡ୍ ଦେଖିବାକୁ ଚାହୁଁଛନ୍ତି, ତାହେଲେ ଆପଣ ଟିକେଟ୍ ବୁକିଂ କରି ସାଧାରଣତନ୍ତ୍ର ଦିବସ ପ୍ୟାରେଡ ଦେଖିପାରିବେ।
ସାଧାରଣତନ୍ତ୍ର ଦିବସ ଅବସରରେ ଆୟୋଜିତ ହେଉଥିବା ପ୍ୟାରେଡ ଦେଖିବା ପାଇଁ ସରକାର ସୀମିତ ସଂଖ୍ୟକ ଅନଲାଇନ୍ କିମ୍ବା ଅଫଲାଇନ୍ ଟିକେଟ୍ ପ୍ରଦାନ କରିଥାନ୍ତି। ଯଦି ଆପଣ ସାଧାରଣତନ୍ତ୍ର ଦିବସ ଅବସରରେ ଆୟୋଜିତ ହେଉଥିବା ପ୍ୟାରେଡ୍ ଦେଖିବାକୁ ଚାହାଁନ୍ତି, ତାହେଲେ ଆପଣଙ୍କ ଲାଗି ଅନଲାଇନ୍ ଟିକେଟ୍ ବୁକିଂ କରିବା ହେଉଛି ଏକମାତ୍ର ବିକଳ୍ପ। ୧୯୫୦ ମସିହା ଜାନୁଆରୀ ୨୬ ତାରିଖରୁ ସାଧାରଣତନ୍ତ୍ର ଦିବସରୁ ପ୍ୟାରେଡ ଆୟୋଜିତ ହୋଇଆସୁଛି।
ସକାଳ ୯ ବାଜିବା ପୂର୍ବରୁ ପହଞ୍ଚନ୍ତୁ
ସାଧାରଣତନ୍ତ୍ର ଦିବସ ଅବସରରେ ଆୟୋଜିତ ହେଉଥିବା ପ୍ୟାରେଡ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଯଦି ଆପଣ ମଧ୍ୟ ପ୍ୟାରେଡ୍ ଦେଖିବାକୁ ଚାହାଁନ୍ତି, ତାହେଲେ ଆପଣଙ୍କୁ ଏକ ଟିକେଟ ବୁକ୍ କରିବାକୁ ହେବ। ପ୍ୟାରେଡ୍ ଆରମ୍ଭ ହେବା ପୂର୍ବରୁ ପହଞ୍ଚିବାକୁ ହେବ।
କେତେ ଟଙ୍କା ରହିଛି ଟିକେଟ ମୂଲ୍ୟ?
ଜାନୁଆରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସ ଅବସରରେ ଆୟୋଜିତ ହେଉଥିବା ପ୍ୟାରେଡ ବିଜୟ ଚୌକ୍ ଠାରେ ସକାଳ ଦଶଟା ସମୟରୁ ଆରମ୍ଭ ହୋଇଯିବ। ଏହି ପ୍ୟାରେଡ ଦିଲ୍ଲୀ ସ୍ଥିତ ଜାତୀୟ ଷ୍ଟାଡିୟମ ଠାରେ ଶେଷ ହେବ। ପ୍ୟାରେଡ ଦେଖିବା ପାଇଁ ୩ ପ୍ରକାରର ମୂଲ୍ୟର ଟିକେଟ୍ କ୍ରୟ କରାଯାଇ ପାରିବ। ଆପଣ ସର୍ବନିମ୍ନ ୨୦ ଟଙ୍କା, ଏହା ପରେ ୧୦୦ ଟଙ୍କା ଏବଂ ଶେଷରେ ୫୦୦ ଟଙ୍କା ମୂଲ୍ୟର ଟିକେଟ ବୁକ୍ କରିପାରିବେ। ଗତ ୧୦ ତାରିଖରୁ ସାଧାରଣତନ୍ତ୍ର ଦିବସ ଅବସରରେ ଆୟୋଜିତ ହେଉଥିବା ପ୍ୟାରେଡ ପାଇଁ ଟିକେଟ୍ ବୁକିଂ ଆରମ୍ଭ ହୋଇଛି। ଜାନୁୟାରୀ ୨୫ ତାରିଖ ହେଉଛି ଟିକେଟ ବୁକିଂ କରିବାର ଶେଷ ତାରିଖ। ପ୍ରତିଦିନ ସୀମିତ ସଂଖ୍ୟକ ଟିକେଟ୍ ବୁକିଂ କରାଯାଉଛି।
ସାଧାରଣତନ୍ତ୍ର ଦିବସ ପ୍ୟାରେଡ ପାଇଁ କିପରି କରିବେ ଟିକେଟ ବୁକିଂ?